ଚାଣକ୍ୟ ନୀତି : ପୁରୁଷଙ୍କ ଏହି ୩ ଗୁଣ ମହିଳାଙ୍କୁ କରିଥାଏ ଆକର୍ଷିତ, ଜାଣନ୍ତୁ କ’ଣ

ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତିରେ ସଫଳ ଜୀବନ ପାଇଁ କେତେକ ନୀତି କହିଛନ୍ତି । ଏହି ନୀତି ଗୁଡିକ ଭିତରୁ କେତେ ନୀତି ଵା ବିଚାର ଆପଣଙ୍କୁ କଠୋର ଲାଗିପାରେ କିନ୍ତୁ ଏହି କଠୋରତା ହିଁ ଜୀବନର ସତ୍ୟ ଅଟେ । ବ୍ୟସ୍ତ ବହୁଳ ଜୀବନରେ ଆପଣ ଏହି ବିଚାରଗୁଡିକୁ ଅଣଦେଖା କରିଦେଇ ପାରନ୍ତି କିନ୍ତୁ ଏହା ଜୀବନର ପ୍ରତିଟି ଘଡ଼ିସନ୍ଧି ମୁହୁର୍ତ୍ତରେ ଆପଣଙ୍କୁ ସାହାଯ୍ୟ କରିଥାଏ ।

ପୁରୁଷଙ୍କ ସମ୍ପର୍କରେ ଚାଣକ୍ୟ କହିଛନ୍ତି, ଯଦି କୌଣସି ପୁରୁଷଙ୍କ ଠାରେ ଖାସ ଗୁଣ ରହିଥାଏ ତେବେ ମହିଳାଙ୍କୁ ତାଙ୍କ ଆଡକୁ ଆକର୍ଷିତ କରିଥାଏ । ଏହି ଗୁଣ ଜଣେ ପୁରୁଷଙ୍କ ବ୍ୟକ୍ତିତ୍ୱକୁ ଆହୁରି ଅଧିକ ମଜବୁତ ହୋଇଥାଏ । ଆସନ୍ତୁ ଜାଣିବା ଏହି ଗୁଣ ସମ୍ପର୍କରେ ।

ଶାଳୀନତା :

ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁସାରେ ମହିଳାଙ୍କୁ ଶାଳୀନ ବା ସଭ୍ୟ ସ୍ୱଭାବର ବ୍ୟକ୍ତି ବହୁତ ପସନ୍ଦ ଆସିଥାନ୍ତି । ଯେଉଁ ବ୍ୟକ୍ତିଙ୍କ ଠାରେ ଘମଣ୍ଡ ନଥାଏ ଓ କିଛି ଭୁଲ କରିବା ପରେ ଏହାକୁ ନମ୍ର ଭାବରେ ସ୍ୱୀକାର କରନ୍ତି । ଏପରି ସମ୍ପର୍କରେ ମିଠାପଣ ରହିଥାଏ ।

ଭରଷାଯୋଗ୍ୟ ବ୍ୟକ୍ତି :

ଚାଣକ୍ୟଙ୍କ ମତରେ ଯଦି କେହି ମହିଳା କୌଣସି ପୁରୁଷଙ୍କୁ ନିଜର ଗୁପ୍ତ ବା ବ୍ୟକ୍ତିଗତ କଥା କୁହନ୍ତି ଓ ପୁରୁଷ ସେ କଥାକୁ ନିଜ ଭିତରେ ରଖନ୍ତି, ସେହି ପୁରୁଷଙ୍କୁ ମହିଳା ବେଶ ପସନ୍ଦ କରନ୍ତି । ଚାଣକ୍ୟ ନୀତି ଅନୁସାରେ କୌଣସି ବି ସମ୍ପର୍କରେ ଭରଷା ଓ ବିଶ୍ୱାସ ଜରୁରୀ ହୋଇଥାଏ । ମହିଳାଙ୍କୁ ଭରଷା ନ କାଟିବା ଓ କଥା କଥାରେ ରୋକୁ ନଥିବା ପୁରୁଷ ପସନ୍ଦ ଆସିଥାନ୍ତି । ନଚେତ ସମ୍ପର୍କରେ ତିକ୍ତତା ଆସିବାରେ ବିଳମ୍ବ ହୁଏ ନାହିଁ ।

ଭାବନାକୁ ସମ୍ମାନ ଦେବା ବାଲା :

ଚାଣକ୍ୟଙ୍କ ମତରେ ଯେଉଁ ପୁରୁଷ ସମସ୍ତଙ୍କ ଭାବନାକୁ ସମ୍ମାନ ଦିଅନ୍ତି, ସେମାନଙ୍କ ଏହି ଗୁଣ ମହିଳାଙ୍କୁ ବହୁତ ଭଲ ଲାଗିଥାଏ । ଯଦି କୌଣସି ପୁରୁଷ ମହିଳାଙ୍କ ଛୋଟ ବଡ଼ କଥାକୁ ଗୁରୁତ୍ୱ ଦିଅନ୍ତି ଓ ସେହି କଥାକୁ ନିଜ ଭିତରେ ସୁରକ୍ଷିତ ରଖନ୍ତି । ସେପରି ପୁରୁଷ ମହିଳାଙ୍କ ମନ ଛୁଇଁ ଯାଇଥାନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.