ଆମ ଦେଶରେ କିଛି ରୋଚକ ତଥ୍ୟ ବିଷୟରେ ଜାଣି ଆଶ୍ଚର୍ଯ୍ୟ ହୋଇଯିବେ ଆପଣ

ଆମ ଦେଶ ଭାରତ, ଯେଉଁଠି ବିଦେଶୀ ପର୍ଯ୍ୟଟକଙ୍କର ସୁଅ ପ୍ରାୟ ପ୍ରତ୍ୟେକ ସମୟରେ ଦେଖିବାକୁ ମିଳିଥାଏ। କୁହାଯାଏ ସମସ୍ତଙ୍କର ପ୍ରିୟ ଦେଶ ହେଉଛି ଭାରତ। କାରଣ ସବୁ ଦେଶ ଅପେକ୍ଷା ଭାରତୀୟ ଜଳବାୟୁ ଶରୀର ପାଇଁ ଯେତିକି ଉପଯୋଗୀ ହୋଇଥାଏ ସେହିପରି ଖାଦ୍ୟର ମଧ୍ୟ କୌଣସି ଜବାବ ନଥାଏ। ଭାରତୀୟଙ୍କ ଖାଇବାରେ ଏବଂ ଖୁଆଇବାରେ ଥାଏ ନିଆରା ପ୍ରେମ । ଯାହା ବିଦେଶୀଙ୍କୁ ଅଧିକ ଆକୃଷ୍ଟ କରିଥାଏ ଆମ ଦେଶ ବୁଲିବାକୁ। ସ୍ୱାଦରେ ଏହି ଦେଶ ସମସ୍ତଙ୍କୁ ମାତ୍‌ ଦେବା ସହ ଆମର ଚାଲିଚଳନୀ ଓ ବେଶପୋଷାକ ମଧ୍ୟ ସମସ୍ତଙ୍କୁ ବେଶ ପସନ୍ଦ ଆସିଥାଏ। ବିଭିନ୍ନତା ମଧ୍ୟରେ ଏକତା ବଜାଇ ରଖି ଏହି ଦେଶ ସମସ୍ତଙ୍କୁ ନିଜର ପ୍ରାକୃତିକ ସୌନ୍ଦର୍ଯ୍ୟରେ ମଧ୍ୟ ମୁଗ୍ଧ କରିଥାଏ। ତେବେ ନିଜ ଦେଶ ବିଷୟରେ ଆମେ କିଛି ରୋଚକ ତଥ୍ୟ ଜାଣିବାକୁ ପାଇଛୁ, ଯାହା ଆଜି ଆପଣଙ୍କ ସହ ସେୟାର କରିବୁ। ନିଜ ଦେଶ ବିଷୟରେ ଏହିସବୁ ରହସ୍ୟ ଜାଣିବା ପାଇଁ ଆଗକୁ ପଢ଼ନ୍ତୁ।

ଆମ ଦେଶର ଜନସଂଖ୍ୟା ମୋଟ ୧.୩୩ ବିଲିୟନ। ଏଭଳି ଅନୁମାନ ମଧ୍ୟ କାରାଯାଉଛି ଯେ, ଏଭଳି ସ୍ଥିତି ରହିଲେ ୨୦୨୮ରେ ଏହା ଚାଇନାକୁ ଅତିକ୍ରମ କରିବ। ସେହିପରି ଆମ ଦେଶରେ ମୁଖ୍ୟତଃ ୬ଟି ଭାଷା ଅଧିକ ମାତ୍ରାରେ ବ୍ୟବହାର କରାଯାଏ। ପ୍ରଥମରେ ହିନ୍ଦୀ ରହିଥିବା ବେଳେ ପରେ ମରାଠୀ , ବଙ୍ଗାଳି, ତାମିଲ, ତେଲୁଗୁ ଓ ଶେଷରେ ଆମ ଓଡ଼ିଆ ଭାଷା ରହିଛି।

କୁହାଯାଏ ପାଖାପାଖି ୧୦ କୋଟି ବର୍ଷ ପୂର୍ବେ ଭାରତ ଏକ ଦ୍ୱୀପ ଥିଲା। ଏହାସହ ସିନ୍ଧୁ ଘାଟୀ ସଭ୍ୟତା ଦୁନିଆର ସବୁଠୁ ପୁରୁଣା ସଭ୍ୟତା, ତେଣୁ ଆମ ଦେଶକୁ ମଧ୍ୟ ସବୁଠୁ ପୁରୁଣା ଏବଂ ଉନ୍ନତ ସଭ୍ୟତା ବୋଲି ମନାଯାଏ। ଆପଣ ଜାଣିଥିବେ, ଯେ indiaର ନାମ ମଧ୍ୟ ଇଣ୍ଡସ ନଦୀ ବା ସିନ୍ଧୁ ନଦୀରୁ ନିଆଯାଇଛି।

kumbh mela
pc: financial times

ଆପଣ କୁମ୍ଭ ମେଳା ସମ୍ପର୍କରେ ତ’ ବହୁତ ବାର ଶୁଣିଥିବେ। ୧୨ ବର୍ଷକୁ ଥରେ ଏହି ମେଳା ଅନୁଷ୍ଠିତ ହୋଇଥାଏ । ତେବେ ଏହି ମେଳାରେ ଅନେକ ଭକ୍ତ ଆସିଥାନ୍ତି। କିନ୍ତୁ ଏହା ପଛରେ ଏକ Interesting fact ଲୁଚି ରହିଛି। କୁହାଯାଏ ଯେ, ଏଠାରେ ଲୋକଙ୍କ ଭିଡ଼ ଏତେ ମାତ୍ରାରେ ରହିଥାଏ ଯେ ଏମାନେ ସ୍ପେଶରୁ ମଧ୍ୟ ଦେଖାଯାଇଥାନ୍ତି। ଏହା ଏମିତି ଏକ ମେଳା ଯେଉଁଠି ଦୁନିଆର ସବୁଠୁ ଅଧିକ ଲୋକଙ୍କ ସମାଗମ ହୋଇଥାଏ ।

କ’ଣ ଆପଣ ଜାଣିଛନ୍ତି ଇଣ୍ଡୋନେସିଆ ଏବଂ ପାକିସ୍ତାନ ପରେ ସବୁଠୁ ଅଧିକ ମୁସଲିମ ଆମ ଦେଶ ଭାରତରେ ହିଁ ଅଛନ୍ତି। ଦୁନିଆର ସବୁରଠୁ ଅଧିକ ମସଜିଦ ଏଠାରେ ରହିଛି। ଭାରତରେ ପାଖାପାଖି ୩ ଲକ୍ଷରୁ ଅଧିକ ମସଜିଦ୍‌ ରହିଛି।

ତେବେ ଭାଷାକୁ ଯଦି ଆମେ ଧ୍ୟାନକୁ ନେବା ତେବେ ସମସ୍ତେ ଜାଣିଛନ୍ତି ଭାରତରେ ଅନେକ ପ୍ରକାର ଆଞ୍ଚଳିକ ଭାଷା ରହିଛି। କିନ୍ତୁ କଣ ଆପଣ ଜାଣିଛନ୍ତି ଭାରତରେ ଦୁନିଆର ସବୁଠୁ ଅଧିକ ଇଂରେଜ ଭାଷା ବ୍ୟବହାର କରାଯାଏ ।

ଏବେ ଆମେ ଆପଣଙ୍କୁ ସ୍ପେଶକୁ ନେଇ ଏକ unknown fact ସମ୍ପର୍କରେ କହିବୁ। ଭାରତର ପ୍ରଥମ ରକେଟ୍‌ ଟେଟକୋ ସାଇକେଲରେ ନିଆଯାଇଥିଲା। ଶୁଣିକି ବିଶ୍ୱାସ ହେଉନଥିଲେ ବି ଏହା ସତ। ଏହାସହ ଆମ ଦେଶର ପ୍ରଥମ ସାଟେଲାଇଟକୁ ଲଞ୍ଚ କରିବା ପାଇଁ ବଳଦ ଗାଡ଼ିର ବ୍ୟବହାର କରାଯାଇଥିଲା। ଏହାପରେ ଏବେ ଇସ୍ରୋ ଅତ୍ୟାଧୁନିକ ଟେକନିକ ବ୍ୟବହାର କରି ଅନେକ ସଫଳ ପରୀକ୍ଷଣ କରୁଛି।

ଏବେ ଆମେ ଆପଣଙ୍କୁ ଉଲକା ପିଣ୍ଡକୁ ନେଇ ଏକ ବିଶେଷ କଥା କହିବାକୁ ଯାଉଛୁ। ଆପଣ ଅନେକବାର ଉଲ୍କା ପିଣ୍ଡ ପୃଥିବୀ ନିକଟତର ହେଉଥିବାର ଖବର ଶୁଣିଥିବେ। ଏହାକୁ ଶୁଣି ମନରେ ଭୟ ଆସୁଥିବ ନିଶ୍ଚୟ। ତେବେ ଆପଣ ମହାରାଷ୍ଟ୍ରର Lonar ଝିଲ ସମ୍ପର୍କରେ ତ ଜାଣିଥିବେ। ଏମିତିବି କୁହଯାଏ ପୃଥିବୀ ସହ ଏକ ଉଲକା ପିଣ୍ଡ ମାଡ଼ ହେବା ଫଳରେ ଏହି ଗାତ ତିଆରି ହୋଇଥିଲା। ତେଣୁ ଏହାର ନାମ Lonar ଝିଲ ରଖାଯାଇଛି।

ତେବେ ଆପଣ କେବେ ଏମିତି ଘର ଦେଖିଛନ୍ତି ଯାହାର କବାଟ ନାହିଁ। ଶୁଣିକି ଭାବୁଥିବେ ଏହା କିପରି ସମ୍ଭବ । କବାଟ ଘରର ମୁଖ୍ୟ ଦ୍ୱାରରେ ରହିଥାଏ । କିନ୍ତୁ ମହାରାଷ୍ଟ୍ରର ସନିସିଂହାପୁର ଏପରି ଏକ ଗ୍ରାମ ଯେଉଁଠି କାହା ଘରେ ଆପଣ କବାଟ ଦେଖିବାକୁ ପାଇବେ ନାହିଁ। ଏହି ଗାଁରେ କେବେ ବି ଚୋରି ହୋଇନଥାଏ। ତେଣୁ ଏଠାରେ ପୋଲିସ ଷ୍ଟେସନ ମଧ୍ୟ ନାହିଁ।

india map
pc: curly tales

ଆପଣ କେବେ ମାଗ୍ନେଟିକ ହିଲ ସମ୍ପର୍କରେ ଶୁଣିଛନ୍ତି? ଆଉ କେଉିଁଠି ବି ନୁହେଁ, ବରଂ ଏହା ଆମ ଦେଶରେ ରହିଛି। ଲଦାଖରେ ରହିଛି ଏହି ଚୁମ୍ବକୀୟ ପାହାଡ଼। କୁହାଯାଏ ଯେ, ଏହିଠାରେ ଯେଉଁ ଗାଡ଼ି ବି ଯିବା ଆସିବା କରେ କିମ୍ବା ରହିଥାଏ ତାହା ମାଗ୍ନେଟିକ ବଳରେ ଟାଣି ହୋଇଯାଏ।

ଟେକ୍ନୋଲୋଜି ଦୁନିଆରେ ମଧ୍ୟ ଭାରତ ଖୁବ ଆଗକୁ ବଢ଼ିଛି। ସୁପର କମ୍ପ୍ୟୁଟର ତିଆରି କରିବାରେ ଭାରତ ଏବେ ୟୁନାଇଟେଡ ଷ୍ଟେଟ ଓ ଜାପାନ ପରେ ୩ୟ ନମ୍ବରରେ ରହିଛି। ଏହାସହ ଦୁନିଆର ସବୁଠୁ ବଡ଼ ରୋଡ଼ ନେଟଓ୍ଵାର୍କ ଭାରତରେ ହିଁ ରହିଛି। ଭାରତରେ କାଶ୍ମୀର ଠାରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ୧୯ ଲକ୍ଷ ମାଇଲରୁ ମଧ୍ୟ ଅଧିକ ରୋଡ ପାଇବେ।

ଏହାସହ ଖାଦ୍ୟକୁ ଯଦି ଆମେ ନଜରକୁ ଆଣିବା ତେବେ ପୁରା ଦୁନିଆରେ ଥିବା ଅଧିକ ଶାକାହାରୀ ଲୋକ ଭାରତରେ ହିଁ ଅଛନ୍ତି। ଏଥିପାଇଁ ତ ଲୋକଙ୍କ ପସନ୍ଦକୁ ଦୃଷ୍ଟିରେ ରଖି KFC, Pizza hot ଏବଂ MC donalder ତରଫରୁ ଲୋକଙ୍କ ପାଇଁ ସ୍ପେଶାଲ ଭେଜ ମେନ୍ୟୁ ରଖାଯାଇଛି। ଏମାନଙ୍କ ମଧ୍ୟରୁ ପ୍ରଥମେ ପିଜା ହଟ୍‌ ତରଫରୁ ଏହି ଭେଜ ସ୍କିମ ଆରମ୍ଭ ହୋଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.