ଜନ୍ମ ଭାବରୁ ଜାଣନ୍ତୁ ତମ୍ବା, ସୁନା ବା ରୁପା କେଉଁ ଭାବରେ ଜନ୍ମ ହୋଇଛନ୍ତି ଆପଣ, ଭାଗ୍ୟ ସହ କ’ଣ ଆପଣଙ୍କ ସମ୍ପର୍କ

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଯେତେବେଳେ କାହାର ଜନ୍ମ ହୋଇଥାଏ ତ ଏହି ସମୟରେ ଗ୍ରହ,ନକ୍ଷତ୍ରର ସ୍ଥିତିରେ କୁଣ୍ଡଳୀ ବନିଥାଏ । ସେହିପରି କୁଣ୍ଡଳୀରେ ଚନ୍ଦ୍ରମା ଭାବରୁ ଏହି କଥାର ନିର୍ଣ୍ଣୟ ହୋଇଥାଏ । ବ୍ୟକ୍ତି କେଉଁ ଭାବରେ ଜନ୍ମ ହୋଇଛନ୍ତି ।

କ’ଣ ଆପଣ ଜାଣନ୍ତି କି ଏହା ସହ ଆପଣଙ୍କ ଜୀବନରେ କ’ଣ ସମ୍ପର୍କ । ଜ୍ୟୋତିଷ ଅନୁସାରେ ଜନ୍ମ କୁଣ୍ଡଳୀରେ ଚନ୍ଦ୍ରମା କେଉଁ ଭାବରେ ରହିଛନ୍ତି ସେହିଥିରୁ ଶିଶୁର ସୁନା, ରୁପା ଓ ତମ୍ବା ନିର୍ଣ୍ଣୟ ହୋଇଥାଏ । ଆସନ୍ତୁ ଜାଣିବା କେଉଁ ଧାତୁ ସହ ଆପଣଙ୍କ ସମ୍ପର୍କ ଓ ଏଥି ସହ ଜଡିତ ଭାଗ୍ୟ ।

ରୁପା :

ଜ୍ୟୋତିଷ ଶାସ୍ତ୍ରରେ ଯଦି ଜନ୍ମ କୁଣ୍ଡଳୀରେ ଚନ୍ଦ୍ରମା ଦ୍ୱିତୀୟ, ୫ମ ବା ୯ମ ଭାବରେ ବିରାଜମାନ, ତେବେ ଏହି ଶିଶୁର ରୁପା ଧାତୁରେ ଜନ୍ମ ନେଇଥାନ୍ତି । ଏମାନେ ଭାଗ୍ୟଶାଳୀ ହୋଇଥାନ୍ତି । ଏମାନଙ୍କ ଜୀବନରେ ଉନ୍ନତି ପାଇଁ ଅଧିକ ସଂଘର୍ଷ କରିବାକୁ ପଡ଼ିନଥାଏ ।

ତମ୍ବା :

ଏହି ଧାତୁ ଶ୍ରେଷ୍ଠ ହୋଇଥାଏ । ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଯେତେବେଳେ ଜନ୍ମ କୁଣ୍ଡଳୀରେ ଚନ୍ଦ୍ରମା ୩ୟ, ୭ମ ଓ ୧୦ମ ଭାବରେ ଥିଲେ ଏମିତି ବ୍ୟକ୍ତି ତମ୍ବା ବର୍ଗରେ ଯାଇଥାନ୍ତି । ମାନ୍ୟତା ଯେ ତମ୍ବା ରେ ଜନ୍ମିତ ଲୋକ ନିଜ ସହ ନିଜ ପରିବାର ପାଇଁ ଭାଗ୍ୟଶାଳୀ ହୋଇଥାନ୍ତି ।

ସୁନା :

ସୁନା ଏକ ଦାମୀ ଧାତୁ, ହେଲେ ଜ୍ୟୋତିଷରେ ସୁନା ଭାବକୁ ଶୁଭ ବୋଲି ମନାଯାଇନଥାଏ । ଯେବେ ଜନ୍ମ କୁଣ୍ଡଳୀରେ ଚନ୍ଦ୍ରମା ପ୍ରଥମ, ୬ଷ୍ଠ ଓ ୧୧ଶ ଘରେ ଥାଆନ୍ତି, ତ ଏପରି ବ୍ୟକ୍ତିଙ୍କ ଜନ୍ମ ସୁନା ଭାବରେ ହୋଇଥାଏ । ଏହି ଧାତୁରେ ଜନ୍ମିତ ବ୍ୟକ୍ତିଙ୍କ ଜୀବନ ବହୁ କଠିନ ଦେଇ ଗତି କରିଥାଏ । ଏମାନେ ଆଗକୁ ଯାଇ ଅର୍ଥ ଓ ସ୍ୱାସ୍ଥ୍ୟ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି । ଏମାନେ ରାସ୍ତାରେ ଆସୁଥିବା ବାଧା ସହ ଲଢ଼ିକରି ଆଗକୁ ବଢ଼ିଥାନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.