ନାସା ଯାତ୍ରୀଙ୍କ ଅଦ୍ଭୁତପୂର୍ବ କାର୍ଯ୍ୟ! ମହାକାଶରେ ଅମଳ କଲେ ଲଙ୍କା ଫସଲ, ପୁଣି ସେଥିରେ ପ୍ରସ୍ତୁତ କଲେ ମସଲାଯୁକ୍ତ ଖାଦ୍ୟ; ପୂରା ପ୍ରକ୍ରିୟା ପାଇଁ ଲାଗିଲା ୪ ମାସ

ମହାକାଶକୁ ନେଇ ବୈଜ୍ଞାନିକମାନେ ନୂଆ ନୂଆ ପ୍ରୟୋଗ ଏବଂ ନୂଆ ନୂଆ ଖୁଲାସା କରି ଚାଲି ଥାଆନ୍ତି। ଏଥର ମଧ୍ୟ ଅନ୍ତର୍ଜାତୀୟ ମହାକାଶ ଷ୍ଟେଶନରେ ଥିବା ଆମେରିକୀୟ ଅନ୍ତରୀକ୍ଷ ଏଜେନ୍ସି ନାସା (NASA)ର ବୈଜ୍ଞାନିକମାନେ ଆଶ୍ଚର୍ଯ୍ୟ କରି ଦେଲା ଭଳି ଏକ ଖୁଲାସା କରିଛନ୍ତି। ନିକଟରେ କିଛି ମହାକାଶଯାତ୍ରୀ ମହାକାଶରେ ଲଙ୍କା ଚାଷ କରିଥିଲେ, ଆଉ ଫଳ ଫଳିବା ପରେ ତାହାକୁ ଅମଳ ମଧ୍ୟ କରିଥିଲେ। ଏକ ପ୍ରେସ୍‌ ବିଜ୍ଞପ୍ତିରେ କୁହାଯାଇଛି କି, PH-04 ମହାକାଶରେ ଫସଲ ଅମଳ କରି ସେଥିରେ ମହାକାଶଯାତ୍ରୀଙ୍କ ପାଇଁ ଖାଦ୍ୟ ତିଆରି କରି ଏକ ନୂଆ ରେକର୍ଡ କରିଛି।

ମହାକାଶରେ ଫସଲ ଅମଳର ପ୍ରୋଜେକ୍ଟ ଚଳିତ ବର୍ଷ ଜୁନ୍‌ରୁ ଆରମ୍ଭ ହୋଇଥିଲା, ଯେଉଁଥିରେ ୪୮ଟି ଜୀବାଣୁମୁକ୍ତ କଞ୍ଚା ଲଙ୍କାର ମଞ୍ଜି ବୁଣା ଯାଇଥିଲା। ନାସା ମହାକାଶଯାତ୍ରୀ ଶେନ୍‌ କିମ୍ବ୍ରୁ ୧୨ ଜୁଲାଇରେ ବୁଣା ଯାଇଥିବା ମଞ୍ଜିରେ ପାଣି ଦେଇଥିଲେ। ମହାକାଶଯାତ୍ରୀମାନେ ଏହି ପ୍ରୟୋଗ ସମୟରେ ଅନେକ କାର୍ଯ୍ୟ କରିଥିଲେ। ସେମାନେ ଫସଲରୁ ଅଙ୍କୁରିତ ଗଛଗୁଡ଼ିକୁ ହଟାଇ ଦେଇଥିଲେ ଏବଂ ପ୍ରତ୍ୟେକ ଗଛକୁ ପର୍ଯ୍ୟାପ୍ତ ଜାଗା ମଧ୍ୟ ଦେଇଥିଲେ। ଯେତେବେଳେ ସମସ୍ତ ଲଙ୍କା ଗଛ ବଢ଼ି ପ୍ରସ୍ତୁତ ହୋଇଗଲା, ତ ସେହି ସମୟରେ ଏଗୁଡ଼ିକର ଆକାର ଏକ ବଡ଼ ମାଇକ୍ରୋେଓ୍ଵଭ୍‌ ଓଭାନ ବରାବର ଥିଲା।

ସୂଚନା ମୁତାବକ, ନାସା ମହାକାଶଯାତ୍ରୀ ପ୍ରଥମ ଲଙ୍କା ଫସଲକୁ ୨୯ ଅକ୍ଟୋବରରେ ଅମଳ କରିଥିଲେ। ଏହି ହିସାବରେ ମଞ୍ଜି ବୁଣା ହେବାଠାରୁ ଆରମ୍ଭ କରି ଗଛ ବଡ଼ ହେବା ପର୍ଯ୍ୟନ୍ତ ପାଖାପାଖି ୪ ମାସ ସମୟ ଲାଗିଥିଲା। ଅଭିଯାନ ଦଳର ସମସ୍ତ ଲୋକ ଏହି ଲଙ୍କା ଏବଂ ଏଥିରୁ ପ୍ରସ୍ତୁତ ଖାଦ୍ୟର ଫଟୋକୁ ସୋସିଆଲ ମିଡିଆରେ ସେୟାର କରିଛନ୍ତି। ନାସା ମହାକାଶଚାରୀ ତଥା Expedition 65 flight ଇଞ୍ଜିନିୟର ମେଗନ ମ୍ୟାକଆର୍ଥର ଏହି ଲଙ୍କାକୁ ଫଜିତା ବିଫ୍‌, ରିହାଇଡ୍ରେଟେଡ୍‌ ଟମାଟୋ ଏବଂ ଆର୍ଟିଚୋକରୁ ତିଆରି ଟିକାଗୁଡ଼ିକରେ ଅତିରିକ୍ତ ମସଲାଯୁକ୍ତ ସ୍ୱାଦ ଦେବା ପାଇଁ ବ୍ୟବହାର କରିଥିଲେ।

ପୃଥିବୀଠାରୁ ଏତେ ଦୂରରେ ଅମଳ କରାଯାଇଥିବା ଲଙ୍କା ଫସଲକୁ ନେଇ ସମସ୍ତଙ୍କ ମଧ୍ୟରେ ବେଶ୍‌ ଉତ୍ସାହ ଦେଖିବାକୁ ମିଳିଥିଲା। ଲଙ୍କା ସହିତ ଟିକାର ଫଟୋ ମଧ୍ୟ ମେଗନ ନିଜ ଟ୍ଵିଟର ଆକାଉଣ୍ଟରେ ସେୟାର କରିଥିଲେ। ଲଙ୍କାର ଦ୍ୱିତୀୟ ଫସଲରେ ଅମଳ ହୋଇଥିବା ୧୨ ଲଙ୍କାକୁ ପୃଥିବୀକୁ ପଠାଇ ଦିଆଯାଇଥିଲା। ଫ୍ଲୋରିଡାରେ ନାସା କେନେଡି ସ୍ପେସ୍‌ ସେଣ୍ଟରର PH-04ର ମୁଖ୍ୟ ଅନୁସନ୍ଧାନକାରୀ ମ୍ୟାଟ୍‌ ରୋମିନ ଏକ ବୟାନରେ କହିଛନ୍ତି ଯେ ମାଟିରେ ଏବଂ ମହାକାଶରେ ଅମଳ ହୋଇଥିବା ଲଙ୍କାରେ ପାଖାପାଖି ସବୁ ସମାନ ଥିଲା, କିନ୍ତୁ କିଛିଟା ଫରକ୍‌ ଦେଖା ଯାଇଥିଲା। ସେ କହିଥିଲେ କି, ଏହି ଲଙ୍କା ଫସଲ ଅମଳ ହେବାରେ ବିଳମ୍ବ ଘଟିଥିଲା, ଯାହା ପଛର ଏକ ବଡ଼ କାରଣ ହେଉଛି ମାଇକ୍ରୋଗ୍ରାଭିଟି। ଏହି କାରଣରୁ ଅଙ୍କୁରଣରେ ବିଳମ୍ବ ହେବାରୁ ଫସଲ ପ୍ରସ୍ତୁତ ହେବାରେ ମଧ୍ୟ ବିଳମ୍ବ ଘଟିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.