ଚାକିରିରୁ ବିଦା ହୋଇଥିବା କର୍ମଚାରୀଙ୍କ ପାଗଳାମୀ, ଜେସିବି ଲଗାଇ ଭାଙ୍ଗିଲେ ମାଲିକଙ୍କ ଘର; ଦେଖନ୍ତୁ ଭିଡିଓ

ଚାକିରିରୁ ତଡ଼ି ଦେବାରୁ ଜେସିବି ଲଗାଇ ମାଲିକର ଘର ଭାଙ୍ଗିଲା କର୍ମଚାରୀ। କାନାଡ଼ାର କାଲଗେରିରୁ ସାମ୍ନାକୁ ଆସିଛି ଏଭଳି ଘଟଣା। ଏଠାରେ ମାଲିକ ଉପରେ ରାଗି ଜଣେ ଚାକର ହ୍ରଦ କୂଳରେ ଥିବା ତାଙ୍କର ଏକ ସୁନ୍ଦର ଘର ଭାଙ୍ଗି ଦେଇଥିବା ଜଣାଯାଇଛି। ଏହାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ଭିଡିଓ ଦେଖି ଲୋକମାନେ ଭିନ୍ନ ଭିନ୍ନ କମେଣ୍ଟ କରୁଥିବା ଦେଖା ଯାଇଛି।

କାନାଡ଼ାର ଏହି ଘଟଣାର ଭିଡିଓ ଡନ୍‌ ଟାପସ୍କଟ୍‌ ନାମକ ଜଣେ ୟୁଜର ଟ୍ଵିଟରରେ ସେୟାର କରିଛନ୍ତି। ସେ ଭିଡିଓର କ୍ୟାପ୍‌ସନ୍‌ରେ ଲେଖିଛନ୍ତି – ଜଣେ ଅସନ୍ତୁଷ୍ଟ କର୍ମଚାରୀ ହ୍ରଦ କୂଳରେ ଓ ଆମ ଘର ପାଖରେ ଥିବା ନିଜ ମାଲିକର ଘରକୁ ଜେସିବି ଲଗାଇ ଭାଙ୍ଗି ଦେଇଛି। ୟା ପରେ କ’ଣ ହେଲା କାହା ପାଖରେ କିଛି ସୂଚନା ଅଛି କି?

ଦେଖନ୍ତୁ ଭିଡିଓ:

କାନାଡ଼ାରେ କର୍ମଚାରୀଙ୍କ ଦ୍ୱାରା ମାଲିକର ଘର ଭଙ୍ଗାଯାଉଥିବା ଘଟଣାର ଭିଡିଓ ଖୁବ୍‌ ଭାଇରାଲ ହେଉଛି। ଭାଇରାଲ ଭିଡିଓକୁ ଇତି ମଧ୍ୟରେ ୨ ଲକ୍ଷ ୭୪ ହଜାରରୁ ଅଧିକ ଲୋକ ଦେଖି ସାରିଲେଣି। ସେହିପରି ୫ ହଜାରରୁ ଅଧିକ ଲୋକ ଏହି ଭିଡିଓକୁ ଲାଇକ୍‌ ମଧ୍ୟ କରିଛନ୍ତି। ସେହିପରି ୬୦୦ରୁ ଊର୍ଦ୍ଧ୍ୱ ୟୁଜର ଏହି ଭିଡିଓକୁ ରିଟ୍ଵିଟ୍‌ କରିଛନ୍ତି।

ଏହି ଘଟଣା ବାବଦରେ ସୂଚନା ମିଳିବା ପରେ ପୋଲିସ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତକୁ ଗିରଫ କରିଛନ୍ତି। କର୍ମଚାରୀଙ୍କ ବୟସ ୫୯ ବର୍ଷ ବୋଲି କୁହାଯାଉଛି। କର୍ମଚାରୀ ମାଲିକର ବଙ୍ଗଳାକୁ ଭାଙ୍ଗି ତାଙ୍କୁ ବଡ଼ ଆର୍ଥିକ ଝଟ୍‌କା ଦେଇଛି।

ଏହି ଘଟଣାରେ ଜଣେ ୟୁଜର ରିଆକ୍ସନ୍‌ ଦେଇ ଲେଖିଛନ୍ତି- ଆମେ ଏବେ ଯେଉଁ ମାନସିକ ସ୍ୱାସ୍ଥ୍ୟ ସଙ୍କଟରେ ଅଛୁ, ସେ ନେଇ ଅଧିକ କଥା କହିପାରିବିନି। ଏହା ଏକ ସାଧାରଣ ବ୍ୟବହାର ନୁହେଁ। ସେହିପରି ଆଉ ଜଣେ ୟୁଜର ଲେଖିଛନ୍ତି- କର୍ମଚାରଙ୍କୁ ଭଲ ଦରମାରେ ରଖିବା ଦରକାର ଥିଲା।

Also Read: ଏବେ ଚର୍ଚ୍ଚାରେ ଆସିମ୍‌ ରିୟାଜ୍‌ଙ୍କ ଫଟୋ, ମସ୍କୁଲାର ବଡି ଦେଖାଇବା ଚକ୍କରରେ ଖୋଲିଦେଲେ ଲୁଗାପଟା

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.