କୋକେଇରେ ଶୋଇଥିବା ଭାଇ ହାତରେ ରାକ୍ଷୀ ବାନ୍ଧି ଶେଷ ବିଦାୟ ଦେଲେ ଦୁଇ ଭଉଣୀ, ସାମ୍ନାକୁ ଆସିଲା ହୃଦୟ ବିଦାରକ ଦୃଶ୍ୟ

ଆଗକୁ ଆସୁଛି ରାକ୍ଷୀ ପୂର୍ଣ୍ଣିମା। କିନ୍ତୁ ମଧ୍ୟ ପ୍ରଦେଶର ସେଓନୀ ଅଞ୍ଚଳରେ ରାକ୍ଷୀ ପୂର୍ବରୁ ହିଁ ଭାଇ ହାତରେ ରାକ୍ଷୀ ବାନ୍ଧିଛନ୍ତି ଭଉଣୀ। ଭାଇ ହାତରେ ରାକ୍ଷୀ ବାନ୍ଧି ତାକୁ ଶେଷ ବିଦାୟ ଦେଇଛନ୍ତି ଦୁଇ ଭଉଣୀ। ଏହି ରାକ୍ଷୀ ବନ୍ଧନ ଦେଖି ସମସ୍ତଙ୍କ ଆଖି ଲୁହରେ ଭିଜିଯାଇଛି। ନିଶାଙ୍କ ରାଠୋରଙ୍କ ମୃତ ଦେହକୁ ତାଙ୍କର ଦୁଇ ଭଉଣୀ ରାକ୍ଷୀ ବାନ୍ଧି ଅନ୍ତିମ ବିଦାୟ ଦେଇଛନ୍ତି।

ରିପୋର୍ଟ ମୁତାବକ, ମଧ୍ୟ ପ୍ରଦେଶର ରାଇସେନ୍‌ ଜିଲ୍ଲାର ବରଖେଡ଼ା ଅଞ୍ଚଳରେ ନିଶାଙ୍କ ରାଠୋରଙ୍କର ମୃତ ଦେହ ସନ୍ଦିଗ୍ଧ ଅବସ୍ଥାରେ ମିଳିଥିଲା। ପୋଲିସ ପହଞ୍ଚି ଶବକୁ ଉଦ୍ଧାର କରିଥିଲେ ମଧ୍ୟ ଏବେ ଯାଏଁ ଦୋଷୀକୁ ଧରିବାରେ ସକ୍ଷମ ହୋଇ ନାହାନ୍ତି। ଇତି ମଧ୍ୟରେ ଯେତେବେଳେ ନିଶାଙ୍କଙ୍କ ମୃତ ଦେହକୁ ଅନ୍ତିମ ସଂସ୍କାର ପାଇଁ ନର୍ମଦା ପୁରମ୍‌ ଜିଲ୍ଲାର ସେଓନୀ ମାଲବା ଅଣାଗଲା, ସେଠାକାର ଦୃଶ୍ୟ ସମସ୍ତଙ୍କୁ ଦୋହଲାଇ ଦେଇଥିଲା।

ମୃତ ଭାଇକୁ ରାକ୍ଷୀ ବାନ୍ଧିଲେ ଦୁଇ ଭଉଣୀ:

ନିଶାଙ୍କ ରାଠୋର ପରିବାରର ଏକ ମାତ୍ର ପୁଅ ଥିଲା। ନିଶାଙ୍କଙ୍କ ମୃତ ଦେହ ଘରେ ପହଞ୍ଚିବା ପରେ ତାଙ୍କର ଦୁଇ ଭଉଣୀ ତାଙ୍କ ହାତରେ ବାନ୍ଧି ଅନ୍ତିମ ବିଦାୟ ଦେଇଥିଲେ। ଏହି ଘଟଣାରେ କାନ୍ଦି କାନ୍ଦି ଦୁଇ ଭଉଣୀଙ୍କ ଅବସ୍ଥା ଗୁରୁତର ହୋଇଛି। ପୂରା ପରିବାର ଏବେ ବି ବିଶ୍ୱାସ କରିପାରୁନାହାନ୍ତି ଯେ ନିଶାଙ୍କ ଆଉ ନାହାନ୍ତି। ସେ ଆତ୍ମହତ୍ୟା କରିଛନ୍ତି କି କେହି ତାଙ୍କୁ ହତ୍ୟା କରିଛି, ଏବେ ଯାଏଁ ତାହା ସନ୍ଦେହ ଘେରରେ। ଅନ୍ୟପଟେ ଗୃହ ମନ୍ତ୍ରାଳୟ ଏହି ପୂରା ମାମଲାର ତଦନ୍ତ କରିବା ପାଇଁ ଏସ୍‌ଆଇଟି ଗଠନ କରିଛନ୍ତି।

Also Read: ଭୁବନେଶ୍ୱରରେ କମିଲା ପେଟ୍ରୋଲ ଓ ଡିଜେଲ, ଜାଣନ୍ତୁ ଲିଟର ପିଛା ଆଜି କେତେ ଅଛି ଦାମ୍

Leave A Reply

Your email address will not be published.