ଭାରତୀୟ ପିତା-ମାତାଙ୍କ ଏହି ଭୁଲ୍‌, ଭାଇ ଭଉଣୀଙ୍କ ମଧ୍ୟରେ ସୃଷ୍ଟି କରିଥାଏ ଶତ୍ରୁତା, ଜାଣନ୍ତୁ କିପରି ରୋକିବେ ଏହାକୁ

ଦୁନିଆର ସବୁ ପିତା-ମାତା ଚାହାଁନ୍ତି କି ତାଙ୍କର ସନ୍ତାନଙ୍କ ମଧ୍ୟରେ ସର୍ବଦା ସ୍ନେହଁ ମମତା ଜାରି ରହୁ ଓ ଜଣେ ଅନ୍ୟର ସୁଖ ଦୁଃଖରେ ସାଥି ହେଉ । କେବେ କେବେ ମା-ବାପାଙ୍କର କିଛି ଭୁଲ ପିଲାଙ୍କ ମଧ୍ୟରେ ବିଦ୍ରୋହର ସୁତ୍ରପାତ କରିଥାଏ । ଜଣେ ଅନ୍ୟ ଜଣଙ୍କର ଶତ୍ରୁ ହୋଇଯାଇଥାନ୍ତି । ଫଳରେ ଭାଇ ଭଉଣୀଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥାଏ । ମା’ ବାପାଙ୍କର ଏହି ଭୁଲ ପ୍ୟାରେଣ୍ଟିଂ ହିଁ ଭାଇ ଭଉଣୀଙ୍କ ମଧ୍ୟରେ ସୃଷ୍ଟି କରିଥାଏ ଶତ୍ରୁତା ।

ମା’ ବାପାଙ୍କ ଏହି ଭୁଲ ଯୋଗୁ ସନ୍ତାନଙ୍କ ମଧ୍ୟରେ ହୁଏ ଶତ୍ରୁତା :

ପ୍ରଥମ ଭୁଲ୍‌ : ଦ୍ୱିତୀୟ ପିଲାଙ୍କ ଖୁସିରେ ଅଧିକ ଉତ୍ସାହିତ ନହେବା-

ଯେଉଁ ଘରେ ଏକରୁ ଅଧିକ ଭାଇ ଭଉଣୀ ଜନ୍ମ ହେଲେ ପିତା-ମାତା ପିଲାଙ୍କୁ ଶିକ୍ଷା ଦେଇଥାନ୍ତି ଯେ ଏ ହେଉଛନ୍ତି ବଡ଼ ଭାଇ ଓ ବଡ଼ ଭଉଣୀ । ଦ୍ୱିତୀୟ ସନ୍ତାନ ହେଲେ ପ୍ରଥମ ସନ୍ତାନ ପ୍ରତି ସାଧାରଣତଃ ଦୃଷ୍ଟି ଟିକେ କମିଯାଇଥାଏ । ପିଲା ଛୋଟ ହେଲେ ଏହି କଥାକୁ ଏତେ ବୁଝିନଥାଏ । ହେଲେ ବୟସ ବଢ଼ିବା ସଂଗେ ପିଲାଙ୍କ ମଧ୍ୟରେ ନିଜର ଭାବନା ସୃଷ୍ଟି ହୋଇଥାଏ । ଯେମିତି ନିଜ ରୁମ, ନିଜ ଖେଳନା ଓ ଏହାକୁ ସେୟାର କରିବାକୁ ମଧ୍ୟ ଚାହିଁ ନଥାନ୍ତି । ହେଲେ ପିତା ମାତା ଏହି ସମୟରେ ଅଧିକ ଧ୍ୟାନଦେବା ଉଚିତ୍‌ । ଯେପରି ଅନ୍ୟ ଭାଇ ଭଉଣୀଙ୍କ ପ୍ରତି ମନ ମତାନ୍ତର ନହୁଏ ।

ଦ୍ୱିତୀୟ ଭୁଲ୍‌ : ଦ୍ୱିତୀୟ ପିଲା ଆସିବା ପରେ ପ୍ରଥମକୁ ହେଳା କରିବା-

ମା’ ବାପାଙ୍କ ପାଇଁ ବୁଝିବା ଭୁଲ ହୋଇଥାଏ ଯେ ଛୋଟ ପିଲା ପ୍ରତି ଅଧିକ ନଜର ଦେବା । ପ୍ରଥମ ପିଲା ବଡ଼ ହେଲେ ତା ପ୍ରତି ନଜର କମିଗଲେ,ସେ ଏକଥା କହି ନପାରିଲେ ବି ରାଗ ଜାହିର କରିଥାଏ । ହେଲେ ଏଥିପ୍ରତି ମା ବାପା ଅଧିକ ସଚେତନ ହୋଇ ଉଭୟଙ୍କ ପ୍ରତି ଦୃଷ୍ଟି ଦେବା କଥା ।

ତୃତୀୟ ଭୁଲ୍‌ : ଜିନିଷ ସେୟାର କରିବା ପାଇଁ ବାଧ୍ୟ କରିବା-

ମା ବାପା ସବୁଠୁ ବଡ଼ ଭୁଲ କରନ୍ତି ଯେତେବେଳେ ପିଲାଙ୍କ ଭିତରେ ଜିନିଷ ସେୟାର କରିବାକୁ ବାଧ୍ୟ କରନ୍ତି । ଏହା ଛୋଟ ପିଲାଙ୍କୁ ବୁଝାଇବା କଷ୍ଟ ହୋଇଥାଏ । ଏ ସମୟରେ ମା’ ବାପା ପିଲାଙ୍କୁ ସେୟାରିଂ ଆଣ୍ଡ କେୟାରିଂ ଫର୍ମୁଲା ବୁଝାଇବା କଥା । ପିଲାଙ୍କୁ ପ୍ରେମରେ ଭାଇ ଭଉଣୀ ଓ ଅନ୍ୟ ପିଲାଙ୍କ ମଧ୍ୟରେ ଜିନିଷ ସେୟାରିଂ କରିବା ଶିଖାଇବା । ହେଲେ ପିଲାଙ୍କ ଉପରେ ଜୋର ଜବରଦସ୍ତ ଏହାକୁ ଲଦିବା କଥା ନୁହେଁ ।

ଚତୁର୍ଥ ଭୁଲ୍‌ : ପିଲାଙ୍କ ଝଗଡାରେ କେହି ଜଣଙ୍କୁ ସମର୍ଥନ କରିବା-

ପିଲାଙ୍କ ମଧ୍ୟରେ ଯେତେବେଳେ ଝଗଡା ହୋଇଥାଏ, ଏପରି ସ୍ଥିତିରେ ମା ବାପା ଉଭୟଙ୍କୁ ପ୍ରେମରେ ବୁଝାଇବା ଦରକାର । ଅନ୍ୟ ପିଲାଙ୍କ ଆଗରେ ତାଙ୍କୁ ମାରିବା ବା ପାଟି କରିବା ଉଚିତ୍‌ ନୁହେଁ । କାରଣ ପିଲାଙ୍କ ମଧ୍ୟରେ ମଧ୍ୟ ଆତ୍ମ ସମ୍ମାନ ରହିଥାଏ । ଅନ୍ୟ ପିଲାଙ୍କ ଆଗରେ ମାରିବା ଯୋଗୁ ପିଲାଙ୍କ ଉପରେ ବହୁତ ଖରାପ ପ୍ରଭାବ ପଡିଥାଏ । ଯାହାଦ୍ୱାର ନିଜ ମା ବାପାଙ୍କ ପ୍ରତି ମଧ୍ୟ ଅସନ୍ତୁଷ୍ଟ ସୃଷ୍ଟି କରିଥାଏ । କେବେ ବି ଅନ୍ୟ ପିଲାଙ୍କୁ ନିଜ ପିଲାଙ୍କ ଆଗରେ ପ୍ରଶଂସା କରନ୍ତୁ ନାହିଁ ।

ପଞ୍ଚମ ଭୁଲ୍‌ : ଗୋଟିଏ ପିଲାକୁ ଅନ୍ୟ ସହ ତୁଳନା କରିବା-

ପ୍ରତି ପିଲାର ସ୍ୱଭାବ ଅଲଗା ହୋଇଥାଏ । ତେଣୁ ଜଣକୁ ଅନ୍ୟ ଜଣକ ସହ ତୁଳନା କରିବା ଠିକ ନୁହେଁ । ଏହା ପିଲାଙ୍କ ମନ ଉପରେ ଗଭୀର ପ୍ରଭାବ ପକାଇଥାଏ । ଫଳରେ ଏହି ତୁଳନା ଧିରେ ଧିରେ ନିଜ ଭାଇ ଭଉଣୀଙ୍କ ମଧ୍ୟରେ ହିଂସା ଭାବ ସୃଷ୍ଟି କରିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.