ଚାଣକ୍ୟ ନୀତି : ଏହି ଲକ୍ଷଣରୁ ତୁରନ୍ତ ଜାଣିପାରିବେ ଧୋକ୍କାବାଜ ଓ ସ୍ୱାର୍ଥପର ଲୋକଙ୍କ ପରିଚୟ

ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତିରେ ସଫଳ ଜୀବନ ପାଇଁ କେତେକ ନୀତି କହିଛନ୍ତି । ଏହି ନୀତି ଗୁଡିକ ଭିତରୁ କେତେ ନୀତି ଵା ବିଚାର ଆପଣଙ୍କୁ କଠୋର ଲାଗିପାରେ କିନ୍ତୁ ଏହି କଠୋରତା ହିଁ ଜୀବନର ସତ୍ୟ ଅଟେ । ବ୍ୟସ୍ତ ବହୁଳ ଜୀବନରେ ଆପଣ ଏହି ବିଚାରଗୁଡିକୁ ଅଣଦେଖା କରିଦେଇ ପାରନ୍ତି କିନ୍ତୁ ଏହା ଜୀବନର ପ୍ରତିଟି ଘଡ଼ିସନ୍ଧି ମୁହୁର୍ତ୍ତରେ ଆପଣଙ୍କୁ ସାହାଯ୍ୟ କରିଥାଏ ।

ଲୋକଙ୍କୁ ଚିହ୍ନିଗଲେ ଠକିବାର ଆଶଙ୍କା କମ ଥାଏ । ତେଣୁ ଚାଣକ୍ୟ ଆପଣଙ୍କ ଆଖପାଖର ଲୋକଙ୍କୁ ଚିହ୍ନିବା ପାଇଁ କିଛି ନୀତି ନିୟମ କହି ଯାଇଛନ୍ତି, ଯାହାକୁ ଅନୁସରଣ କଲେ କେବେ ବି ଧୋକ୍କା ଖାଇବେ ନାହିଁ । ଆପଣ ବ୍ୟକ୍ତିର ଠିକ ପରିଚୟ ଜାଣିପାରିବେ ।

ଚାଣକ୍ୟଙ୍କ ନୀତି ଅନୁସାରେ ଧୋକ୍କାବାଜ ଓ ସ୍ୱାର୍ଥପର ଲୋକଙ୍କ ପରିଚୟ –

ଯେଉଁ ଲୋକ ନିଜର କଥାକୁ ବୁଲେଇ ବଙ୍କେଇ କହିଥାନ୍ତି, ଦେଖାଯାଏ ଯେ ସେହି ଲୋକଙ୍କ ମନରେ କିଛି ପାପ ଥାଏ । ଏପରି ଲୋକ ଆପଣଙ୍କ ଆଗରେ କିଛି କହିଥାନ୍ତି ଓ ପଛରେ ଅନ୍ୟ କିଛି କହିଥାନ୍ତି । ତେଣୁ ଏପରି ଲୋକଙ୍କ ଠାରୁ ଦୂରରେ ରହିବା ଦରକାର । ଏପରି ଲୋକଙ୍କ ଉପର କେବେ ଭରସା କରନ୍ତୁ ନାହିଁ । ଯେଉଁ ଲୋକ ସିଧା ଓ ସ୍ପଷ୍ଟ ଭାବେ ନିଜର ମନ କଥା କହିଥାନ୍ତି, ସେ କେବେ କାହାକୁ ଧୋକା ଦେଇ ନଥାନ୍ତି । ଏହି ଲୋକଙ୍କ ହୃଦୟ ସଫା ହୋଇଥାଏ । ଏମିତି ବ୍ୟକ୍ତି କେବେ ବି କାହାର ଅନିଷ୍ଟ ଚାହିଁ ନଥାନ୍ତି ।

ଚାଣକ୍ୟଙ୍କ ଅନୁଯାୟୀ ଜଣେ ଧୋକ୍କାବାଜ ବ୍ୟକ୍ତି ନିଜର ଆବଶ୍ୟକତା ବେଳେ ସବୁ କିଛି ହଁ କହିଥାନ୍ତି । ହେଲେ କାମ ସରିଗଲା ପରେ ତାଙ୍କ ରଂଗ ବଦଳିଯାଇଥାଏ । କାମ ସରିଗଲେ ବିଭିନ୍ନ ବାହାନା କରିଥାନ୍ତି । ଏମିତି ଲୋକ ନିଜକୁ ବଂଚାଇବା ପାଇଁ ଆପଣଙ୍କୁ ଅଣଦେଖା କରିବା ଆରମ୍ଭ କରିଦେଇଥାନ୍ତି । ତେଣୁ ଏପରି ଲୋକଙ୍କୁ ଯେତେ ଶୀଘ୍ର ଚିହ୍ନି ତାଙ୍କ ଠାରୁ ଦୂରେଇ ଯିବା ଉଚିତ୍‌ । ଏମାନେ କେବେ ବି ଆପଣଙ୍କୁ ଧୋକା ଦେଇପାରନ୍ତି ଓ ତାଙ୍କ ପାଇଁ ଆପଣ ଅସୁବିଧାରେ ପଡିପାରନ୍ତି ।

ଯଦି କୌଣସି ବ୍ୟକ୍ତି ଆପଣଙ୍କ ଦରକାର ସମୟରେ ଆପଣଙ୍କୁ ସାହାଯ୍ୟ କରିବାକୁ ପଛ ଘୁଞ୍ଚା ଦିଅନ୍ତି,ତେବେ ଏମାନେ ଆପଣଙ୍କ ଶୁଭ ଚିନ୍ତକ ନୁହଁନ୍ତି । ଏମାନେ କେବେ ଦରକାର ବେଳେ କାମରେ ଆସି ନଥାନ୍ତି । ଏମିତି ସ୍ୱାର୍ଥପର ଓ ଧୋକ୍କାବାଜ ଲୋକ କେବଳ ନିଜର ଭଲ ଚିନ୍ତା କରିଥାନ୍ତି । ତେଣୁ ଏପରି ଲୋକଙ୍କ ସଂଗ ତ୍ୟାଗ କରିବା ହିଁ ବୁଦ୍ଧିମାନୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.