ପତି -ପତ୍ନୀଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ବିବାଦକୁ ଦୂର କରିଥାଏ ଏହି ରତ୍ନ, ଧାରଣ କଲେ ହିଁ ଫେରି ଆସିଥାଏ ଖୁସି

ପତି -ପତ୍ନୀଙ୍କ ମଧ୍ୟରେ ସମ୍ପର୍କ ମଧୁର ଥିଲେ ବୈବାହିକ ଜୀବନ ସଫଳ ହୋଇଥାଏ | କିନ୍ତୁ ବେଳେ ବେଳେ ଗ୍ରହ ଦଶା କାରଣରୁ ସମ୍ପର୍କରେ ଝାଡା ସୃଷ୍ଟି ହୋଇଥାଏ | ଏମିତିବେଳେ ଜ୍ୟୋତିଷ ପରାମର୍ଶ ଅନୁଯାଇ ଗ୍ରହ ଅନୁସାରେ ରତ୍ନ ଧାରଣ କଲେ ପତି -ପତ୍ନୀଙ୍କ ମଧ୍ୟରେ ପୁଣି ମଧୁର ସମ୍ପର୍କ ଫେରିଆସିଥାଏ | ପତି -ପତ୍ନୀଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ବିବାଦକୁ ସମାପ୍ତ କରିବା ପାଇଁ ବ୍ୟକ୍ତିଙ୍କୁ ଓପଲ ରତ୍ନ ଧାରଣ କରିବାକୁ ପଡିଥାଏ |

ଓପଲ ରତ୍ନ ଧାରଣ କରିବା ନିୟମ :

ଜ୍ୟୋତିଷ ଶାସ୍ତ୍ର ଅନୁଯାଇ ଓପଲ ରତ୍ନ କୌଣସି ମାସର ଶୁକ୍ଳ ପକ୍ଷ ଶୁକ୍ରବାର ଦିନ ପିନ୍ଧି ପାରିବେ | ଶୁକ୍ରବାର ଦିନ ପିନ୍ଧି ଏହାକୁ ଅନାମିକା ଅଙ୍ଗୁଳି ବା ରିଙ୍ଗ ଫିଙ୍ଗରରେ ଧାରଣ କରିବା ଦରକାର | ଏହାକୁ ଧାରଣ କରିବା ପୂର୍ବରୁ କଞ୍ଚା କ୍ଷୀର ଓ ଗଙ୍ଗା ଜଳରେ ଶୁଦ୍ଧ କରି ଏହାକୁ ଧଳା କପଡା ଉପରେ ରଖନ୍ତୁ | ଏବଂ ” ଦ୍ରାଂ ଦ୍ରୀଂ ଦ୍ରୌଂ ସଃ ଶୁକ୍ରାୟ ନମଃ ” ମନ୍ତ୍ର ଜପ କରି ମୁଦି ମୁଦି ଧାରଣ କରନ୍ତୁ | ଏହା ଦ୍ୱାରା ପତି -ପତ୍ନୀଙ୍କ ମଧ୍ୟରେ ସମ୍ପର୍କ ମଧୁର ହୋଇଯିବ |

ମାନସିକ ସ୍ତରରେ ଆସିଥାଏ ସୁଧାର :

ଜ୍ୟୋତିଷ ଶାସ୍ତ୍ର ଅନୁଯାଇ ଓପଲ ଶୁକ୍ରଙ୍କ ରତ୍ନ | ଏହାକୁ ଧାରଣ କରିବା ଦ୍ୱାରା ବ୍ୟକ୍ତିର ସୌନ୍ଦର୍ଯ୍ୟ ଓ ଆକର୍ଷଣରେ ବୃଦ୍ଧି ହୋଇଥାଏ | ଏହି ରତ୍ନର ପ୍ରଭାବରେ ମାନସିକ ସ୍ତରରେ ଆସିଥାଏ ସୁଧାର | ଯଦି ବ୍ୟକ୍ତି ନିରାଶ ଓ ଥକା ଅନୁଭବ କରନ୍ତି ତେବେ ଓପଲ ରତ୍ନ ଧାରଣ କରିବା ଉଚିତ | ଏହାକୁ ଧାରଣ କଲେ ସକାରାତ୍ମକ ଶକ୍ତି ଆସିଥାଏ |

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.