ସମ୍ପର୍କ ନଷ୍ଟ କରେ ଏହି ୪ ଟି କଥା, ଝିଅ ଯାଆନ୍ତି ଦୁରେଇ

ସବୁ ସମ୍ପର୍କରେ ଜଣେ ଅନ୍ୟ ଜଣକୁ ଠିକ ଭାବରେ ଜାଣିବା ଏବଂ ବୁଝିବା ଜରୁରୀ ହୋଇଥାଏ | ପ୍ରାୟତଃ ଆରମ୍ଭ ଦିନମାନଙ୍କରେ ସବୁ କିଛି ଠିକ ଠାକ ଚାଲିଥାଏ | କିନ୍ତୁ ଧୀରେ ଧୀରେ ପୁଅ ମାନଙ୍କର କିଛି ଖରାପ ଅଭ୍ୟାସ କାରଣରୁ ଗାର୍ଲଫ୍ରେଣ୍ଡ ତାଙ୍କଠାରୁ ସମ୍ପର୍କ କାଟିବାକୁ ଭଲ ଭାବିଥାଏ | ଯଦି ଆପଣ କୋଉ ଝିଅକୁ ପସନ୍ଦ କରୁଛନ୍ତି ତାହେଲେ କିଛି କଥା ଉପରେ ଧ୍ୟାନ ଦିଅନ୍ତୁ |

ଝଗଡା କରିବା – କିଛି ପୁଅ ସ୍ୱଭାବରେ ବହୁତ ଝଗଡ଼ାଳୁ ହୋଇଥାନ୍ତି |ରାଗ ସର୍ବଦା ତାଙ୍କ ନାକ ଅଗରେ ରହିଥାଏ | ଛୋଟ ଛୋଟ କଥାରେ
ନାରାଜ ହେବା ,ଚିଲ୍ଲେଇକି କଥା କହିବା ,ମାରପିଟ କରିବା ଆଦି ଅଭ୍ୟାସ ହୋଇଥାଏ | ଯଦି ଆପଣ କେଉଁ ଝିଅକୁ ପସନ୍ଦ କରୁଛନ୍ତି ଏବଂ ତାଙ୍କ
ସାମ୍ନାରେ ଆପଣଙ୍କର ଏମିତି ଖରାପ ଛବି ଅଛି ତାହେଲେ ଆପଣଙ୍କ କଥା କେବେବି ଆଗକୁ ବଢ଼ି ପାରିବ ନାହିଁ |

ନିଶା କରିବା – ପୁଅମାନେ ପ୍ରାୟତଃ ସିଗାରେଟ ଏବଂ ଆଲକୋହଲ ସେବନ କରିଥାନ୍ତି | ଅଧିକାଂଶ ଝିଅ ନିଶା କରୁଥିବା ପୁଅଙ୍କୁ ପସନ୍ଦ କରନ୍ତି ନାହିଁ | ଏ ଅଭ୍ୟାସ ଆପଣଂକୁ ଆପଣଙ୍କ ପ୍ରେମ ଠାରୁ ଦୁରେଇ ଦେଇ ପାରେ |

ଖରାପ ଶବ୍ଦ ବ୍ୟବହାର କରିବା – କିଛି ପୁଅମାନଙ୍କର ଖରାପ ଅଭ୍ୟାସ ହୋଇଥାଏ କି ସେମାନେ ପ୍ରତ୍ୟେକ କଥାରେ ଏମିତି ଶବ୍ଦ ବ୍ୟବହାର କରନ୍ତି ଯାହା କହିବା କଥା ନୁହେଁ | କଥା କଥାରେ ଗାଳି ଦେବା ,ଅପଶବ୍ଦ କହୁଥିବା ପୁଅମାନଙ୍କ ଠାରୁ ଝିଅମାନେ ଦୁରେଇ ରହିବାକୁ ପସନ୍ଦ
କରିଥାନ୍ତି |

ଅପରିଷ୍କାର ରହୁଥିବା ପୁଅମାନେ – କିଛି ପୁଅପିଲା ନିଜକୁ ବହୁତ ଅସ୍ତ -ବ୍ୟସ୍ତ ରଖିଥାନ୍ତି | ତାଙ୍କ ଘର ଅପରିଷ୍କାର ,ଅପରିଷ୍କାର କପଡା , ଜୋତା
ନିଜେ ମଧ୍ୟ ଅସ୍ଵଛ ରହିଥାନ୍ତି | ସଫା ସୁତୁରା ନ କରୁଥିବା ପୁଅମାନଙ୍କୁ ଝିଅମାନେ ପସନ୍ଦ କରନ୍ତି ନାହିଁ |

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.