ଦେଖିଲେ ଚିହ୍ନି ପାରୁଛନ୍ତିକି ଇଏ କିଏ ବୋଲି ? ଭାରତୀୟ ନା ଆଉ କିଏ

ଭାରତୀୟ ବିବାହକୁ ନେଇ ପୁରା ବିଶ୍ୱରେ ଯେମିତି ଏକ ଭିନ୍ନ କ୍ରେଜ ରହିଛି । ବିଦେଶୀ ମାନଙ୍କୁ ତ ଏହାର ସଂସ୍କୃତି ଖୁବ ପସନ୍ଦ ଆସିଥାଏ । ସେମାନଙ୍କ ପାଇଁ ଏହା ଖୁବ ଭିନ୍ନ ହେବା ସହିତ ନୂଆ ମଧ୍ୟ ହୋଇଥାଏ । ଅନେକ ସମୟରେ ଦେଖାଯାଏ ସେମାନେ ନିଜ ବିବାହରେ ଭାରତ ଷ୍ଟାଇଲ ବିବାହର ତଡକା ଦେବାକୁ ଚାହାନ୍ତି । ଭାରତୀୟ ବିବାହ ଗୁଡିକରେ ଉବାହାୟ ବରପକ୍ଷ ଓ କନ୍ୟାପକ୍ଷ ଏମିତି ସଜେଇ ହୋଇଥାନ୍ତିକି ସେମିତି ସମସ୍ତଙ୍କ ନଜର ତାଙ୍କ ଉପରେ ପଡିବ । ଏମିତିରେ ଭାରତୀୟ ମେକଅପର ପ୍ରଶଂସା ହୋଇଥାଏ ଆଉ ଲୋକେ ମେକଅପ ଆର୍ଟିଷ୍ଟର ପ୍ରଶଂସା ବି କରିଥାନ୍ତି । ବର୍ତ୍ତମାନ ସମୟରେ ଜଣେ ନାଇଜେରିଆ ମହିଳାଙ୍କ ବିବାହ ଭିଡିଓ ଖୁବ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ତାଙ୍କ ମେକଓଭର ସମସ୍ତଙ୍କ ହୃଦୟ ଜିଣିନେଇଛି  ।


ଏହି ଭିଡିଓରେ ଆପଣମାନେ ଦେଖିପାରିବେ କେମିତି ଜଣେ ନାଇଜେରିଆ ମହିଳା ବିଲକୁଲ ଜଣେ ଭାରତୀୟ ବଧୂଙ୍କ ପରି ସଜ୍ଜିତ ହୋଇଛନ୍ତି । ଆଉ ଏହି ଲୁକରେ ସେ ଖୁବ ସୁନ୍ଦର ବି ଦେଖାଯାଉଛନ୍ତି । କହିରଖିବା ଉଚିତ ହେବକି ପଞ୍ଜାବର ଜଣେ କଳାକାର ବରାଇଚ ଗ୍ରୋଭର ଇନ୍ଷ୍ଟଗ୍ରାମରେ ଏହି ବେଡ଼ିଙ୍ଗ ଭିଡିଓ ପୋଷ୍ଟ କରିଛନ୍ତି ।

ଭିଡିଓ ସେୟାର କରିବା ସହିତ ନେହା ଲେଖିଛନ୍ତିକି, ଜଣେ ଆଫ୍ରିକୀୟ ମହିଳାଙ୍କୁ ଭାରତୀୟ ବଧୂ ବେଶରେ ସଜାଇବା ମୋର ଏକ ସ୍ବପ୍ନ ଥିଲା । ଏଥିପାଇଁ ମୁଁ ଜଣେ ଆଫ୍ରିକୀୟ ମହିଳାଙ୍କ ସନ୍ଧାନରେ ଥିଲି । ଆଉ ଅନେକ ଦିନ ପରେ ମୋତେ ପ୍ରକୃତ ବଧୂ ମିଳିଲେ । ମୁଁ ନିଜକୁ ଖୁବ ଭାଗ୍ୟଶାଲୀ ଅନୁଭବ କରୁଛି । ମୋତେ ଏହି ବିବାହ ଦିନ ଏକ କଣ୍ଡେଇ ଭଳି ସଜେଇ ଦେବା ପାଇଁ ମୌକା ମିଳିଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.