ଚାଣକ୍ୟ ନୀତି : ଦୀର୍ଘ ସମୟ ଯାଏ ରହିଥାଏ ଏହି ପୁରୁଷଙ୍କ ପ୍ରେମ ସମ୍ପର୍କ, ମହିଳା ରହିଥାନ୍ତି ବହୁତ ଖୁସି

ଚାଣକ୍ୟ ନୀତି ଅନୁସାରେ ପୁରୁଷଙ୍କ ଏମିତି କିଛି କାମ, ଯାହା ମହିଳାଙ୍କୁ ବହୁତ ପସନ୍ଦ ଆସିଥାଏ । ଏମିତି ସମ୍ପର୍କରେ ପ୍ରେମିକା ଓ ପତ୍ନୀ ସର୍ବଦା ସନ୍ତୁଷ୍ଟ ଓ ଖୁସି ରହିଥାନ୍ତି । ବୈବାହିକ ଜୀବନରେ ପ୍ରତ୍ୟେକ ବ୍ୟକ୍ତି ଶାନ୍ତି ଚାହିଁଥାନ୍ତି । ପ୍ରେମ ସମ୍ପର୍କ କରିବା ଯେତିକି ସହଜ ତାକୁ ସଜାଡି ରଖିବା ସେତିକି କଷ୍ଟ ।

ଚାଣକ୍ୟଙ୍କ ଅନୁସାରେ ପୁରୁଷଙ୍କ ଏମିତି କିଛି କାମ ଯାହା ମହିଳାଙ୍କୁ ବହୁତ ପସନ୍ଦ ହୋଇଥାଏ । ଏହି କାରଣରୁ ତାଙ୍କ ଲଭ ଲାଇଫ୍‌ ଓ ମ୍ୟାରେଡ ଲାଇଫରେ କିଛି ଅସୁବିଧା ଆସିନଥାଏ । ଏମିତି ସମ୍ପର୍କରେ ପ୍ରେମିକା ଓ ପତ୍ନୀ ବହୁତ ଖୁସ ରହିଥାନ୍ତି । ଚାଣକ୍ୟଙ୍କ ଅନୁସାରେ ଏମିତି ୪ କାମ ଯାହା ମହିଳାଙ୍କୁ ରଖିଥାନ୍ତି ସନ୍ତୁଷ୍ଟ । ଆସନ୍ତୁ ଜାଣିବା କ’ଣ ତାହା ।

ପ୍ରାଇଭେସି

ଯେଉଁ ସମ୍ପର୍କରେ ଭରସା ରହିଥାଏ ସେଠାରେ ବନ୍ଦୀତ୍ୱ ନଥାଏ । ଯେଉଁ ପୁରୁଷ ପ୍ରେମ ସମ୍ପର୍କରେ ମହିଳାଙ୍କୁ ନିଜ ଭଳି ଜୀବନ ଜିଇଁବାକୁ ସ୍ୱାଧୀନତା ଦେଇଥାନ୍ତି, ସେମାନଙ୍କ ସମ୍ପର୍କ କେବେ ଖରାପ ହୋଇନଥାଏ । ଯେଉଁଠାରେ ମହିଳାଙ୍କୁ ବନ୍ଦୀ ଭାବେ ରଖାଯାଏ,ସେଠାରେ ସମ୍ପର୍କ ଶୀଘ୍ର ଭାଙ୍ଗିବାର ଆଶଙ୍କା ଥାଏ ।

ସମ୍ମାନ

ଦୃଢ଼ ସମ୍ପର୍କର ମୂଳ ଦୁଆ ପ୍ରେମ ଓ ସମ୍ମାନ ହୋଇଥାଏ । ମହିଳାଙ୍କୁ ସମ୍ମାନ କରୁଥିବା ପୁରୁଷ ପ୍ରତ୍ୟେକ ସ୍ତ୍ରୀଙ୍କର ପ୍ରଥମ ପସନ୍ଦ ହୋଇଥାନ୍ତି । ଯେଉଁ ପୁରୁଷ ପ୍ରେମ ସମ୍ପର୍କ ହେଉ ବା ବୈବାହିକ ଜୀବନରେ ମହିଳାଙ୍କୁ ଆଦର କରି ନଥାଏ, ତାଙ୍କୁ ଦୁଃଖ ଦେଇଥାନ୍ତି, ସେହି ସମ୍ପର୍କ ଦୁର୍ବଳ ହୋଇଥାଏ ।

ସୁରକ୍ଷା

ପଜେସିଭ ଓ ପ୍ରୋଟେକ୍ଟିଭ (ସୁରକ୍ଷା ଓ ନିଜପଣ ଜାହିର କରିବା) ମଧ୍ୟରେ ବହୁତ ପାର୍ଥକ୍ୟ ହୋଇଥାଏ । ପୁରୁଷ ଯେବେ ପ୍ରୋଟେକ୍ଟିଭ ହୋଇଥାଏ ତ ସେ ମହିଳାଙ୍କ କେୟାର କରିଥାଏ । ହେଲେ ଯେବେ ଆବଶ୍ୟକ ଠାରୁ ଅଧିକ କେୟାରିଂ ହୋଇ ଯାଆନ୍ତି ସେବେ ପଜେସିଭ ବନିଯାଆନ୍ତି । ପଜେସିଭନେଶ ସ୍ତ୍ରୀଙ୍କୁ ବନ୍ଦୀ ଭଳି ଲାଗେ ଯାହାକୁ ସେ ପସନ୍ଦ କରନ୍ତି ନାହିଁ । ଯେଉଁ ପୁରୁଷ ସ୍ତ୍ରୀ ଓ ପ୍ରେମିକାକୁ ସୁରକ୍ଷାର ଅନୁଭବ ଦିଅନ୍ତି ସେଠାରେ କେବେ ବି ପ୍ରେମ କମ ହୁଏନାହିଁ ।

ଇଗୋ ଠାରୁ ଦୂରରେ ରହିବା

ପ୍ରତ୍ୟେକ ସମ୍ପର୍କ ଇଗୋ ଠାରୁ ଉପରେ ହେବା ଦରକାର । ନିଜର ଭୁଲକୁ ଯେଉଁ ପୁରୁଷ ସ୍ୱୀକାର କରି ନିଅନ୍ତି, ସେହି ପୁରୁଷଙ୍କୁ ମହିଳା ବେଶ ପସନ୍ଦ କରିଥାନ୍ତି । ଦୀର୍ଘ ସମୟ ସମ୍ପର୍କରେ ମଧୂରତା ଜାରି ରଖିବା ପାଇଁ ଇଗୋ ଠାରୁ ଦୂରରେ ରହିବା ଆବଶ୍ୟକ ।

Leave A Reply

Your email address will not be published.