୧୦ ବର୍ଷର ବାଳିକା ସବମିଟ୍ କଲେ ଏଭରେଷ୍ଟ ବେସ୍ କ୍ୟାମ୍ପ

ମୁମ୍ବାଇର ଜଣେ ୧୦ ବର୍ଷିୟ ବାଳିକା ପ୍ରାୟ ୫ ହଜାର ୩୬୪ ମିଟରରେ ଅବସ୍ଥିତ ଏଭରେଷ୍ଟ ବେସ୍ କ୍ୟାମ୍ପ ସବମିଟ୍ କରିଛନ୍ତି। ସେ ହେଉଛନ୍ତି ସର୍ବକନିଷ୍ଠ ଭାରତୀୟ, ଯିଏ କି ହିମାଳୟ ବେସ୍ କ୍ୟାମ୍ପ ପହଂଚିଛନ୍ତି। ରିଦିମ ମମାନିଆ ନାମକ ଏହି ଯୁବ ସ୍କେଟର ତଥା ପର୍ବତାରୋହୀ ତାଙ୍କ ପିତାମାତା ହର୍ଷଲ ଏବଂ ଉର୍ମିଙ୍କ ସହିତ ଯାଇଥିଲେ, ଯାହା ୧୧ ଦିନ ମଧ୍ୟରେ ସେ ଏଭରେଷ୍ଟ ବେସ୍ କ୍ୟାମ୍ପରେ ପହଞ୍ଚି ଥିଲେ।

ଏକ ରିପୋର୍ଟ ଅନୁଯାୟୀ ଏଭରେଷ୍ଟ ବେସ୍ କ୍ୟାମ୍ପ ଉପରକୁ ଚଢ଼ିବା ପାଇଁ ରିଦିମ୍ ସର୍ବକନିଷ୍ଠ ଭାରତୀୟ ପର୍ବତାରୋହୀ ହୋଇପାରିଛନ୍ତି। ଚଳିତ ମାସ ଆରମ୍ଭରେ, ସେ ୫,୩୬୪ ମିଟରରେ ଅବସ୍ଥିତ ବେସ୍ କ୍ୟାମ୍ପକୁ ଟ୍ରେକିଂ କରି ଚମତ୍କାର ପ୍ରଦର୍ଶନ ହାସଲ କରିଛନ୍ତି।

ଖାଲଖମା, କୁଆପଥର, ତୁଷାର ଏବଂ ଏପରିକି ନିମ୍ନ ତାପମାତ୍ରା -୧୦ ଡିଗ୍ରୀ ସେଲସିୟସ୍ ପରି ପରିସ୍ଥିତିର ସାମ୍ନା କରି ସେ ବେସ୍ କ୍ୟାମ୍ପରେ ପହଞ୍ଚିଥିଲେ। ଯାହାକି ତାଙ୍କୁ ପ୍ରାୟ ୧୧ ଦିନ ଲାଗିଥିଲା। ସେ ହେଉଛନ୍ତି ବାନ୍ଦ୍ରା ସ୍ଥିତ ସୁବୁରବାନରେ ଥିବା ରିଷିକୁଲ ବିଦ୍ୟାଲୟଙ୍କର ୫ ମ ଶ୍ରେଣୀ ଛାତ୍ର। ସେ ଏପ୍ରିଲ୍ ୨୫ ରେ ତାଙ୍କର ଏଭରେଷ୍ଟ ଯାତ୍ରା ଆରମ୍ଭ କରି ନେପାଳର ସାଉଥ୍ ବେସ୍ କ୍ୟାମ୍ପରେ ପହଞ୍ଚିଥିଲେ, ଯାହା ସମୁଦ୍ର ପତ୍ତନ ଠାରୁ ପ୍ରାୟ ୫ ହଜାର ୩୬୪ ମିଟର ଉଚ୍ଚରେ ଅବସ୍ଥିତ।

ଏହି ସ୍କେରେଟରଟି ତାଙ୍କ ପିତାମାତା ହର୍ଷଲ ଏବଂ ଉର୍ମିଙ୍କ ସହିତ ହୋଇଥିଲା, ଯେତେବେଳେ ସେ ପ୍ରାୟ ଅପରାହ୍ନ ୧ ବେଳେ ବେସ୍ କ୍ୟାମ୍ପରେ ପହଞ୍ଚିଥିଲେ। ସେ କହିଛନ୍ତି ଆହୁରି ଆଗକୁ ଯିବାର ଅଛି। ରାସ୍ତା ଯେତେ ଖରାପ ଥାଉ ସେ ନିଶ୍ଚିତ ଏଭରେଷ୍ଟ ଶିଖରରେ ପହଞ୍ଚିବେ। ୫ ବର୍ଷରୁ ହିଁ ସେ ହିମାଳୟ ଚଢ଼ିବାକୁ ଉଦ୍ୟମ କରିଛନ୍ତି। ବେସ୍ କ୍ୟାମ୍ପରେ ପହଞ୍ଚିବା ସମୟରେ ଅନେକ ଅସୁବିଧାର ସାମ୍ନା କରିଥିଲେ କିନ୍ତୁ ହାର୍ ମାନି ନଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.