ପୂଜା ସମୟରେ କାହିଁକି ମୁଣ୍ଡ ଢ଼ାଙ୍କିବା ଜରୁରୀ ହୋଇଥାଏ, ଜାଣନ୍ତୁ କ’ଣ ଏହା ପଛର ଧାର୍ମିକ ମାନ୍ୟତା

ହିନ୍ଦୁ ଧର୍ମରେ ପୂଜା ପାଠକୁ ନେଇ ବହୁତ ନିୟମ ବନାଯାଇଛି । ପୂଜା କରିବା ସମୟରେ ନିୟମ ଓ ତରିକାକୁ ନେଇ ବହୁତ ପାଳନର ଆବଶ୍ୟକତା ମଧ୍ୟ ରହିଛି । ଧାର୍ମିକ ମାନ୍ୟତା ଅନୁସାରେ ପୂଜା ପାଠ କରିବା ସମୟରେ ମହିଳାଙ୍କୁ ଶାଢ଼ିର ଓଢ଼ଣୀ ଓ ପୁରୁଷଙ୍କୁ ରୁମାଲରେ କାହିଁକି ମୁଣ୍ଡ ଢ଼ାଙ୍କିବା ଜରୁରୀ ହୋଇଥାଏ । ନଚେତ ଆପଣଙ୍କ ପୂଜା ଅଧୁରା ହୋଇଯାଏ । ଆସନ୍ତୁ ଜାଣିବା ଏହା ପଛରେ ଥିବା ଧାର୍ମିକ ମାନ୍ୟତା ।

ପୂଜା କରିବା ଦ୍ୱାରା ମୁଣ୍ଡ ଢ଼ାଙ୍କିବା କାହିଁକି ହୋଇଥାଏ ଜରୁରୀ :

ହିନ୍ଦୁ ଧର୍ମ ଶାସ୍ତ୍ର ଅନୁସାରେ ଯଦି ଆପଣ କେବେ ପୂଜା କରୁଛନ୍ତି, ଏହି ସମୟରେ ଆପଣ ମୁଣ୍ଡ ଢ଼ାଙ୍କିବା ଭଗବାନଙ୍କ ପ୍ରତି ଆପଣଙ୍କ ସମ୍ମାନ ଓ ସମର୍ପଣକୁ ଦର୍ଶାଇଥାଏ । ଏହାଛଡ଼ା ଶାସ୍ତ୍ରରେ କୁହାଯାଇଛି ପୂଜା ଯୋଗୁ ମନ ଏଣେ ତେଣେ ଯେପରି ନ ଯାଏ ସେଥିପାଇଁ ଆପଣ ପୂଜା ବେଳେ ମୁଣ୍ଡ ଢ଼ାଙ୍କିବା ଜରୁରୀ ହୋଇଥାଏ । ଏହାର ଏକ ଅନ୍ୟ କାରଣ ଯେ ଶରୀରର ବାଳ ମାଧ୍ୟମରେ ନକରାତ୍ମକ ଶକ୍ତି ପ୍ରବେଶ କରିଥାଏ । ଏହାଛଡ଼ା ପୂଜା ସ୍ଥାନରେ ବାଳ ବି ପଡ଼ିବାର ଆଶଙ୍କା ଥାଏ । ତେଣୁ ପୂଜା ସ୍ଥାନରେ ଆପଣଙ୍କ ମୁଣ୍ଡ ଘୋଡାଇବା ଜରୁରୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.