ମହାକାଶରୁ ମାଡି ଆସୁଛି ମହାବିପଦ ! ଅନ୍ତରୀକ୍ଷରୁ ପଡୁଥିବା ବସ୍ତୁ ନେଇପାରେ ମଣିଷ ଜୀବନ

ଆକାଶରୁ ପଡୁଥିବା ଅନ୍ତରୀକ୍ଷର ଅଳିଆ ଆବର୍ଜନାରୁ ଯେ ଜଣଙ୍କର ମୃତ୍ୟୁ ବି ହୋଇପାରେ ଏହା ଶୁଣିଲେ ହୁଏତ ହସ ଲାଗୁଥାଇ ପାରେ । ଅବଶ୍ୟ ଏହି ଧରଣର ଦୁର୍ଘଟଣା ଏଯାବତ କାହାର ବି ମୃତ୍ୟୁ ହୋଇନାହିଁ । ଅବଶ୍ୟ ଏହି କାରଣରୁ ଆଘାତ ଲାଗିଥିବା କିମ୍ବା ସମ୍ପତ୍ତି ନଷ୍ଟ ହୋଇଥିବା ନେଇ ଅନେକ ଘଟଣା ସାମ୍ନାକୁ ଆସିଛି । କିନ୍ତୁ ଏହାକୁ ଦୃଷ୍ଟିରେ ରଖି ଆମେ ଅନ୍ତରୀକ୍ଷ କିମ୍ବା ମହାକାଶରେ ଅନେକ ସଂଖ୍ୟାରେ ଉପଗ୍ରହ, ରକେଟ ଓ ପ୍ରବ ଆଦିକୁ ଅଧିକରୁ ଅଧିକ ସଂଖ୍ୟାରେ ଲଞ୍ଚ କରିବାରେ ଲାଗିଛୁ । ତେବେ କଣ ଆମେ ଏହି ଘଟଣାକୁ ନେଇ ବେଳହୁଁ ସାବଧାନ ହୋଇଯିବା ଉଚିତ ନୁହେଁକି । “ନେଚର ଆଷ୍ଟ୍ରୋନୋମୀ”ରେ ପ୍ରକାଶିତ ହୋଇଥିବା ତଥ୍ୟ ଅନୁଯାୟୀ ଆସନ୍ତା ଦଶ ବର୍ଷ ଭିତରେ ରକେଟର ଭଗ୍ନାବଶେଷ ପଡିବା କାରଣରୁ ଅନେକ ଲୋକଙ୍କର ଜୀବନ ଯିବାର ଅଧିକ ଆଶଙ୍କା ରହିଛି । ପ୍ରତିଦିନ ଏମିତିକି ପ୍ରତିମୁହୂର୍ତ୍ତରେ ଅନ୍ତରୀକ୍ଷରୁ ବସ୍ତୁମାନ ଗଳିବାର ଅନେକ ଆଶଙ୍କା ରହିଛି ।

ଆଷ୍ଟ୍ରଏଡ଼ ଓ କମେଟର ସୁକ୍ଷ୍ମ କଣିକା ଗୁଡିକ ପୃଥିବୀ ପୃଷ୍ଠରେ ପଡୁଥିଲେ ମଧ୍ୟ କାହାର ବି ଧ୍ୟାନ ଏଦିଗକୁ ଯାଇନଥାଏ । ପ୍ରତିବର୍ଷ ପୃଥିବୀ ପୃଷ୍ଠରେ ପାଖାପାଖି ୪୦ ହଜାର ଟନ ଧୂଳି କଣିକାମାନ ପଡିଥାଏ । ଅବଶ୍ୟ ଏହି କଣିକା ଗୁଡିକ ଆମ ପାଇଁ ସେମିତି କୌଣସି ଅସୁବିଧା ସୃଷ୍ଟି କରିନଥାଏ । କିନ୍ତୁ ଏଗୁଡିକ ଅନ୍ତରୀକ୍ଷ ଯାନ ଗୁଡିକୁ କ୍ଷତି ପହଞ୍ଚାଇପାରେ । ଏହି ନିକଟରେ ଜେମ୍ସ ବେବଙ୍କ ସ୍ପେସ ଟେଲିସ୍କୋପ ସହିତ ଏମିତି ହିଁ କିଛି ଘଟିଥିଲା । କେବେ କେବେ ଉଲକାପିଣ୍ଡ ରୂପରେ ଭୂମି ଉପରେ ବିରାଟ ବିରାଟ ପଦାର୍ଥମାନ ଆସିଥାଏ । ଏପରି ଘଟଣାମାନ ପ୍ରାୟ ୧୦୦ ବର୍ଷରେ ଥରେ ଦେଖା ଦେଇଥାଏ । ଏତେ ଦୂରରୁ ଏତେ ବଡ ଆକାରର ଉଲ୍କା ପିଣ୍ଡ ଆସୁଥିବାରୁ ବିରାଟ ବିରାଟ ଗର୍ତ୍ତ ସୃଷ୍ଟି କରିଥାଏ ।

କିଲୋମିଟର ଲମ୍ବର ଏକ ବସ୍ତୁ ଆସି ଭୂପୃଷ୍ଠରେ ପଡିବା ଫଳରେ ଅନେକ ସଂଖ୍ୟାରେ ଲୋକଙ୍କର ମୃତ୍ୟୁ ଘଟିପାରେ । ଏକ ଅଧ୍ୟୟନରୁ ଜଣାଯାଇଛିକି ଏହି ରକେଟ ଖଣ୍ଡ ଇଣ୍ଡୋନେସିଆର ଜାକର୍ତ୍ତା, ବାଂଲାଦେଶର ଢାକା କିମ୍ବା ନାଇଜେରିଆର ଲାଗୋସ ଅଞ୍ଚଳର ଆକାଂଷ୍ୟ ଉପରେ ଆମେରିକା, ଚିନ ଓ ରୁଷ ତୁଳନାରେ ଖଣ୍ଡ ପଡ଼ିବାର ଆଶଙ୍କା ପ୍ରାୟ ତିନି ଗୁଣା ଅଧିକ ରହିଛି ।ଏମିତି ହେଲେ ପ୍ରାୟ ଦଶ ବର୍ଗ ମିଟର ଅଂଚଳରେ କ୍ଷତି ପହଞ୍ଚାଇପାରେ । ଆଜି ପର୍ଯ୍ୟନ୍ତ ଉପଗ୍ରହ, ରକେଟ ଦ୍ୱରା ପୃଥିବୀ ପୃଷ୍ଠରେ କ୍ଷୟକ୍ଷତି ହେବା ଆଶଙ୍କା ଖୁବ କମ । ଦରକାରରେ ଆସିନଥିବା ଇନ୍ଧନ ଓ ବ୍ୟାଟେରୀ ବି କକ୍ଷପଥରେ ବିସ୍ଫୋରଣର କାରଣ ପାଲଟିପାରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.