ଚାଣକ୍ୟ ନୀତି : ଏହି ଲୋକଙ୍କ ପାଖରେ କେବେ ବି ରହି ନଥାଏ ଟଙ୍କା, ହୋଇଥାଏ ବହୁତ ଅଘଟଣ

ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତିରେ ସଫଳ ଜୀବନ ପାଇଁ କେତେକ ନୀତି କହିଛନ୍ତି । ଏହି ନୀତି ଗୁଡିକ ଭିତରୁ କେତେ ନୀତି ଵା ବିଚାର ଆପଣଙ୍କୁ କଠୋର ଲାଗିପାରେ କିନ୍ତୁ ଏହି କଠୋରତା ହିଁ ଜୀବନର ସତ୍ୟ ଅଟେ । ବ୍ୟସ୍ତ ବହୁଳ ଜୀବନରେ ଆପଣ ଏହି ବିଚାରଗୁଡିକୁ ଅଣଦେଖା କରିଦେଇ ପାରନ୍ତି କିନ୍ତୁ ଏହା ଜୀବନର ପ୍ରତିଟି ଘଡ଼ିସନ୍ଧି ମୁହୁର୍ତରେ ଆପଣଙ୍କୁ ସାହାଯ୍ୟ କରିଥାଏ ।

ଚାଣକ୍ୟ ଜୀବନ ପାଇଁ ଟଙ୍କା ବହୁତ ଜରୁରୀ ବୋଲି କହିଛନ୍ତି । ପ୍ରତି ବ୍ୟକ୍ତି ନିଜର ଆବଶ୍ୟକତା ପାଇଁ ରୋଜଗାର କରନ୍ତି । ଚାଣକ୍ୟ ତାଙ୍କ ନୀତିରେ କହିଛନ୍ତି ଯେ କେଉଁ ଲୋକଙ୍କ ପାଖରେ ଟଙ୍କା ବେଶୀଦିନ ଯାଏ ରହେନାହିଁ । ଯଦି ଏ ଧନବାନ ବି ବନି ଯାଆନ୍ତି, ତେବେ ତାଙ୍କର ଧନ ନଷ୍ଟ ହୋଇଯାଏ । ମା’ଲକ୍ଷ୍ମୀଙ୍କ କୃପା ଚାହାଁନ୍ତି ତ ତୁରନ୍ତ ଏହି ଆଦତ ଛାଡି ଦିଅନ୍ତୁ । ନଚେତ ସବୁଦିନ ଅର୍ଥ ପାଇଁ କଷ୍ଟ ଭୋଗିବାକୁ ପଡିବ ।

ଭୁଲ ଉପାୟରେ ଅର୍ଜ୍ଜନ କରିଥିବା ଧନ

ଚାଣକ୍ୟ ଶ୍ଳୋକ ଜରିଆରେ କହିଛନ୍ତି, ଭୁଲ ଉପାୟରେ ଅର୍ଜନ କରିଥିବା ଧନ ହୁଏତ ଖୁସୀ ଦେଇପାରେ,ହେଲେ ଏହାର ଅବଧି ବହୁତ କମ୍‌ । ଏମିତି ପଇସା ଭବିଷ୍ୟତରେ ଦୁଃଖ ଦେଇଥାଏ । ଅନୈତିକ ଉପାୟରେ ଆସିଥିବା ଧନ ସୁଧ ସମେତ ନଷ୍ଟ ହୋଇଯାଏ ।

ଧୋକାରେ ଅର୍ଜ୍ଜନ ଧନ

ଚାଣକ୍ୟଙ୍କ ଅନୁସାରେ ଯେଉଁ ବ୍ୟକ୍ତି ଧୋକା ଦେଇକରି ଧନ ଅର୍ଜ୍ଜନ କରିଥାଏ,ମା’ ଲକ୍ଷ୍ମୀ ତାଙ୍କ ଠାରୁ ଦୂରେଇ ଯାଆନ୍ତି । ଏମିତି ପରିସ୍ଥିତିରେ ଧନ ବିନାଶ ସହ ବ୍ୟକ୍ତିର ଜୀବନ ଧ୍ୱଂସ ହୋଇଯାଇଥାଏ । ଏମିତି ଲୋକ କରଜରେ ଜୀବନ କଟାଇଥାନ୍ତି ।

ଅନୈତିକ କାର୍ଯ୍ୟରେ ରୋଜଗାର କରିଥିବା ଧନ

ମା’ ଲକ୍ଷ୍ମୀଙ୍କୁ ଚଞ୍ଚଳା କୁହାଯାଇଥାଏ । ମା’ଙ୍କ ବାସ ସେଠରେ ହୋଇଥାଏ,ଯେଉଁମାନେ ପରିଶ୍ରମ ଦ୍ୱାରା ରୋଜଗାର କରିଥାନ୍ତି । ଖରାପ କାମରେ ରୋଜଗାର ଧନ ଦୁର୍ଘଟଣା ଓ ରୋଗରେ ନଷ୍ଟ ହୋଇ ଯାଇଥାଏ । ଶୀଘ୍ର ଏହ ଆଦତ ଛାଡି ଦିଅନ୍ତୁ,ନଚେତ ଏହା ନିଜ ସହ ବଂଶର ମଧ୍ୟ ଲୋପ କରିଥାଏ । ଠିକ୍‌ ରାସ୍ତାରେ ହିଁ ଯାଇ ସମୃଦ୍ଧି ହାସଲ କରାଯାଇପାରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.