ଘରେ ଲଗାନ୍ତୁ ଜୀବନପ୍ରଦାନ କରୁଥିବା ବ୍ରହ୍ମକମଳ ଫୁଲ, ଜାଣନ୍ତୁ କ’ଣ ମିଳେ ଫାଇଦା

ହିମାଳୟର ପାଦ ଦେଶରେ ବିଭିନ୍ନ ପ୍ରକାରର ଫୁଲ ଦେଖିବାକୁ ମିଳିଥାଏ। ଏମାନଙ୍କ ମଧ୍ୟରୁ ୪ ପ୍ରକାର କମଳ ଫୁଲ ଅନ୍ୟତମ। ନୀଳକମଳ, ବ୍ରହ୍ମକମଳ, ଫେନ କମଳ, କସ୍ତୁରା କମଳ। ହିନ୍ଦୁ ଧର୍ମରେ କମଳ ଫୁଲ ବହୁତ ଶୁଭ ଏବଂ ମହତ୍ତ୍ୱପୂର୍ଣ୍ଣ ବୋଲି କୁହାଯାଏ। କମଳ ଫୁଲ ନୀଳ, ଗୋଲାପୀ ଏବଂ ଧଳା ରଙ୍ଗ ରହିଥାଏ। ବ୍ରହ୍ମକମଳ ଫୁଲ ଦୁଲର୍ଭ ଏବଂ ଅଦ୍ଭୁତ ଭୁଲ। ହାର ବିଶେଷ ଗୁଣ ଥିବା କାରଣରୁ ସୃଷ୍ଟିକର୍ତ୍ତା ବ୍ରହ୍ମାଙ୍କ ନାମ ଅନୁସାରେ ଏହି ଫୁଲର ବ୍ରହ୍ମକମଳ ରଖାଯାଇଥିଲା । ଭଗବାନ ବ୍ରହ୍ମା ସବୁବେଳେ ଯେଉଁ ପଦ୍ମ ଫୁଲ ଉପରେ ବସିଥାନ୍ତି । ବିଶ୍ୱାସ କରାଯାଏ ବର୍ଷକୁ ଥର ଟିଏ ହିଁ ସୌଭାଗ୍ୟ ଓ ସମୃଦ୍ଧିର ପ୍ରତିକ ଏହି ଦୁର୍ଲଭ ଫୁଲ ଫୁଟିଥାଏ ।

ବ୍ରହ୍ମ କମଳ ଏକମାତ୍ର ଫୁଲ, ଯିଏ ସୂର୍ଯ୍ୟାସ୍ତ ପରେ ପ୍ରସ୍ଫୁଟିତ ହୋଇଥାଏ ।  ବ୍ରହ୍ମକମଳକୁ ସୌଭାଗ୍ୟ ଓ ସମୃଦ୍ଧିର ପ୍ରତିକ ଭାବେ ବିବେଚନା କରାଯାଇଥାଏ । କେଦାରନାଥ, ବଦ୍ରିନାଥ ଓ ତଙ୍ଗୋନାଥରେ ଭଗବାନଙ୍କୁ ବ୍ରହ୍ମକମଳ ଅର୍ପଣ କରିଥାନ୍ତି ଭକ୍ତ । ବିଶ୍ୱାସ କରାଯାଏ ଏହି ଫୁଲ ଭଗବାନଙ୍କୁ ଅର୍ପଣ କଲେ ସମସ୍ତ ମନୋସ୍କାମନା ପୁରାଣ ହୁଏ । ତେବେ ବ୍ରହ୍ମ କମଳର କ’ଣ କ’ଣ ଫାଇଦା ରହିଥାଏ, ତାହା ଜାଣି ରଖିବା ଉଚିତ…

ଭଗବାନ ଶିବଙ୍କୁ ବ୍ରହ୍ମକମଳ ଅର୍ପଣ କରିବା ଦ୍ୱାରା ତୁରନ୍ତ ପ୍ରସନ୍ନ ହୋଇଯାଆନ୍ତି। ଘରେ ଏହାକୁ ଲଗାଇଲେ ଆଶୀର୍ବାଦ ମିଳିଥାଏ।

ଭଗବାନ ଭୋଳାଶଙ୍କର ବ୍ରହ୍ମକମଳରେ ପାଣି ଛିଞ୍ଚି ଗଣେଶଙ୍କୁ ଜୀବିତ କରିଥିଲେ। ତେଣୁ ଏହାକୁ ଜୀବନ ପ୍ରଦାନ କରୁଥିବା ଫୁଲ ମଧ୍ୟ କୁହାଯାଏ।

ରାମାୟଣରେ ଲକ୍ଷ୍ମଣ ନିଜ ଚେତା ହରାଇଥିଲେ ଓ ତାଙ୍କ ଚେତା ଫେରିଲା ପରେ ସ୍ୱର୍ଗରୁ ଦେବତା ମାନେ ଏହି ଫୁଲର ବର୍ଷା କରାଇଥିଲେ।

ଏହି ଫୁଲ ଫୁଟିବା ବେଳେ କେହି ବି ଦେଖିପାରନ୍ତି ନାହିଁ। ତେବେ ଯିଏ ଏହାକୁ ଦେଖେ, ସେହି ବ୍ୟକ୍ତିର ସୌଭାଗ୍ୟ ଆସିଥାଏ।

ମା’ ନନ୍ଦାଙ୍କର ବ୍ରହ୍ମକମଳ ଅତି ପ୍ରିୟ। ତେଣୁ ଏହାକୁ ନନ୍ଦାଷ୍ଟମୀ ସହିତ ଯୋଡାଯାଏ।

brahma-kamal-1

ବ୍ରହ୍ମକମଳ ଗଛକୁ ଘରେ ଲଗାଇବା ଦ୍ୱାରା ସୁଖ ସମୃଦ୍ଧି ବୃଦ୍ଧିପାଏ।

ଏହି ଫୁଲ ଭଗବାନ ବ୍ରହ୍ମାଙ୍କର ପ୍ରତିରୂପ। ଫଳରେ ବ୍ରହ୍ମାଙ୍କ ଆଶୀର୍ବାଦ ମଧ୍ୟ ମିଳିଥାଏ।

କୁହାଯାଏ, ଏହାର ପାଖୁଡାରୁ ଅମୃତ ରସ ଝରେ। ଘରେ ଏହାଦ୍ୱାରା ସକାରାତ୍ମକ ବାତାବରଣ ସୃଷ୍ଟି ହୁଏ।

ଏଥିରେ ଅନେକ ପ୍ରକାର ଔଷଧୀୟ ଗୁଣ ରହିଥାଏ। ଥକ୍କାପଣ, ଥଣ୍ଡା କାଶ ଦୂର କରିବା ସହିତ କ୍ୟାନସର ଚିକିତ୍ସା ପାଇଁ ଲାଭଦାୟକ ହୁଏ।

ଏଥିରେ ରାଇଜୋମ ଆଣ୍ଟିସେପ୍ଟିକ ରହିଥାଏ। ଜଳାକଟା, ଘା ଇତ୍ୟାଦିକୁ ଠିକ୍‌ କରିଦିଏ।

ପଶୁଙ୍କ ମୂତ୍ର ସମ୍ବନ୍ଧୀୟ ରୋଗ ଦୂର କରିବା ପାଇଁ ଏହି ଫୁଲକୁ ଅଟା ମିଶାଇ ପିଆଇ ଦିଅନ୍ତୁ।

ଶୀତଦିନିଆ ପୋଷାକ ଭିତରେ ଏହି ଫୁଲ ରଖିଲେ, ଏଥିରେ ପୋକ ଲାଗନ୍ତି ନାହିଁ।

ହାଡ ଯନ୍ତ୍ରଣାରୁ ମଧ୍ୟ ମୁକ୍ତି ଦିଏ।

କ୍ୟାନସର, ଯୌନାଙ୍ଗ ରୋଗ, ଯକୃତ ସଂକ୍ରମଣ, ଯୌନ ରୋଗ ଭଳି ଅନେକ ଅସାଧ୍ୟ ରୋଗର ଚିକିତ୍ସା ପାଇଁ ମଧ୍ୟ ଏହା ବ୍ୟବହାର ହୋଇଥାଏ।

ଭୋଟିୟା ଜନଜାତିର ଲୋକ ଗାଁରେ ରୋଗବ୍ୟାଧି ଦୂର କରିବା ପାଇଁ ଏହି ଫୁଲକୁ ନିଜ ଘରର ମୁଖ୍ୟଦ୍ୱାରରେ ଲଗାଇଥାନ୍ତି।

ଯକୃତ ଏବଂ ନର୍ଭସ ସିଷ୍ଟମକୁ ଠିକ୍‌ କରିବା ପାଇଁ ଏହାର ବ୍ୟବହାର କରାଯାଏ।

 

Also Read : ଶରତ ପୂର୍ଣ୍ଣିମାରେ ଭଗବାନ ବିଷ୍ଣୁ ଏବଂ ମା’ ଲକ୍ଷ୍ମୀଙ୍କୁ ପୂଜା କଲେ ମିଳିବ ଅପାର ଧନ ଓ ବୈଭବ

Leave A Reply

Your email address will not be published.