ପତି -ପତ୍ନୀଙ୍କ ପ୍ରେମରେ ମଧୁରତା ବୃଦ୍ଧି କରିଥାଏ ମନ୍ଦାରିନ ବତକ, ଏହି ଦିଗରେ ରଖନ୍ତୁ ଦେଖିବେ କମାଲ

ବାସ୍ତୁ ଶାସ୍ତ୍ରରେ ସକରାତ୍ମକ ଉପରେ ଅଧିକ ଜୋର ଦିଆ ଯାଇଥାଏ | ପ୍ରତ୍ୟକ କାର୍ଯ୍ୟରେ ସକରାତ୍ମକ ଗୁଣର ଅଭାବ ରହିଲେ ଅସୁବିଧା ସୃଷ୍ଟି ହୋଇଥାଏ | ପତି -ପତ୍ନୀଙ୍କ ସମ୍ପର୍କରେ ମଧ୍ୟ ସକରାତ୍ମକ ଭାବ ଜରୁରୀ ହୋଇଥାଏ | ପତି -ପତ୍ନୀଙ୍କ ମଧ୍ୟରେ ଝଗଡା ହେବ ସାଧାରଣ କଥା | ତେବେ ଏହା ଯଦି କମିବା ବଦଳରେ ବଢିବାକୁ ଲାଗିଲା ଏହା ଚିନ୍ତାର କାରଣ ହୋଇଥାଏ |

ପତି -ପତ୍ନୀଙ୍କ ସମ୍ପର୍କରେ ମଧୁରତା ଆଣିବା ପାଇଁ ମଧ୍ୟ ଵାସ୍ତୁର ସହାୟତା ନିଆଯାଇପାରେ | ଯଦି ପତି -ପତ୍ନୀଙ୍କ ପ୍ରେମରେ ମଧୁରତା ବୃଦ୍ଧି କରିବା ପାଇଁ ଚାହୁଁଛନ୍ତି ତେବେ ନିଅନ୍ତୁ ମନ୍ଦାରିନ ବତକର ସହାୟତା | ଆସନ୍ତୁ ଜାଣିବା ବାସ୍ତୁ ଶାସ୍ତ୍ର ଅନୁସାରେ ମନ୍ଦାରିନ ବତକ ଘରର କେଉଁ ଦିଗରେ ରଖିଲେ ଦାମ୍ପତ୍ୟ ଜୀବନରେ ପ୍ରେମ ବଢିଥାଏ |

ମନ୍ଦାରିନ ବତକର ମହତ୍ତ୍ୱ :

ଫେଙ୍ଗ ସୁଇ ଅନୁସାରେ ମନ୍ଦାରିନ ବତକ ପାର୍ଟନରଙ୍କ ପ୍ରତି ସଚୋଟ,ସମର୍ପଣ ଓ ପ୍ରେମର ପ୍ରତୀକ ଭାବେ ଜଣାଯାଇଥାଏ | ଏହି ଯୋଡି ମଧ୍ୟରେ ଜଣେ ପୁରୁଷ ଓ ଅନ୍ୟ ଜଣେ ମାଦା ବା ମନ୍ଦାରିନ ବତକ ହୋଇଥାଏ |

ଘରେ ମନ୍ଦାରିନ ବତକ ରଖିବାର ଫାଇଦା :

ଫେଙ୍ଗ ସୁଇ ଅନୁସାରେ ମନ୍ଦାରିନ ବତକ ପାର୍ଟନରଙ୍କ ସହ ପ୍ରେମ ଓ ସମ୍ପର୍କରେ ମଧୁରତା ଆଣିବାରେ ସାହାଯ୍ୟ କରିଥାଏ | ଏହା ଛଡା     ଅଵିଵାହିତଙ୍କୁ ପାର୍ଟନର ମିଳାଇବାରେ ମଧ୍ୟ ସାହାଯ୍ୟ କରିଥାଏ |

ଲଭ ମ୍ୟାରେଜ ସଫଳ ପାଇଁ ମନ୍ଦାରିନ ବତକ ଅଣାନ୍ତୁ ଓ ତା ବେକରେ ଲାଲ ସୁତା ବାନ୍ଧି ଘରେ ରଖନ୍ତୁ |

ଏଠାରେ ରଖନ୍ତୁ ମନ୍ଦାରିନ ବତକ :

ଜୀବନରେ ପ୍ରେମ ଓ ସମ୍ପର୍କରେ ମଧୁରତା ଭରିବା ପାଇଁ ବେଡ଼ ରୁମ ରେ ମନ୍ଦାରିନ ବତକ ରଖନ୍ତୁ | ଏହାକୁ ବେଡ଼ ରୁମର ଦକ୍ଷିଣ-ପଶ୍ଚିମରେ ରଖନ୍ତୁ |

ଯେଉଁ ଲୋକ ଆଜି ଯାଏ ଅବିବାହିତା ଅଛନ୍ତି ସେମାନେ ମନ୍ଦାରିନ ବତକକୁ ଘରେ ରଖିଲେ ଶୀଘ୍ର ବିବାହ ହୋଇଥାଏ |

Leave A Reply

Your email address will not be published.