ଦେଶଭକ୍ତିର ଅନନ୍ୟ ଉଦାହରଣ , ଶରୀରରେ ସହିଦ ଯବାନଙ୍କ ନାଁ ର ଟାଟୁ ବନାଇ ବଳିଦାନକୁ ସଲାମ୍ କଲେ ଯୁବକ

ପୁଲୱାମା ଆତଙ୍କବାଦୀ ହମଲାରେ ୪୦ ବୀର ପୁତ୍ରଙ୍କୁ ହରାଇ ଗୁମୁରି କାନ୍ଦୁଛି ଜନ୍ମମାଟି । ସହିଦ୍ ଯବାନଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଉଛି ସାରା ଦେଶ । ଆଉ ଏହି ଯବାନଙ୍କ ବଳିଦାନକୁ ସମସ୍ତେ ନିଜ ନିଜ ଢଙ୍ଗରେ କରୁଛନ୍ତି ସଲାମ୍ । ହେଲେ ରାଜସ୍ଥାନର ଜଣେ ଯୁବକ ନିଆରା ଶୈଳୀରେ ଦେଖାଇଛନ୍ତି ଦେଶଭକ୍ତି । ବିକାନେରର ଗୋପାଳ ସହାରନ୍ ଯୁବକ ନିଜ ଶରୀରକୁ କରିଦେଇଛନ୍ତି ସହିଦଙ୍କ ନାଁରେ । ଶରୀରରେ ସହିଦ ହୋଇଥିବା ସମସ୍ତ ଯବାନଙ୍କ ନାଁର ଟାଟୁ ବନାଇ କରିଛନ୍ତି ସଲାମ୍ ।

youth  tatoo

ଏହା ମୋ ତରଫରୁ ସହିଦଙ୍କୁ ଶ୍ରଦ୍ଧାଞ୍ଜଳୀ, ଯାହା ସୁନିଶ୍ଚିତ କରୁଛି ଏହି ଯବାନଙ୍କ ଏହି ବଳିଦାନକୁ କେବେ ଭୁଲିଯାଇ ହେବନି ବୋଲି କୁହନ୍ତି ବିକାନେରର ସହିଦ ଭଗତ ସିଂହ ବ୍ରିଗେଡ୍ ସହ ଜଡିତ ଗୋପାଳ ।

ଗୋପାଳ ତାଙ୍କ ଶରୀରରେ ୭୧ଟି ଟାଟୁ କରିଛନ୍ତି । ଯେଉଁଥିରେ ନିକଟରେ ପୁଲୱାମା ଆକ୍ରମଣରେ ସହିଦ୍ ହୋଇଥିବା ୪୦ ଯବାନଙ୍କ ବ୍ୟତୀତ ପୂର୍ବରୁ ସହିଦ ହୋଇଥିବା ଅନ୍ୟ ୩୧ ଯବାନଙ୍କ ନାଁ ଅଛି । ଯବାନଙ୍କ ବଳିଦାନକୁ ସ୍ମରଣ କରିବା ପାଇଁ ଗୋପାଳଙ୍କ ଏହି ଅଭିନବ ଶୈଳୀ ଦେଶ ପ୍ରେମର ଏକ ଅଦ୍ଭୁତ ଉଦାହରଣ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.