ମହାକାଶରେ ନାଚୁଥିବା ଭଳି ଦୃଶ୍ୟମାନ ହେଲା ରହସ୍ୟମୟ ଜିନିଷ, ଡରିଗଲେ ସ୍ପେସ ବୈଜ୍ଞାନିକ

ଅନେକ ସମୟରେ ଆପଣ ମହାଜାଗତିକ ଦୃଶ୍ୟ ଦେଖିଥିବେ, ଯାହାର କଳ୍ପନା ମଧ୍ୟ ଆପଣ କରିନଥିବେ। କାରଣ ମହାକାଶରେ ଅନେକ ଘଟଣା ଘଟି ଥାଏ। ଯାହା ବିଷୟରେ ଆମେ ଏତେ କିଛିଟା ଜାଣିନଥାଉ। ମହାକାଶରେ ଘଟୁଥିବା ଛୋଟ ଛୋଟ ଜିନିଷ ବେଳେ ବେଳେ ବଡ଼ ଘଟଣା ହୋଇଯାଏ, ଯାହା ବିଷୟରେ ଆମେ ପରେ ଜାଣିପାରୁ ପୁଣି ବୈଜ୍ଞାନିକଙ୍କ ଅନୁସନ୍ଧାନ ପରେ। ତେବେ ଠିକ୍ ସେହିପରି ବର୍ତ୍ତମାନ ଏପରି କିଛି ବସ୍ତୁ ମହାକାଶରେ ଦେଖା ଯାଇଛି ଯାହାକି ବୈଜ୍ଞାନିକଙ୍କୁ ସ୍ତବ୍ଧ କରିଦେଇଛି।

ହୁଏତ ଆପଣ ଶୁଣିଲେ ମଧ୍ୟ କିଛି ସମୟ ପାଇଁ ଏହା ବିଷୟରେ ଭାବିବାକୁ ଲାଗିବେ କାରଣ ଏପରି ଘଟଣା କ୍ଵଚିତ ହୋଇଥାଏ। ତେବେ ପୃଥିବୀର ବିଭିନ୍ନ ସ୍ଥାନର ବୈଜ୍ଞାନିକମାନେ ମହାକାଶର ରହସ୍ୟ ଜାଣିବା ପାଇଁ ଚେଷ୍ଟା ଜାରିରଖିଛନ୍ତି ଓ ସମୟକ୍ରମେ ଏହା ଉପରେ ଗବେଷଣା କରିଆସୁଛନ୍ତି। ଏହାରି ଭିତରେ ବର୍ତ୍ତମାନ ଏହି ଗବେଷଣା କରୁ କରୁ ଅଷ୍ଟ୍ରେଲୀୟ ବୈଜ୍ଞାନିକମାନେ ମହାକାଶରେ ଏକ ରହସ୍ୟମୟ ଜିନିଷ ଦେଖିଛନ୍ତି, ଯାହା ପରେ ସେମାନେ ନିଜେ ମଧ୍ୟ ଆଚମ୍ବିତ ହୋଇଛନ୍ତି ଯେ କ’ଣ ହୋଇପାରେ ଏହି ଜିନିଷ। କାରଣ ମହାକାଶରେ ଏହି ରହସ୍ୟମୟ ବସ୍ତୁ ନାଚୁଥିବାର ଜଣା ପଡ଼ିଛି। ଏମିତିକି ବୈଜ୍ଞାନିକମାନେ କହିଛନ୍ତି ଯେ ସେ ଏପରି ଘଟଣା ପୂର୍ବରୁ କେବେ ଦେଖି ନାହାଁନ୍ତି।

କାର୍ଟିନ୍ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନେ ପ୍ରଥମେ ଏହି ବସ୍ତୁକୁ ଆକାଶରେ ଦେଖିଥିଲେ। ସେମାନେ ମଧ୍ୟ ଜାଣିପାରୁନଥିଲେ ମହାକାଶରେ ଆକାଶଗଙ୍ଗାରେ ନାଚୁଥିବା ପରି ବସ୍ତୁ କ’ଣ ହୋଇପାରେ। ଏହା ପରେ ଏହା ଉପରେ ଗବେଷଣା କରି କେବଳ ଏତିକି ଜଣାପଡ଼ିଥିଲା ଯେ ଏଠାରେ ରେଡିଓ ତରଙ୍ଗର ଭୟଙ୍କର ବିସ୍ଫୋରଣ ହୋଇଥାଏ, ଏମିତିକି ଏହି ବିସ୍ଫୋରଣ ପ୍ରତ୍ୟେକ ୧୮ ମିନିଟରେ ଘଟିଥାଏ ଏବଂ ଏକ ମିନିଟ୍ ପର୍ଯ୍ୟନ୍ତ ରହିଥାଏ।

space
Picture Credit- The Jakarta post

ମହାକାଶରେ ପ୍ରାୟତଃ ଏମିତି ଏହି ବସ୍ତୁ ଦେଖାଯାଏ ଯାହା ନିଜର ଏନର୍ଜିକୁ ପଲ୍ସ ଏନର୍ଜି ଭାବେ ଅଧିକ ଶକ୍ତିଶାଳୀ କରିବା ସହିତ ଗତିଶୀଳ ମଧ୍ୟ କରିଥାଏ। କିନ୍ତୁ ଏହିପରି ବସ୍ତୁ ପ୍ରଥମ ଥର ପାଇଁ ମହାକାଶରେ ଦେଖାଯାଇଛି। ତେବେ ଆସନ୍ତୁ ଜାଣିବା ଏହି ରହସ୍ୟମୟ ବସ୍ତୁ ବିଷୟରେ ପ୍ରକୃତରେ କ’ଣ?

ମହାକାଶରେ ନାଚୁଥିବା ଭଳି ଦେଖାଯାଉଥିବା ଏହି ବସ୍ତୁକୁ ଜାଣିବା ପାଇଁ ଏହା ଉପରେ ଅଷ୍ଟ୍ରେଲିୟ ବିଶ୍ୱବିଦ୍ୟାଳୟର ଏକ ଦଳ ଗବେଷଣା କରୁଛନ୍ତି। ପଶ୍ଚିମ ଅଷ୍ଟ୍ରେଲିଆରେ କାର୍ଟିନ୍ ବିଶ୍ୱବିଦ୍ୟାଳୟ ସ୍ନାତକ ଛାତ୍ରମାନେ ଏହି ବସ୍ତୁକୁ ମର୍ଚିସନ୍ ୱାଇଲ୍ଡଫିଲ୍ଡ ଆରେରେ ଏକ ନୂଆ ଟେକ୍ନୋଲୋଜି ଏବଂ ଟେଲିସ୍କୋପ ଦ୍ଵାରା ମିଲ୍କି ୱେ ଉପରେ ଗବେଷଣା କରିବା ସମୟରେ ହିଁ ଦେଖିଥିଲେ। ଏହା ପରେ ସେମାନେ କହିଥିଲେ ଯେ ଏହି କେହି ଜଣେ ନାଚୁ ଥିବା ପରି ଦେଖା ଯାଉଥିବା ବସ୍ତୁ କିଛି ଘଣ୍ଟା ମଧ୍ୟରେ ଅନେକ ଥର ଦେଖାଯାଇଥିଲା ଏବଂ ହଠାତ୍ ଅଦୃଶ୍ୟ ହୋଇଯାଉଥିଲା।

ତେବେ ଏହି ଘଟଣାକୁ ନେଇ ବୈଜ୍ଞାନିକ କହିଛନ୍ତି ଏପରି ବସ୍ତୁ ବିଷୟରେ ଆମେ କେବେ ଚିନ୍ତା ମଧ୍ୟ କରିନଥିଲୁ। ମହାକାଶଚାରୀମାନେ ଓ ସ୍ପେସ ବୈଜ୍ଞାନିକ ମଧ୍ୟ ଏପରି ବସ୍ତୁକୁ ଡରୁଥିବା କଥା କହୁଛନ୍ତି, କାରଣ ଏପରି ରହସ୍ୟମୟ ଜିନିଷକୁ ସେ କେବେ ଆକାଶରେ ଦେଖି ନାହାନ୍ତି।

ମହାକାଶଚାରୀମାନେ କହିଛନ୍ତି ଯେ ଏହି ରହସ୍ୟମୟ ବସ୍ତୁରୁ ଅନେକ ସମୟରେ ରେଡିଓ ତରଙ୍ଗର କିରଣ ଆସିଥାଏ। ତେବେ ଏହା ପୃଥିବୀଠାରୁ ପ୍ରାୟ ୪୦୦ ଆଲୋକ ଦୂରରେ ରହିଛି ବୋଲି ଜ୍ଞାନିକମାନେ କହିଛନ୍ତି। ପୁଣି ଏହି ରହସ୍ୟମୟ ବସ୍ତୁର ଏକ ଶକ୍ତିଶାଳୀ ଚୁମ୍ବକୀୟ କ୍ଷେତ୍ର ମଧ୍ୟ ରହିଛି ଯାହାକି ଅତ୍ୟନ୍ତ ଉଜ୍ଜ୍ୱଳ। ବର୍ତ୍ତମାନ ଜଣାପଡିନି ଏହା କ’ଣ କିନ୍ତୁ ବୈଜ୍ଞାନିକମାନେ ଏହି ବସ୍ତୁ ବିଷୟରେ ଜାଣିବା ପାଇଁ ଏହା ଉପରେ ଗବେଷଣା କରୁଛନ୍ତି। ହୁଏତ ଖୁବ୍ ଶୀଘ୍ର ଜଣାପଡ଼ିବ ଏହା କ’ଣ। ତେବେ ଆକାଶରେ କିଛି ନୂତନ ବସ୍ତୁ ବା ଶକ୍ତି ସୃଷ୍ଟି ହୋଇପାରେ ବୋଲି ବୈଜ୍ଞାନିକ ଅନୁମାନ କରୁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.