ଏବେ ରାଜରାସ୍ତାରେ ଚାଲିବ 5G ଆମ୍ବୁଲାନ୍ସ , ଡାକ୍ତରଙ୍କୁ ଦେବ ରୋଗୀଙ୍କ କଣ୍ଡିସନର ସିଧା ସୂଚନା

ଏବେ ବହୁତ ଜଲଦି ରାଜରାସ୍ତାରେ ଗଡିବ ୫ଜି ଆମ୍ବୁଲାନ୍ସ। ଅତ୍ୟାଧୁନିକ ଫିଚର୍ସ ସହିତ ବଢ଼ିଆ ଫେସିଲିଟୀ ଦେବାକୁ ଆସୁଛି ୫ଜି ଆମ୍ବୁଲାନ୍ସ। ଏହି ଆମ୍ବୁଲାନ୍ସ ସାଧାରଣ ଆମ୍ବୁଲାନ୍ସ ଠାରୁ ବିଲକୁଲ ଅଲଗା। ଏହାର ଆଧୁନିକ ଫିଚର୍ସ ରୋଗୀଙ୍କ ଜୀବନ ବଞ୍ଚାଇବାରେ ବେଶ୍‌ ସହାୟକ ହେବ। କାହିଁକିନା ରୋଗୀଙ୍କୁ ନେବା ପର ଠାରୁ ହିଁ ଏହା ଲଗାତର ଡାକ୍ତରଙ୍କ ସସ୍ପର୍ଶରେ ରହିବା ତା ସାଙ୍ଗକୁ ରୋଗୀଙ୍କ ଗୋଟେ ଗୋଟେ ମିିନିଟର ସ୍ୱାସ୍ଥ୍ୟାବସ୍ଥା ବିଷୟରେ ସୂଚନା ଦେଉଥିବ। ରୋଗୀ ପହଂଚିବା ପୂର୍ବରୁ ଡାକ୍ତରଖାନାକୁ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେବ ୫ଜି କନେକ୍ଟେଡ୍ ଆମ୍ବୁଲାନ୍ସ ।

ଏହି ୫ଜି କନେକଟେଡ୍‌ ଆମ୍ବୁଲାନ୍ସରେ ହାଇଟେକ ଉପକରଣ ଲଗାଯାଇଛି। ଏଥିରେ ପେସେଣ୍ଟ ମନିଟରିଙ୍ଗ ଆପ୍ଲିକେସନ୍ସ ଏବଂ ଟେଲିମେଟ୍ରୀ ଉପକରଣ ଲାଗିଛି। ଯାହାଦ୍ୱାରା ରୋଗୀଙ୍କ ରିୟଲଟାଇମ ଡାଟା ଆମ୍ବୁଲାନ୍ସରୁ ହସ୍ପିଟାଲ ପର୍ଯ୍ୟନ୍ତ ପହଁଚିପାରିବ। ତେବେ ଏବେ ଆସନ୍ତୁ ଆଉ ଡେରି ନକରି ଜାଣିବା ୫ଜି ଆମ୍ବୁଲାନ୍ସ ଦେଖିବାକୁ କେମିତି ହେବ ଏବଂ ଲୋକଙ୍କୁ ଏହାର ସୁବିଧା କେତେ ଠାରୁ ମିଳିବାକୁ ଲାଗିବ।

ଆମ୍ବୁଲାନ୍ସରେ ମିଳିବ ଏହି ଫିଚର୍ସ

ଏହି ୫ଜି ଆମ୍ବୁଲାନ୍ସରେ ଅନବୋର୍ଡ କ୍ୟାମେରା, କ୍ୟାମେରା ଆଧାରିତ ହେଡଗିୟର ଏବଂ ପାରାଡେମିକ ଷ୍ଟାଫ ପାଇଁ ବଡି କାମ, ଏହି ସବୁକିଛି ମିଳିବ। ଡାକ୍ତର ହସ୍ପିଟାଲରେ ବସି ବସି ଆମ୍ବୁଲାନ୍ସରେ ଥିବା ରୋଗୀଙ୍କୁ ଲାଇଭ ଦେଖିପାରିବେ। ଏହି ସମୟରେ ରୋଗୀଙ୍କ କଣ୍ଡିସନ୍‌ ସମ୍ପର୍କରେ ବି ସ୍ଟାଫଙ୍କୁ ପଚାରି ଡିରେକସନ୍‌ ଦେଇପାରିବେ। ଏହି ଆମ୍ବୁଲାନ୍ସ ହସ୍ପିଟାଲର ଏକ ଏମରଜେନ୍ସୀ ଓ୍ଵାର୍ଡ ଭଳି ହିଁ କାମ କରିବ। ଡାକ୍ତର ରୋଗୀଙ୍କୁ ଲାଇଭ ଦେଖିବା ସମୟରେ ରୋଗୀଙ୍କର ସ୍ଥିତି ବିଗିଡିଲେ ବି ତାଙ୍କୁ ସମ୍ଭାଳିପାରିବେ। ଏହି ଆମ୍ବୁଲାନ୍ସ ଭିତରେ ଆଇସିୟୁର ପୂରା ସେଟଅପ୍‌ ରହିଥିବ। ଡାକ୍ତର ରିୟଲ ଟାଇମ୍‌ ସ୍ଥିତି ଜାଣିବା ସମୟରେ ରୋଗୀଙ୍କ ସ୍ଥିତିକୁ ଦେଖି କଣ କରିବାକୁ ହେବ ଷ୍ଟାଫଙ୍କୁ ବତାଇ ପାରିବେ।

ଏଭଳି ଦେଖିବାକୁ ଏହି ଆମ୍ବୁଲାନ୍ସ

ଏହି ଆମ୍ବୁଲାନ୍ସରେ ମନିଟର ଲାଗିଥିବ ଏବଂ ଏଥିରେ ଏଚଡୀ କ୍ୟାମେରା ମଧ୍ୟ ଲଗା ହୋଇଥିବ। ଆମ୍ବୁଲାନ୍ସରେ ଲଗାହୋଇଥିବା ମନିଟର ମାଧ୍ୟମରେ ଡାକ୍ତରଙ୍କ ସହ ସିଧାସଳଖ କଥାବାର୍ତ୍ତା ହୋଇପାରିବ। ଡାକ୍ତର ଷ୍ଟାଫଙ୍କୁ ଗାଇଡ କରିପାରିବେ, ଯେପରି ରୋଗୀଙ୍କ ଜୀବନ ଆଇସିୟୁରେ ବଞ୍ଚିପାରିବ। ୫ଜି ସେବା ଦ୍ୱାରା ହେଲ୍ଥ ସେକ୍ଟରରେ ବହୁତ ବଡ ପରିବର୍ତ୍ତନ ଦେଖିବାକୁ ନିଶ୍ଚୟ ମିଳିବ। ଏହି ୫ଜି ଆମ୍ବୁଲାନ୍ସ ପାଇଁ ଭାରତୀ ଏୟାରଟେଲ ଆପୋଲୋ ହସ୍ପିଟାଲ ଏବଂ ସିସକୋ ସହିତ ଚୁକ୍ତିନାମା କରିଛି। ଏହା ସ୍ୱାସ୍ଥ୍ୟ ସେବାକୁ ବହୁତ ମାତ୍ରାରେ ପରିବର୍ତ୍ତନ କରିପାରିବ। ଯାହାଦ୍ୱାରା ଆପାତକାଳୀନ ସ୍ଥିତିରେ ଲୋକଙ୍କ ଜୀବନ ରକ୍ଷା କରିହେବ।

ସେହିପରି ଅଲଟ୍ରାସାଉଣ୍ଡ୍ କରିବ ରୋବୋଟିକ ଆର୍ମ । ଜିଓ ପାଭିଲିଅନରେ ଏକ ରୋବୋଟିକ୍ସ ଆର୍ମ ମଧ୍ୟ ଦେଖିବାକୁ ମିଳିବ। ଯାହା ଏକ୍ସ-ରେ ଓ ଅଲ୍ଟ୍ରାସାଉଣ୍ଡ୍ କରିବାରେ ସିଦ୍ଧହସ୍ତ । ଜିଓର ଟ୍ରୁ-୫ଜି ଜରିଆରେ ହଜାର ହଜାର କିଲୋମିଟର ଦୂରରେ ଥିବା ରେଡିଓଲୋଜିଷ୍ଟ କିମ୍ବା ସୋନୋଗ୍ରାଫର ତାହାକୁ ଅତି ସହଜରେ ପରିଚାଳନା କରିପାରିବେ ।

ରୋବୋଟିକ୍ ଆର୍ମ ସହରରେ ଥିବା ରେଡିଓଲୋଜିଷ୍ଟଙ୍କୁ ସିଧାସଳଖ ଗାଁରେ ଥିବା ରୋଗୀଙ୍କ ସହ ଯୋଡ଼ିପାରିବ । ଏହା ସହ ଘରେ ବସି ରିପୋର୍ଟ ହାସଲ କରିପାରିବେ । ସେହିପରି ଆସୁଛି ଜିଓର ୫ଜି ହେଲ୍ଥକେୟାର ଅଟୋମେସନ । ରିଲାଏନ୍ସ ଜିଓ ଏଭଳି ରୋବୋଟ୍ ପ୍ରଯୁକ୍ତି ଉପରେ କାର୍ଯ୍ୟ କରୁଛି ଯାହା ଆଇସୋଲେସନ ୱାର୍ଡ ସହିତ ଅନ୍ୟ ରୋଗୀମାନଙ୍କ ପାଖରେ ଔଷଧ ଓ ଖାଦ୍ୟପାନୀୟ ପ୍ରଦାନ କରିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.