ସଫଳ ବୈବାହିକ ଜୀବନର ଏ ହେଉଛି ୫ ଟି ବଡ଼ ସିକ୍ରେଟ, ଆପଣ ବି ଜାଣନ୍ତୁ ଏ ରହସ୍ୟ

ସମ୍ପର୍କକୁ ମଜବୁତ କରିବା ପାଇଁ ପତି -ପତ୍ନୀ ଉଭୟଙ୍କ ପ୍ରତି ସମର୍ପଣ ଭାବ ରହିବା ଉଚିତ | ଯଦି ଆପଣ ବି ଆପଣଙ୍କ ମେରେଡ ଲାଇଫକୁ ସଫଳ କରିବାକୁ ଚାହାଁନ୍ତି ତାହେଲେ କିଛି ଖାସ ସିକ୍ରେଟ ଆପଣଙ୍କ କାମରେ ଆସିପାରେ | ଜାଣନ୍ତୁ ଏହି ସିକ୍ରେଟ ବିଷୟରେ |

ଆପଣ ଯେମିତି ସେମିତି ହିଁ ରହନ୍ତୁ – ସ୍ୱଭାବରେ ନକଲି ରଙ୍ଗ ମାଖିଲେ ତାହା ସବୁଦିନେ ରହି ନ ଥାଏ | ସେଥିପାଇଁ ନିଜ ସମ୍ପର୍କକୁ ସତ୍ୟ ଏବଂ ଖୋଲା ହୃଦୟରେ ଗ୍ରହଣ କରିବା ଉଚିତ | ପତି -ପତ୍ନୀ କେହି କାହାରିକୁ ଇମ୍ପ୍ରେସ କରିବା ପାଇଁ ମିଛର ସାହାରା ନିଅନ୍ତୁ ନାହିଁ | କାରଣ ମିଛ ଦିନେ ନା ଦିନେ ନିଶ୍ଚୟ ପ୍ରକାଶ ପାଇଥାଏ | ଯଦ୍ୱାରା ହୃଦୟରେ ଫାଟ ସୃଷ୍ଟି ହୋଇଥାଏ ଏବଂ ସମ୍ପର୍କରେ ଶୀଥିଳତା ଦେଖାଦେଇଥାଏ |

ଖୋଲା ଖୋଲି କରନ୍ତୁ କଥାବାର୍ତ୍ତା – ବିବାହର କିଛି ବର୍ଷ ପରେ କେବଳ ଘର -ଗୃହସ୍ଥି ,ସନ୍ତାନ ,ଲଞ୍ଚ -ଡିନର ଏବଂ ଗ୍ରୋସରୀ ଲିଷ୍ଟ
ବିଷୟରେ ହିଁ କଥାବାର୍ତ୍ତା ରହିଯାଇଥାଏ | ପତି -ପତ୍ନୀ ଉଭୟେ ନିଜର ଭାବନା ପ୍ରକାଶ କରିବା ବନ୍ଦ କରିଦେଇଥାନ୍ତି | ଯେଉଁଟା ଏକଦମ ଭୁଲ | ପତି -ପତ୍ନୀଙ୍କୁ ନିଜର ସମ୍ପର୍କକୁ ସ୍ୱତନ୍ତ୍ର ପ୍ରାଥମିକତା ଦେବା ଉଚିତ |

ସମାଲୋଚନାରୁ ଦୁରେଇ ରହନ୍ତୁ – ପ୍ରତ୍ୟେକ ଛୋଟ ବଡ଼ କାମରେ ନିଜ ପାର୍ଟନରଙ୍କୁ ସମାଲୋଚନା ନ କରି ବରଂ ତାଙ୍କର ପ୍ରସଂଶା କରନ୍ତୁ | ସବୁବେଳେ ଜଣଙ୍କର ଭୁଲ ବାହାର କଲେ ସାମନାବାଲା କାମ କରିବାକୁ ପଛଘୁଞ୍ଚା ଦେଇଥାଏ | ଏହାଦ୍ୱାରା ଧୀରେ ଧୀରେ ସମ୍ପର୍କରେ ଦୂରତ୍ୱ ଆସିଯାଇଥାଏ |

ଭୁଲ ମାଗିବା ଶିଖନ୍ତୁ – ଯେତେ ବଡ଼ କଥା ହୋଇଥାଉନା କାହିଁକି ଗୋଟିଏ ଛୋଟ ସରି ରେ ସମାଧାନ ହୋଇଯାଇଥାଏ | ଯଦି ଆପଣଙ୍କ ଦ୍ୱାରା କିଛି ଭୁଲ ହୋଇଯାଇଛି ତେବେ ଡେରି ନ କରି ସରି କହି ଦିଅନ୍ତୁ | କେହି ବି ବ୍ୟକ୍ତି ପରଫେକ୍ଟ ହୋଇନଥାଏ | ତାକୁ ପରଫେକ୍ଟ କରିବା ଦାୟିତ୍ୱ ଆମର ହୋଇଥାଏ |

ଅସୁରକ୍ଷିତ ଭାବନାରୁ ରହନ୍ତୁ ଦୁରେଇ – ପତି -ପତ୍ନୀଙ୍କ ସମ୍ପର୍କ ଜଣେ ଅନ୍ୟ ଜଣଙ୍କ ଭରସା ଉପରେ ନିର୍ଭର କରିଥାଏ | ଜଣେ ଅନ୍ୟ ଜଣକ ଫୋନ ଚେକ କରିବା, ମେଲ ପଢିବା କିମ୍ବା ପକେଟ ଚେକ କରିବା ପରିବର୍ତ୍ତେ ସିଧା କଥାବାର୍ତ୍ତା ହୁଅନ୍ତୁ | ଉଭୟେ ଉଭୟଙ୍କୁ ପୁରା ସ୍ପେସ ଦିଅନ୍ତୁ, ଦେଖିବେ ଆପଣଙ୍କ ପାର୍ଟନର ସର୍ବଦା ଆପଣଙ୍କ ନିକଟରେ ହିଁ ଥିବେ |

Leave A Reply

Your email address will not be published.