ରାମାୟଣ ସହ ଜଡିତ କିଛି ଅଜଣା କଥା ଯାହା ପ୍ରତ୍ୟେକ ହିନ୍ଦୁ ଜାଣିବା ଜରୁରୀ

କିଛି ଦିନ ତଳେ ଆମେ ଆପଣଙ୍କୁ ଜଣାଇଥିଲୁ ଯେ କେମିତି ହୋଇଥିଲା ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀ ରାମଚନ୍ଦ୍ରଙ୍କ ମୃତ୍ୟୁ । ଆଜି ଆମେ ଆପଣଙ୍କୁ ରାମାୟଣର ଏପରି କିଛି ତଥ୍ୟ ଦେବୁ ଯାହା ହୁଏତ ଆପଣ ଆଗରୁ କେବେବି ଶୁଣି ନଥିବେ କି ଜାଣି ନଥିବେ । ରାମାୟଣର ଏ ସବୁ ତଥ୍ୟ ଅତ୍ୟନ୍ତ ରୋଚକପୁର୍ଣ ଏବଂ ଅଦ୍ଭୁତ । ଯଦିଓ ଭାରତୀୟ ଟେଲିଭିଜନ ଦୁନିଆରେ ରାମାୟଣ ଏକ ଅତ୍ୟନ୍ତ ଆଦୃତ ଟିଭି ସିରିୟଲ, ତଥାପି ଏ ସବୁ ଘଟଣା ଆପଣଙ୍କୁ ଆଜିଯାଏ କେହିବି ଦେଖାଇନଥିବେ । ତେବେ ଆସନ୍ତୁ ଜାଣିବା ସମ୍ପୂର୍ଣ ତଥ୍ୟ ସମ୍ବନ୍ଧରେ ।

ଏ ସବୁ ରାମାୟଣର ଅକୁହା କଥା । ଯଦି ଆମେ ଆପଣଙ୍କୁ କହୁ ଯେ ଭଗବାନ ଶ୍ରୀ ରାମଚନ୍ଦ୍ର କେବଳ ଚାରି ଭାଇ ନଥିଲେ ଏବଂ ତାଙ୍କର ଏକ ଭଉଣୀ ଥିଲା ଯାର ନାମ ସାନ୍ତା, ଆପଣ ହୁଏତ ବିଶ୍ୱାସ କରି ନ ପାରନ୍ତି କିନ୍ତୁ ଏହା ସମ୍ପୂର୍ଣ ସତ୍ୟ । ସେହିପରି ଆପଣ ଏହା ମଧ୍ୟ ଜାଣି ନଥାଇ ପାରନ୍ତି ଯେ ଲଙ୍କାର ପ୍ରକୃତ ରାଜା ମହାରାଜ କୁବେର ଥିଲେ ଯିଏକି ରାବଣର ସାବତ ଭାଇ ଥିଲେ ଏବଂ ସେଥିପାଇଁ ରାବଣ ଛଳେ ବେଳେ କୌଶଳେ ତାଙ୍କଠାରୁ ଲଙ୍କା ଛଡାଇ ନେଇଥିଲା ।

ଆପଣ ଏ କଥା ଜାଣି ନିଶ୍ଚିତ ଭାବରେ ଆଶ୍ଚର୍ଯ୍ୟ ହେବେ ଯେ ଅନୁଜ ଲକ୍ଷ୍ମଣ ୧୪ ବର୍ଷ ବନବାସର ଅବଧି କାଳରେ ଜମାରୁ ଥରେବି ଶୋଇନଥିଲେ କାରଣ ସେ ନିଜର ଅଗ୍ରଜ ପ୍ରଭୁ ଶ୍ରୀ ରାମଚନ୍ଦ୍ର ଏବଂ ମାତା ସୀତାଙ୍କର ସୁରକ୍ଷାର ଭାର ନିଜ କାନ୍ଧରେ ବହନ କରିଥିଲେ । ସେହିପରି ଆମେମାନେ ସମସ୍ତେ ଜାଣିଛେ ଯେ ଭଗବାନ ରାମଚନ୍ଦ୍ର ପ୍ରଭୁ ଅଖିଳ ବ୍ରମହାଣ୍ଡର ସ୍ୱାମୀ ଭଗବାନ ଶ୍ରୀ ବିଷ୍ଣୁଙ୍କର ଅବତାର ଥିଲେ , କିନ୍ତୁ ଆପଣ ଜାଣନ୍ତି କି ଲକ୍ଷ୍ମଣ ଶେଷନାଗଙ୍କର ଅବତାର ଥିଲେ ?

ସବୁଠାରୁ ଆଶ୍ଚର୍ଯ୍ୟର କଥା ଏହାଯେ ରାମାୟଣର ପ୍ରବଳ ପ୍ରତାପୀ ଯୋଦ୍ଧା ବାନରରାଜ ବାଳୀ ପରଜନ୍ମରେ ଜାରା ଶବର ରୂପରେ ଜନ୍ମଗ୍ରହଣ କରି ଶ୍ରୀକୃଷ୍ଣଙ୍କର ବଦ୍ଧ କରିଥିଲେ । ସେହିପରି ଆମେ ସମସ୍ତେ ଜାଣିଛେଯେ ଲଙ୍କାପତି ରାବଣର ୧୦ ମୁଣ୍ଡ ଥିଲା, କିନ୍ତୁ କାହିଁକି ଥିଲା ଏହା ବହୁତ କମ ଲୋକ ଜାଣିଥିବେ । ବାସ୍ତବିକ କଥା ଏହା ଯେ ରାବଣ ଭଗବାନ ମହାଦେବଙ୍କର ବହୁତ ବଡ ଭକ୍ତ ଥିଲା ଏବଂ ତାଙ୍କୁ ସନ୍ତୁଷ୍ଟ କରିବା ପାଇଁ ଦସ ଥର ନିଜର ମୁଣ୍ଡ କାଟି ସମର୍ପଣ କରିଥିଲା । ସେଥିପାଇଁ ଭଗବାନ ମହାଦେବ ଖୁସି ହୋଇ ତାକୁ ଦଶାନନ ହେବାର ବର ଦେଇଥିଲେ ।

ଆପଣ କଣ ଜାଣିଛନ୍ତି ଯେ ଯେତେବେଳେ ରାମାୟଣ ଶେଷ ଭାଗରେ ଉପନୀତ ହେଲା ଏବଂ ଭଗବାନ ଶ୍ରୀରାମ ଦେହତ୍ୟାଗ କରିବାକୁ ନିଷ୍ପତ୍ତି ନେଲେ, ସେତେବେଳେ ସେ ମହାବୀର ହନୁମାନଙ୍କୁ ଏ ପୃଥିବୀ ପୃଷ୍ଠରେ ରହି ତାଙ୍କ ଭକ୍ତମାନଙ୍କୁ ସର୍ବଦା ସୁରକ୍ଷା ଦେବାକୁ ବଚନ ନେଇଥିଲେ? ଯାହାର ପରିଣାମ ସ୍ୱରୂପ ହନୁମାନ ଏ ପୃଥିବୀରେ ଏବେବି ଆମର ଏବଂ ଏ ପୃଥିବୀ ଥିବା ପର୍ଯ୍ୟନ୍ତ ଆମର ହୋଇ ରହିଥିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.