ଚାଣକ୍ୟ ନୀତି : ନିଜ ଓ ପର ନଭାବି ଯିଏ ହୋଇଥାନ୍ତି ଏପରି ମତଲବି, ସେମାନଙ୍କ ଠାରୁ ଆଜି ହିଁ ଦୂରେଇ ଯାଆନ୍ତୁ

ଆପଣଙ୍କୁ ଚାଣକ୍ୟଙ୍କ ନୀତି ଓ ବିଚାର କଠୋର ଲାଗିପାରେ ହେଲେ ଏହି କଠୋରତା ଜୀବନର ସତ୍ୟତା | ବ୍ୟସ୍ତ ବହୁଳ ଜୀବନରେ ଚାଣକ୍ୟଙ୍କ କଥା ଆପଣଙ୍କୁ ବହୁ ଅସୁବିଧାରୁ ରକ୍ଷା କରିବ | ଆଜି ଚାଣକ୍ୟ ଏହି ଶ୍ଳୋକରେ ଏମିତି କଥା ବିଷୟରେ କହିଛନ୍ତି ଯାହାକୁ ଜାଣି ଆପଣ କିଛି ବି ବ୍ୟକ୍ତିର ଭଲ ଓ ଖରାପ ବିଷୟରେ ଜାଣି ପାରିବେ |

ଚାଣକ୍ୟ ତାଙ୍କର ଶିକ୍ଷା ଜରିଆରେ ଏହି କଥାରେ ଜୋର ଦେଇଛନ୍ତି ଯେ ଚତୁର ଲୋକଙ୍କ ମନ କିପରି ହୋଇଥାଏ । ଚାଣକ୍ୟ କୁହନ୍ତି ଯେ ଯେଉଁ ଲୋକ ଚତୁର ହୋଇଥାନ୍ତି ସେମାନଙ୍କର ଭାବନା ଦିନେ ନା ଦିନେ ଶେଷ ହୋଇଯାଇଥାଏ । ଏ ଭାବନା ନା କାହାପାଇଁ ଭଲ ଭାବିଥାଏ , ନା କାହାକୁ ପ୍ରେମ କରିଥାଏ, ନା କାହାର ଭଲ କରିଥାଏ ।

ଚାଣକ୍ୟ ଆହୁରି କହିଛନ୍ତି ଯେ ଯେବେ କୌଣସି ବ୍ୟକ୍ତିର ଭିତରେ ଚାଲାକି ଆବଶ୍ୟକ ଠାରୁ ଅଧିକ ହୋଇଯାଏ, ସେ ସବୁ ଜିନିଷରେ ଫାଇଦା ଓ କ୍ଷତି ଦେଖିଥାଏ । ସେ ବ୍ୟକ୍ତି ନିଜ ଫାଇଦା ଛଡ଼ା ଅନ୍ୟ କିଛି ଦେଖିନଥାଏ । ନିଜର ଫାଇଦା ଆଗରେ ସେ ବ୍ୟକ୍ତି ଆପଣା ଓ ପର ଫରକ ଦେଖି ନଥାଏ ।

ଏମିତି ଲୋକ ପ୍ରତି ବ୍ୟକ୍ତିକୁ ଏକାଭଳି ବ୍ୟବହାର କରିଥାଏ । ଏମିତି ଲୋକଙ୍କ ମଧ୍ୟରେ ଏହି ଭାବନା ଦିନକୁ ଦିନ ବଢ଼ିଯାଇଥାଏ । ଏହା ସହ ପଇସା ପ୍ରତି ଲୋଭ ମଧ୍ୟ ବଢ଼ିଯାଇଥାଏ । ଏମାନଙ୍କ ପାଇଁ ସମ୍ପର୍କ କେବଳ ଗଣତିରେ ରହିଥାଏ । ଯେତବେଳେ ଏମାନଙ୍କର ସମ୍ପର୍କର ଆବଶ୍ୟକ ପଡ଼ିଥାଏ ସେତେବେଳେ ଏମାନେ କଥା ହେବାକୁ ପସନ୍ଦ କରିଥାନ୍ତି ।

ଧିରେ ଧିରେ ଏହି ସ୍ୱଭାବର ବ୍ୟକ୍ତିଙ୍କ ଠାରୁ ଲୋକେ ଦୂରରେ ରହିବାକୁ ପସନ୍ଦ କରିଥାନ୍ତି । ଯଦି ଆପଣ ଏମିତି କିଛି ବ୍ୟକ୍ତିଙ୍କୁ ଜାଣିଥାନ୍ତି,ତେବେ ଏମାନଙ୍କ ଠାରୁ ଦୂରରେ ରହିବା ଶ୍ରେୟସ୍କର ହୋଇଥାଏ । ସେଥିପାଇଁ ଚାଣକ୍ୟ କହିଛନ୍ତି ତୁମେ ଯେତେ ଅଧିକ ଚତୁର ହୋଇ ଚାଲିବ ତୁମର ହୃଦୟ ସେତେ ମରି ମରି ଯିବ ।

 

Leave A Reply

Your email address will not be published.