ଅଲକାଏଦା ମୁଖ୍ୟ ଅଲ ଜବାହିରୀକୁ ନିପାତ କଲା ଅମେରିକୀୟ ଡ୍ରୋନ, କାବୁଲରେ ଲୁଚି ରହିଥିଲା ଆତଙ୍କୀ ….ଓସାମା ପରେ ଆତଙ୍କବାଦୀ ବିରୁଦ୍ଧରେ ଆମେରିକାର ଦ୍ୱିତୀୟ ବଡ ଷ୍ଟ୍ରାଇକ….

ଆମେରିକାର ବଡ ଦାବି କି ତାର ସେନା ଆତଙ୍କୀ ସଂଗଠନ ଅଲକାଏଦାର ମୁଖ୍ୟ ଅଲ ଜବାହିରୀକୁ କାବୁଲରେ ଏକ ଡ୍ରୋନ ଆକ୍ରମଣରେ ନିପାତ କରିଛି । ଓସମା ବିନ ଲାଦେନ ପରେ ଏହା ଥିଲା ଆମେରିକାର ଦ୍ୱିତୀୟ ବଡ ଅପରେସନ ।

ଅୟମାନ ଅଲ ଜବାହିରୀର ଜନ୍ମ ୧୯୫୧ ଜୁନ ୧୯ରେ । ମିଶରର ଗିଜାରେ ଏକ ସଂପନ୍ନ ପରିବାରରେ ଜନ୍ମ ନେଇତିଲା ଜବାହିରୀ । ୧୪ବର୍ଷ ବୟସରେ ହିଁ ସେ ମୁସଲିମ ବ୍ରଦରହୁଡର ସଦସ୍ୟ ବନିଗଲା । ଜବାହିରୀ ଓସାମା ବିନ ଲାଦେନ ସହ ମିଶି ଅମେରିକା ଉପରେ ୧୧ ସେପ୍ଟେମ୍ବର ୨୦୦୧କୁ ହୋଇଥିବା ଭୟାବହ ଆତଙ୍କୀ ଆକ୍ରଣମର ଯୋଜନା ଭିଆଇଥିଲା ।

ଅୟମାନ ଅଲ ଜବାହିରୀ ମିଶରର ଫୈରୋ ୟୁନିଭରସିଟିରୁ ମେଡିକାଲ ପଢା କରିବା ପରେ ଜଣେ ଟପ ସର୍ଜନ ଭାବରେ ବେଶ ଜଣାଶୁଣା ଥିଲା । ତା ପରିବାରରେ ଅନେକ ଡାକ୍ତର ଅଛନ୍ତି ଓ ରିସର୍ଚ୍ଚ ସ୍କଲାର ମଧ୍ୟ ଅଟନ୍ତି । ଅରବୀ ଓ ଫ୍ରେଞ୍ଚ କହୁଥିବା ଜବାହିରୀ ବର୍ଷ ୧୯୭୮ରେ ଫାହିରା ବିଶ୍ୱବିଦ୍ୟାଳୟର ଫିଲୋସଫି ଛାତ୍ରୀ ଅଜା ନୋୱାରୀଙ୍କ ସହ ବିବାହ କରିଥିଲେ । ୨୦୦୧ରେ ଅମେରିକା ସେନାର ଏକ ଅପରେସନରେ ଅଜା ଓ ଜବାହିରୀର ୩ପିଲାଙ୍କର ମୃତ୍ୟୁ ହୋଇଥିଲା । ଏହାପରେ ସେ ଅମୈମା ହୁସେନଙ୍କ ସହ ପୁଣି ବିବାହ କରି ୭ଟି ପିଲାର ପିତା ହେଲା । ଯେଉଁମାନଙ୍କ ନାଁ ହେଉଛି ଫାତିମା, ଉମାୟମା, ନାବିଲା, ଖଡିଗା, ମୋହମ୍ମଦ, ଆୟଶା ଓ ନଟବର ।

ଜବାହିରୀ ଇଜିପ୍ଟିୟନ ଇସଲାମିକ ଜିହାଦର ଗଠନ କରିଥିଲା । ଏହି ସଂଗଠନ ୧୯୭୦ଦଶକରେ ମିଶରର ସେକ୍ୟୁଲାର ଶାସନର ବିରୋଧ କଲା । ଯାହର ଦାବି ଥିଲା କି ମିଶରରେ ଇସଲାମିକ ସରକାର ରହୁ । ବର୍ଷ ୧୯୮୧ରେ ମିଶରର ରାଷ୍ଟ୍ରପତି ଅନବର ସାଦାତ ହତ୍ୟା ପରେ ଜବାହିରୀକୁ ଗିରଫ କରାଗଲା । ମିଶରରେ ୩ବର୍ଷ ଜେଲରେ ରହିବା ପରେ ସେ ସାଉଦି ଆରବ ପଳାଇଥିଲା ଓ ସେଠାରେ ମେଡିସିନ ବିଭାଗରେ ପ୍ରାକ୍ଟିସ କରିବାରେ ଲାଗିଲା ।

ସାଉଦିରେ ହିଁ ଅଲ ଜବାହିରୀର ସାମନା ଅଲକାଏଦା ମୁଖ୍ୟ ଓସମା ବିନ ଲାଦେନ ସହ ହେଲା । ଦୁହିଁଙ୍କ ବିଚାର ଏକାଭଳି ଥିଲା । ତେଣୁ ଦୁହିଁଙ୍କ ମଧ୍ୟରେ ବନ୍ଧୁତ୍ୱ ହୋଇଗଲା । ୨୦୦୧ରେ ଅଲ ଜବାହିରୀ ଇଜିପ୍ଟିଆନ ଇସଲାମିକ ଜିହାଦର ବିଲୟ ଅଲକାଏଦାରେ କରିଦେଲା । ଏହାପରେ ଅଲକାଏଦା ସହ ମିଶି ପୁରା ଦୁନିଆରେ ଆତଙ୍କ ଖେଳାଇଲା ଏହି ଆତଙ୍କୀ ।

ଜବାହିରୀ ଅମେରିକା ଆକ୍ରମଣରେ ଓସମା ବିନ ଲାଦେନର ମୃତ୍ୟୁ ପରେ ସଂଗଠନର କମାଣ ନିଜ ହାତକୁ ନେଇଗଲା । ୨୦୧୧ରେ ଜବାହିରୀ ଅଲକାଏଦାର ମୁଖ୍ୟ ହେବାରେ ଲାଗିଲା । ଏହାପରଠୁ ଅନେକ ଆକ୍ରମଣ ଫଛରେ ତାର ହାତ ଥିବା କୁହାଯାଉଛି । ୧୧ସେପ୍ଟେମ୍ବର ୨୦୦୧କୁ ୧୯ଆତଙ୍କବାଦୀ ୪କମର୍ସିଆଲ ପ୍ଲେନକୁ ହାଇଜାକ କରିଥିଲେ । ଆଉ ଏଥିରେ ୨ଟି ପ୍ଲେନ ବଲ୍ଡ ଟ୍ରେଡ ସେଣ୍ଟରର ନର୍ଥ ଓ ସାଉଥ ଟାୱାର ଦ୍ୱାରା ମୁହାଁମୁହିଁ କରିଦିଆଗଲା । ଫଳରେ ୯୩ଦେଶର ୨୯୭୭ଲୋକଙ୍କର ମୃତ୍ୟୁ ହୋଇଥିଲା । ଯେଉଁ ଆକ୍ରମଣ ଆତଙ୍କୀ ସଂଗଠନ ଅଲକାଏଦା କରିଥିଲା । ଯାହାର ଯୋଜନା ଓସାମା ଓ ଜବାହିରୀ ଦୁହେଁ ମିଶି ରଚିଥିବାର କୁହାଯାଇଛି ।

୭ଅଗଷ୍ଟ ୧୯୯୮କୁ ଏକା ସହ ଅନେକ ରାଷ୍ଟ୍ରର ଦୂତାବାସ ବାହାରେ ବମ ଧମାକା କରାଯାଇଥିଲା ଯେଉଁଥିରେ ୨୨୪ଲୋକଙ୍କ ମୃତ୍ୟୁ ହୋଇଥିଲା । ଏବଂ ଏଥିରେ ୧୨ ଅମେରିକୀୟ ସାମିଲ ଥିଲେ । ପାଖାପାଖି ୪୫୦୦ରୁ ଅଧିକ ଲୋକ ଆହତ ହୋଇଥିଲେ । ଏହି ଘଟଣା ପଛରେ ବି ଜବାହରୀର ହାତ ଥିଲା ।

ମେ ୨୦୦୩ରେ ସାଉଦି ଆରବର ରିଆଦରେ ଏକା ସହ ଆତ୍ମଘାତୀ ବମ ବିସ୍ପୋରଣରେ ୯ଆମେରିକୀୟଙ୍କ ସହ ୨୩ଲୋକଙ୍କର ମୃତ୍ୟୁ ହୋଇଥିଲା । ଏହାର କିଛି ଦିନ ପରେ ଏକ ଟେପ ଜାରି କରାଯାଇଥିଲା । ଯେଉଁତିରେ ଜବାହାରୀର ସ୍ୱର ରହିଥିଲା ।

ଜବାହାରୀର ଠିକଣ ଲାମ୍ବା ସମୟ ଧରି ଏକ ରହସ୍ୟ ହୋଇ ରହିଥିଲା । ୨୦୨୦ରୁ ଏକ ଗୁଜବ ହୋଇତିଲା କି ଅଲ ଜବାହାରୀ ରୋଗରେ ପଡି ମୃତ୍ୟ.ୁବରଣ କରିଛି । ୟୁଏନ ଆନାଲିଟିକ୍ସ ସପୋର୍ଟ ଆଣ୍ଡ ସେକ୍ସନ ମନିଟରିଙ୍ଗ ଟିମର ଏକ ରିପୋର୍ଟ ହିସାବରେ ଜବାହିରୀ ଆଫଗାନିସ୍ତାନରେ ରହୁଥିଲା ଓ ସ୍ୱତନ୍ତ୍ର ରୂପେ ସମ୍ବାଦ କରୁଥିଲା । ୨୦୨୧ରେ ଅଲକାଏଦା ଏକ ଭିଡିଓ ଜାରି କିରିଥିଲ । ଯେଉଁଥିରେ ଜବାହିରୀର ମୃତ୍ୟୁକୁ ଭୂଲ ବା ମିଛ ବୋଲି କହିଥିଲା ।

ଅଲ ଜବାହିରୀକୁ ୭୧ବର୍ଷ ହୋଇଥିବା ବେଳେ ଅମେରିକା ଜବାହିରୀକୁ, ଓସମା ବିନ ଲାଦେନ ଭଳି ଆକ୍ରମଣ କରି ନିପାତ କରିଛି । ଜବାହିରୀକୁ ଆପଗାନିସ୍ତାନର କାବୁଲରେ ଡ୍ରୋନ ଆଟାକରେ ମାରିଦିଆଯାଇଥିବା ଆମେରିକା ଦାବି କରି କହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.