ହୋଇପାରିଲେନି ପାଇଲଟ୍‌, ଟାଟା ନାନୋ କାରକୁ ବନେଇଦେଲେ ‘ହେଲିକାପ୍ଟର’, ପଢ଼ନ୍ତୁ ବିହାରର ଏହି ନିଆରା ବ୍ୟକ୍ତିଙ୍କ କାହାଣୀ

ସମସ୍ତଙ୍କ ଜୀବନରେ କିଛି ନା କିଛି ଲକ୍ଷ୍ୟ ଥାଏ। କିନ୍ତୁ ଅନେକ ଥର ଏହି ଲକ୍ଷ୍ୟ ପୂରଣ ହୋଇପାରି ନ ଥାଏ। ଆଉ ଯଦି ମଣିଷ ଚାହେଁ, ତା’ ହେଲେ ଶତ ପ୍ରତିଶତ ପୂରା ନ ହେଲେ କ’ଣ ହେଲା, କିଛିଟା ପୂରଣ କରିବାରେ ସମର୍ଥ ହୋଇଥାଏ। ଏମିତି କିଛି କରି ଦେଖାଇଛନ୍ତି ବିହାରର ଜଣେ ବ୍ୟକ୍ତି, ଯିଏ କି ପାଇଲଟ୍‌ ହେବାର ସ୍ୱପ୍ନ ତ ପୂରା କରିପାରିଲେନି, ହେଲେ ନିଜ ଟାଟା ନାନୋ କାରକୁ ‘ହେଲିକାପ୍ଟର’ ବନେଇ ଦେଲେ।

ଏହି କାହାଣୀ ହେଉଛି ମିଥିଲେଶ୍‌ ପ୍ରସାଦ ନାମକ ବ୍ୟକ୍ତିଙ୍କର, ଯିଏ ପେଶାରେ ଜଣେ ଚାଷୀ। ୟୁଟ୍ୟୁବରେ ଅପଲୋଡ୍‌ ହୋଇଥିବା ଏକ ଭିଡିଓ ଅନୁସାରେ, ପିଲାଟି ଦିନରୁ ମିଥିଲେଶ୍‌ ପାଇଲଟ୍‌ ହେବାକୁ ଇଚ୍ଛା ରଖିଥିଲେ। ସେ ଏହି ଭିଡିଓରେ କହିଛନ୍ତି, ଘରର ଆର୍ଥକ ପରିସ୍ଥିତି ଦୁର୍ବଳ ହେବା କାରଣରୁ ନିଜ ସ୍ୱପ୍ନ ପୂରଣ କରିପାରିଲେ ନାହିଁ। ଏଥିପାଇଁ ସେ ଟାଟା ନାନୋ କାରକୁ ହେଲିକାପ୍ଟର କରିବାକୁ ନିଷ୍ପତ୍ତି ନେଇଥିଲେ। ନାନା କାରକୁ ମୋଡିଫାଏ କରି ଏହାକୁ ହେଲିକାପ୍ଟର ଲୁକ୍‌ ଦେଇଥିଲେ।

ଏହାସହ ପଢ଼ନ୍ତୁ: ସୁଇମିଂ ପୁଲ୍‌ ତଳୁ ବାହାରିଲା ‘୩ କୁଇଣ୍ଟାଲ ସୁନା’, ବାସ୍ତବତା ଜାଣିଲେ ଆପଣ ବି ହୋଇଯିବେ ଆଶ୍ଚର୍ଯ୍ୟ

ଯଦିଓ ଏହା ଆକାଶରେ ଉଡ଼ୁନାହିଁ, ତଥାପି ମିଥିଲେଶ୍‌ ଏହାର ଛାତ ଉପରେ ଏକ ଇଲେକ୍ଟ୍ରିକ୍‌ ମୋଟର ମାଧ୍ୟମରେ ହେଲିକାପ୍ଟର ଭଳି ପଙ୍ଖା ଲଗେଇଛନ୍ତି। ଏହା କାରର ଡାସବୋର୍ଡ ଉପରେ ଦିଆଯାଇଥିବା ସ୍ୱିଚ୍‌ ଦ୍ୱାରା ଅନ୍‌ ହୋଇଥାଏ। ଏହି ପଙ୍ଖା ଏକ ପ୍ରକୃତ ହେଲିକାପ୍ଟର ଭଳି ଚାଲିଥାଏ। କିନ୍ତୁ ଭାରି କାରକୁ ଉଠାଇବାରେ ଏତେ ଫୋର୍ସ ଦେଇପାରି ନ ଥାଏ। ଏଠାରେ କୁହାଯାଇପାରେ କି, ମିଥିଲେଶଙ୍କର ଏହି ନିର୍ମାଣ ଶୈଳୀ ମଣିଷକୁ ତା’ର ସ୍ୱପ୍ନ ପୂରଣ କରିବାରେ ନିଶ୍ଚିତ ରୂପେ ଉତ୍ସାହିତ କରିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.