ଚାଣକ୍ୟ ନୀତି : ପତ୍ନୀଙ୍କୁ କେବେ ବି କୁହନ୍ତୁ ନାହିଁ ଏହି ୪ କଥା, ନଚେତ୍‌ ପସ୍ତାଇବେ

ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତିରେ ସଫଳ ଜୀବନ ପାଇଁ କେତେକ ନୀତି କହିଛନ୍ତି |ଏହି ନୀତି ଗୁଡିକ ଭିତରୁ କେତେ ନୀତି ଵା ବିଚାର ଆପଣଙ୍କୁ କଠୋର ଲାଗିପାରେ କିନ୍ତୁ ଏହି କଠୋରତା ହିଁ ଜୀବନର ସତ୍ୟ ଅଟେ | ବ୍ୟସ୍ତ ବହୁଳ ଜୀବନରେ ଆପଣ ଏହି ବିଚାର ଗୁଡିକୁ ଅଣଦେଖା କରିଦେଇ ପାରନ୍ତି କିନ୍ତୁ ଏ ବଚନ ଜୀବନର ପ୍ରତିଟି ଘଡ଼ିସନ୍ଧି ମୁହୁର୍ତରେ ଆପଣଙ୍କୁ ସାହାଯ୍ୟ କରିଥାଏ | ମନୁଷ୍ୟ ଯଦି ସୁଖ ଶାନ୍ତି ଓ ସମ୍ମାନର ସହ ରହିବାକୁ ଚାହୁଁଥାନ୍ତି ତେବେ ଜୀବନରେ ଏହି ୪ କଥା ପ୍ରତି ଧ୍ୟାନ ରଖନ୍ତୁ | କେବେ ବି ପତ୍ନୀଙ୍କୁ ଏହି ୪ କଥା କୁହନ୍ତୁ ନାହିଁ । ନଚେତ ଜୀବନରେ ଝଡ ଆସିବାର ସମ୍ଭାବନା ଅଧିକ ଥାଏ ।

ଦିଆଯାଇଥିବା ଦାନ ବିଷୟରେ କୁହନ୍ତୁ ନାହିଁ :

କୌଣସି ପ୍ରକାର ଦାନକୁ ପତ୍ନୀଙ୍କ ଠାରୁ ଗୁପ୍ତ ରଖନ୍ତୁ । କାରଣ ଦାନକୁ ଗୁପ୍ତ ରଖିବା ଦରକାର । କେବେ ଯଦି ପତ୍ନୀ ଦାନ ସମ୍ପର୍କରେ ଜାଣିବେ, ତେବେ ଆପଣଙ୍କ ଉପରେ ରାଗ କରିପାରନ୍ତି ।

ଅପମାନକୁ ପତ୍ନୀଙ୍କ ଠାରୁ ଲୁଚାଇ ରଖନ୍ତୁ :

ଚାଣକ୍ୟ କୁହନ୍ତି ଯେ ପତ୍ନୀଙ୍କୁ କେବେ ବି ନିଜର ଅପମାନ ବିଷୟରେ କୁହନ୍ତୁ ନାହିଁ । କାରଣ ଯେବେ ପତି-ପତ୍ନୀଙ୍କ ମଧ୍ୟରେ ଝଗଡା ହୁଏ ପତ୍ନୀ ଏହି ଅପମାନ ବିଷୟରେ କହି ଆପଣଙ୍କୁ ନିନ୍ଦା ଦେଇପାରନ୍ତି ।

ନିଜର ଦୁର୍ବଳତା ପତ୍ନୀଙ୍କୁ କୁହନ୍ତୁ ନାହିଁ :

ଆଚାର୍ଯ୍ୟ ଚାଣକ୍ୟ କୁହନ୍ତି ଯେ ଯଦି ପତିଙ୍କ ଭିତରେ କିଛି ଦୁର୍ବଳତା ଅଛି,ତେବେ ପତ୍ନୀଙ୍କୁ କେବେ କୁହନ୍ତୁ ନାହିଁ । ଯଦି ପତ୍ନୀ ଆପଣଙ୍କ ଦୁର୍ବଳତା ଜାଣିଯିବେ ତେବେ ନିଜର କଥା ମନାଇବା ପାଇଁ ଆପଣଙ୍କ ଦୁର୍ବଳତା ଉପରେ ପ୍ରହାର କରିପାରନ୍ତି ।

ପତ୍ନୀଙ୍କୁ କେବେ ବି ଆପଣଙ୍କ ରୋଜଗାର ସମ୍ପର୍କରେ କୁହନ୍ତୁ ନାହିଁ :

ଚାଣକ୍ୟ କୁହନ୍ତି ଯେ ପତ୍ନୀଙ୍କୁ କେବେ ବି ନିଜର ରୋଜଗାର ସମ୍ପର୍କରେ କୁହନ୍ତୁ ନାହିଁ । ଯଦି ଆପଣଙ୍କ ରୋଜଗାର ସମ୍ପର୍କରେ ପତି ଜାଣିଯିବେ, ତେବେ ତାହା ଉପରେ ଅଧିକାର ବସାଇବେ । ଖାଲି ସେତିକି ନୁହେଁ ଆପଣଙ୍କ ରୋଜଗାରର ସବୁ ଖର୍ଚ୍ଚର ହିସାବ ମାଗିବେ । ଫଳରେ ଏହାକୁ ନେଇ ମନୋମାଳିନ୍ୟ ଦେଖାଦେଇପାରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.