ମା’-ବାପା ହେବାର ନାହିଁ କୌଣସି ବୟସ! ୭୫ ବର୍ଷର ସ୍ୱାମୀ ଓ ୭୦ ବର୍ଷର ସ୍ତ୍ରୀ ଜନ୍ମ ଦେଲେ ପୁତ୍ର ସନ୍ତାନ

ରାଜସ୍ଥାନ: ବିବାହର ୫୬ ବର୍ଷ ପରେ ବାପା-ମା’ ହେବାର ସୁଖ ପାଇଲେ ଦମ୍ପତି। ରାଜସ୍ଥାନର ଅଲବର ଜିଲ୍ଲାରୁ ସାମ୍ନାକୁ ଆସିଛି ଏଭଳି ଏକ ନିଆରା ମାମଲା, ଯାହା ଏବେ ସାରା ଦେଶରେ ଚର୍ଚ୍ଚାରେ ରହିଛି। ସବୁଠୁ ବଡ଼ କଥା ହେଉଛି, ଯେଉଁ ଦମ୍ପତିଙ୍କ ଘରେ ପିଲା ଜନ୍ମ ନେଇଛି ତାଙ୍କ ବାପାଙ୍କ ବୟସ ୭୫ ବର୍ଷ ଓ ମା’ଙ୍କ ବୟସ ୭୦ ବର୍ଷ। ରିପୋର୍ଟ ମୁତାବକ, ରାଜ୍ୟର ଏହା ଏଭଳି ଏକମାତ୍ର ମାମଲା, ଯେଉଁଠି ପରିଣତ ବୟସରେ ଦମ୍ପତି ବାପା-ମା’ ହୋଇଛନ୍ତି।

ସୂଚନା ମୁତାବକ, ମା’-ବାପା ବନିଥିବା ଏହି ଦମ୍ପତି ଝୁନ୍‌ଝୁନୁଂର ବାସିନ୍ଦା। ସ୍ୱାମୀ ଗୋପୀଚନ୍ଦ ଜଣେ ଅବସରପ୍ରାପ୍ତ ସୈନିକ। ଗୋପୀଚନ୍ଦ କହିଛନ୍ତି, ସେ ନିଜ ବାପା ନୈନୁ ସିଂହଙ୍କ ଏକମାତ୍ର ସନ୍ତାନ। ତେବେ ସେ ବହୁତ ଖୁସି ଅଛନ୍ତି ଯେ ଏବେ ତାଙ୍କ ବଂଶ ଆଗକୁ ବଢ଼ିପାରିବ।

ଅନ୍ୟପଟେ ଗୋପୀଚନ୍ଦଙ୍କ ପତ୍ନୀ ଚନ୍ଦ୍ରବତୀ ମଧ୍ୟ ପୁତ୍ର ସନ୍ତାନ ଜନ୍ମ ଦେଇ ବେଶ୍‌ ଖୁସି ଅଛନ୍ତି। ଡାକ୍ତରଙ୍କ କହିବାନୁସାରେ, ଚନ୍ଦ୍ରବତୀଙ୍କ ପିଲା ସମ୍ପୂର୍ଣ୍ଣ ସୁସ୍ଥ ଅଛି। ଛୁଆର ଓଜନ ପାଖାପାଖି ୩ କିଲୋଗ୍ରାମ୍‌ ରହିଛି।

ଡାକ୍ତରଙ୍କ କହିବାନୁସାରେ, ଆଇଭିଏଫ୍‌ ଟେକ୍‌ନିକ୍‌ ଜରିଆରେ ଅଧିକ ବୟସରେ ବାପା-ମା’ ହେବା ସମ୍ଭବ। ଆଇବିଏଫ୍‌ ଟେକ୍‌ନିକ୍‌ରେ ଦେଶ ଦୁନିଆରେ ପୂର୍ବରୁ ବି ଅନେକ ବୃଦ୍ଧ ଦମ୍ପତି ୭୦-୮୦ ବୟସରେ ମଧ୍ୟ ବାପା-ମା’ ହୋଇଛନ୍ତି। କିନ୍ତୁ ରାଜସ୍ଥାନରେ ଏଭଳି ପ୍ରଥମ ଥର ପାଇଁ ହୋଇଛି। ଡାକ୍ତରଙ୍କ ଅନୁସାରେ, ସାରା ଦେଶରେ ଏହି ବୟସରେ ସନ୍ତାନ ଜନ୍ମ କରିଥିବା ବ୍ୟକ୍ତିଙ୍କ ମଧ୍ୟରେ ଖୁବ୍‌ କମ୍‌ ଲୋକ ଅଛନ୍ତି।

Also Read: ବାପା ହେଲେ ‘କୁଣ୍ଡଳୀ ଭାଗ୍ୟ’ ଫେମ୍‌ ଧୀରଜ ଧୁପର, ଘରକୁ ଆସିଲା ପୁତ୍ର ସନ୍ତାନ

Leave A Reply

Your email address will not be published.