ଚାଣକ୍ୟ ନୀତି : ଏହି ସ୍ଥାନରେ ରହିବା ସବୁଠୁ ବଡ଼ ମୂର୍ଖତା, ଚାଲିଯାଏ ବ୍ୟକ୍ତିଙ୍କ ସମ୍ମାନ

ଆଚାର୍ଯ୍ୟ ଚାଣକ୍ୟ ଶ୍ରେଷ୍ଠ ବିଦ୍ୱାନଙ୍କ ଭିତରେ ଜଣେ । ତାଙ୍କର ନୀତିର ପାଳନ ଆଜି ବି ଲୋକେ କରନ୍ତି । ଚାଣକ୍ୟ ଜୀବନର ବିଭିନ୍ନ ବିଷୟ ଉପରେ ବିସ୍ତତ ଜ୍ଞାନ ପ୍ରଦାନ କରିଛନ୍ତି । ତାଙ୍କ ନୀତି ମାଧ୍ୟମରେ ଚାଣକ୍ୟ କହିଛନ୍ତି ଯେ କେଉଁ ସ୍ଥାନରେ ରହିବା ଦ୍ୱାରା ଓ କେଉଁ ପ୍ରକାର ବ୍ୟବହାର କରିବା ଦ୍ୱାରା ବ୍ୟକ୍ତି ଜୀବନରେ ସଫଳତା ହାସଲ କରିପାରେ ।

ଶ୍ଲୋକ :

ଲୋକଯାତ୍ରା ଭୟଂ ଲଜ୍ଜା ଦାକ୍ଷିଣ୍ୟଂ ତ୍ୟାଗଶୀଳତା ।
ପଞ୍ଚ ଯତ୍ର ନ ବିଦ୍ୟନ୍ତେ ନ କୁର୍ଯ୍ୟାତ୍‌ ତତ୍ର ସଂଗୀତମ୍‌ ।।

ଅର୍ଥ – ଚାଣକ୍ୟ କହିଛନ୍ତି ଯେଉଁ ସ୍ଥାନରେ ଚାକିରି ନ ମିଳେ, ଭୟ ନଥାଏ କିମ୍ବା ଲଜ୍ଜା ନଥାଏ, ଯଦି କେହି ଦୟାଳୁ ଓ ଦାନୀ ନଥାନ୍ତି । ବ୍ୟକ୍ତି ଏହି ସ୍ଥାନରେ ବା ଏପରି ଲୋକଙ୍କ ସହ କେବେ ବି ରହିବା କଥା ନୁହେଁ । ଏହି ୫ ସ୍ଥାନରେ ରହିବା ମନୁଷ୍ୟଙ୍କ ପାଇଁ ଉଚିତ୍‌ ହୋଇ ନଥାଏ ।

ଚାଣକ୍ୟ ଏହି ଶ୍ଳୋକରେ କହିଛନ୍ତି ଯେ କେଉଁ ସ୍ଥାନରେ ରହିଲେ ବ୍ୟକ୍ତିର ଇଜ୍ଜତ ଚାଲିଯାଏ । ପ୍ରଥମେ କହିଛନ୍ତି ଯେଉଁ ସ୍ଥାନରେ ଜୀବୀକା ବା ଚାକିରିର ବ୍ୟବସ୍ଥା ନଥାଏ । କାରଣ ଏଠାରେ ଧନ ଅର୍ଜନର ମାଧ୍ୟମ ନଥାଏ । ଯେଉଁଠାରେ ଭୟ କିମ୍ବା ଲଜ୍ଜା ନଥାଏ,ସେଠାରେ ଜଣେ ଭଦ୍ର ବ୍ୟକ୍ତିଙ୍କ ପାଇଁ ରହିବା ଉଚିତ ହୋଇ ନଥାଏ । ଯେଉଁ ସ୍ଥାନରେ ଉଦାର ବ୍ୟକ୍ତିତ୍ୱ ବା ଦାନ ଦେବା ବ୍ୟକ୍ତି ନଥାନ୍ତି ସେଠାରେ ରହିବା ଦ୍ୱାରା ବ୍ୟକ୍ତିର ଜୀବନ ନର୍କ ହୋଇ ଯାଇଥାଏ । କାରଣ ବିପଦ ସମୟରେ ଆପଣଙ୍କୁ ସାହାଯ୍ୟ କରିବା ବାଲା କେହି ନଥିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.