ବିଶ୍ୱାସର ଡୋର ଯେବେ ଛିଡିଯାଏ, ସନ୍ଦେହ ସମ୍ପର୍କକୁ ଦୂରକୁ ଠେଲିଦିଏ…

ବର୍ତ୍ତମାନ ସମୟରେ ମହିଲାଙ୍କୁ ସବୁପ୍ରକାରର ସ୍ୱାଧୀନତା ମିଲିଛି । ମହିଳା ଆଉ ଅବଳା ଦୁର୍ବଳା ହୋଇ ରହିନାହିଁ । ନିଜ ଗୋଡରେ ନିଜେ ଛିଡା ହେବା ସହ କାହା ଉପରେ ବି ନିର୍ଭର ନୁହେଁ ଆଜିର ନାରି । ନିଜ ସହ ଅନ୍ୟଙ୍କୁ ବି ସାହାରା ଦେଉଚି କର୍ମମୟୀ ମହିଳାଟିଏ । ଆଉ ସେଥିପାଇଁ ତାକୁ କେତେ କଣ ସହିବାକୁ ପଡୁଛି । ଏକା ସାଙ୍ଗରେ ଘର ବାହାର ନିଜ କର୍ମମୟ ଜୀବନ ସବୁକିଛି ବୁଝି ସବୁକୁ ଆଗକୁ ନେଇ ବଢିବାକୁ ପଡୁଛି । ସବୁଠି ସମନ୍ଵୟ ରଖି ଚାଲିବାକୁ ପଡୁଛି ନାରୀଟିକୁ । କିନ୍ତୁ କେବେ କେବେ ଏପରି ବି ହୋଇଥାଏ ଯେ ମହିଳାଟିକୁ ଗୋଟିଏ ସୀମାରେଖା ଭିତରେ ରହିବାକୁ ପଡିଥାଏ । କାରଣ ନାରୀଟିଏ ସମାଜରେ ବନ୍ଦନୀୟା । ସମାଜ ଆଖିରେ ତାର ଚରିତ୍ର ସବୁଠୁ ଉପରେ । କିନ୍ତୁ ଏପରି ଏକ ଘଟଣା ଯେଉଁଥିରେ ଭୁଲ କାହାର କୁହାଯିବ । ପୁରୁଷ ନାରୀ ମଧ୍ୟରେ ସମାନତା ତ ଅଛି କିନ୍ତୁ ମହିଳାଟିଏ ପାଇଁ ଅନେକ କ୍ଷେତ୍ରରେ ଏକ ନିୟନ୍ତ୍ରଣର ରେଖା ଥାଏ । ସେ ରେଖା ପାରି ହେଲେ ତାକୁ ସମାଜ ଏକ ଖରାପ ନଜରରେ ଦେଖିଥାଏ । ଏମିତିକି ନିଜର ମଣିଷ ବି ଭଲ ଆଖିରେ ଦେଖେ ନାହିଁ । ଜାଣିବା କଣ ସେହି ଘଟଣା ।

ଜଣେ ମହିଳାଙ୍କୁ ଅପିସରେ ନିଜ ସହକର୍ମୀଙ୍କ ସହ ଓଭର ଫ୍ରେଣ୍ଡଲି ହେବା ଭାରି ପଡିଛି । ମହିଳାଙ୍କୁ ଏଥିପାଇଁ ଅନେକ ସମସ୍ୟାର ସାମନା କରିବାକୁ ପଡଲାଣି । ଏମିତିକି ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ତଲାଖ ପର୍ଯ୍ୟନ୍ତ ବି କଥା ଆଗକୁ ବଢିଯାଇଛି । ମହିଳା ଜଣକ କହିଛନ୍ତି କି ଅଫିସ ସହକର୍ମୀଙ୍କ ଆଟେନସନ ତାଙ୍କୁ ବହୁତ ପସନ୍ଦ ଆସିଥିଲା ଯାହା କାରଣରୁ ସେ ଦିଗହରା ହୋଇଥିଲେ ।

ୱର୍କପ୍ଲେସରେ କାମ କରୁଥିବା ବେଳେ ଲୋକେ ନିଜ ସହକର୍ମୀଙ୍କ ସହ ଅଧିକ ଫ୍ରେଣ୍ଡଲି ହୋଇଯାନ୍ତି । ଯାହାର ପ୍ରଭାବ ବିଶେଷକରି ପର୍ସନାଲ ଲାଇଫରେ ପଡିବାର ଦେଖିବାକୁ ମିଳେ । ଯାହାର ଉଦାହରଣ ଏବେ ଜଣେ ମହିଳା । ମହିଳାଙ୍କୁ ୱାର୍କପ୍ଲେସରେ ନିଜ ସହଯୋଗୀଙ୍କ ସହ ଓଭର ଫ୍ରେଣ୍ଡଲି ହେବା ମହଙ୍ଗା ପଡିଛି । ଏମିତି କିଛି ଘଟିଛି କି ଏଥିପାଇଁ ମହିଳାଙ୍କ ପର୍ସନାଲ ଲାଇଫରେ ସମସ୍ୟା ଉପୁଜିବା ସହ ତଲାଖ ପର୍ଯ୍ୟନ୍ତ ବି କଥା ପହଞ୍ଚିଛି ।

ମହିଳା କହିଛନ୍ତି କି ସେ ଯଦି ନିଜେ ଚାହିଁଥାନ୍ତେ ତେବେ ଏହା ବହୁତ ଆଗକୁ ଯାଇପାରିଥାନ୍ତା । କିନ୍ତୁ ମୁଁ କେବେବି ମୋର ସ୍ୱାମୀଙ୍କୁ ଧୋକାଦେବା କଥା ଭାବିନି । ଆମ ଭିତରେ କୌଣସି ପ୍ରକାରର ଫିଜିକାଲ ରିଲେସନ ନଥିଲା । ଆମେ ଘଣ୍ଟା ଘଣ୍ଟା କଥା ହେଉଥିଲୁ । ମହିଳା ଜଣକ ଆହୁରି ମଧ୍ୟ କହିଛନ୍ତି କି ତାଙ୍କ ଅଫିସର ସହକର୍ମୀ ଜଣକ ସିଙ୍ଗଲ ଓ ତଲାଖସୁଦ୍ଧା ଅଟନ୍ତି । ତେଣୁ ତାଙ୍କୁ କୌଣସି ବି ପ୍ରକାରର କିଛି ହରେଇବାର ଭୟ ନାହିଁ । କିନ୍ତୁ ତାଙ୍କର କହିବା କଥା କି ମୁଁ ମୋ କଲିଗଙ୍କ ସହ ଏତେ ମାତ୍ରାରେ ଫ୍ରେଣ୍ଡଲି ହୋଇଗଲି କି ମୋ ସ୍ୱାମୀଙ୍କୁ ଲାଗିଲା କି ମୁଁ ତାଙ୍କୁ କିଛି ଲୁଚାଉଛି ।

ମହିଳା ଜଣକ କହିଛନ୍ତି କି ଆମ ବିବାହକୁ ୧୪ବର୍ଷ ହେଲାଣି ଓ ଆମର ୯ବର୍ଷର ଗୋଟିଏ ଝିଅ ମଧ୍ୟ । ଆଉ ଅସଲ କଥା ଏଇଆ କି ମୁଁ ମୋ ସ୍ୱାମୀଙ୍କୁ ବହୁତ ଭଲପାଏ । କିନ୍ତୁ ମୁଁ ଟିକେ ଦିଗହରା ହୋଇଯାଇଥିଲି କାହିଁକି ନା ମୋ ସହକର୍ମୀଙ୍କ ଆଟେନସନ ମତେ ଧିରେ ଧିରେ ଭଲଲାଗିବାରେ ଲାଗିଲା । କିନ୍ତୁ ଏବେ ମତେ ଲାଗୁଛି କି ମୁଁ ବହୁତ ହି ମୁର୍ଖତାପୂର୍ଣ୍ଣ କାମ କଲି । ଯାହା ପାଇଁ ମତେ ନିଜ ଉପରେ ଲଜ୍ୟା ଆସୁଛି ବୋଲି କହିଛନ୍ତି ମହିଳା ।

ମହିଳା ଜଣକ କହିଛନ୍ତି କି ମୁଁ ବହୁତ ପ୍ରକାରର ତରିକା ଆପଣେଇଲି ଯାହା ଫଳରେ ମୁଁ ମୋ ସ୍ୱାମୀଙ୍କ ସନ୍ଦେହକୁ ଦୂର କରିପାରିବି ଓ ସେ ମଧ୍ୟ ମୋ ଉପରେ ଭରଷା କରିପାରିବେ । ହେଲେ ତାହା ହେଲା ନାହିଁ । ମୋ ନିଜ ମୁର୍ଖାମୀ ପାଇଁ ମୁଁ ଆଜି ପଶ୍ଚାତାପ କରୁଛି । ମୋ ସ୍ୱାମୀ ମୋ ଉପରେ ସନ୍ଦେହ କରିବା ସହ ଅଫିସ ଓ ଅଫିସ ସହକର୍ମୀଙ୍କୁ ନେଇ ପ୍ରଶ୍ନ ପଚାରୁଛନ୍ତି । ଏମିତିକି ସେ ଏବେ ମୋ ଫୋନ ମଧ୍ୟ ଚେକ କରୁଛନ୍ତି ଯାହା ସେ ପୂର୍ବରୁ କେବେ ବି କରୁନଥିଲେ । ସବୁଠୁ ବଡ କଥା ହେଉଛି ଦିନେ ସେ ଘରର ଜିନିଷ ଆଣିବାକୁ ବାହାରକୁ ଯାଉଥିବା ବେଳେ ତାଙ୍କ ସ୍ୱାମୀ ତାଙ୍କର ପିଛା କରୁଥିବା ମଧ୍ୟ ଦେଖିବାକୁ ପାଇଲେ ହେଲେ ସେ ସମୟରେ ସେ କଣ କରିବେ ଜାଣିପାରିଲେ ନାହିଁ ।

ଏଘଟଣାକୁ ନେଇ ଏକ୍ସପର୍ଟଙ୍କର କହିବା କଥା କି ଯେବେ ଆପଣଙ୍କ ସ୍ୱାମୀଙ୍କୁ ଆପଣଙ୍କ ଉପରେ ଭରଷା ନାହିଁ ତେବେ ସେହି ଭରଷା ଗୋଟିଏ ରାତ୍ରୀରେ ଫେରିଆସେ ନାହିଁ । ଆପଣଙ୍କ ସ୍ମାମୀ କେବେ ବି ଭାବିନଥିଲେ କି ଆପଣ କେବେ ତାଙ୍କୁ ଧୋକା ଦେବେ ବୋଲି । ତେଣୁ ଆପଣଙ୍କ ସ୍ୱାମୀଙ୍କୁ ଆପଣଙ୍କ ଉପରେ ଭରଷା କରିବାକୁ ଟିକେ ସମୟ ତ ଲାଗିବ । ଏକ୍ସପର୍ଟଙ୍କର କହିବା କଥା କି ସନ୍ଦେହ ଏକ ଏଭଳି ଜିନିଷ ଯାହା ଥରେ ଆସିଯାଏ ସେତେବେଳେ କାହା ଉପରେ ଭରଷା କରିବା କାଫି ମୁସ୍କିଲ ହୋଇଥାଏ । ଆଉ ଏହି ସମୟରେ ଏ ସନ୍ଦେହ ଦୂର କରିବା ବି ସହଜ ହେବନାହିଁ । କିନ୍ତୁ କଥାବାର୍ତ୍ତା ସବୁବେଳେ କରୁଥିବା ଦରକାର ଯାହାଫଳରେ ଫଟା ସମ୍ପର୍କ ଭାଙ୍ଗିବା ପରିବର୍ତ୍ତେ ଯୋଡିବାର ପ୍ରୟାସ ହୋଇପାରିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.