ଏଠାରେ ଅଫିସରେ ମନୋରଞ୍ଜନ କରନ୍ତି ଚିୟର୍ସ ଲିଡର, ପୁରୁଷ କର୍ମଚାରୀଙ୍କ ସହ କରନ୍ତି ଏଭଳି କାମ

ଚୀନର ଏକ ଟେକ୍‌ କମ୍ପାନୀ କର୍ମଚାରୀମାନଙ୍କଠାରୁ ଅଧିକ ଆଉଟ୍‌ପୁଟ ବାହାର କରିବା ପାଇଁ ନୂଆ ଉପାୟ ବାହାର କରିଛି। ଅଫିସରେ କାମ କରିବା ସମୟରେ କର୍ମଚାରୀମାନଙ୍କ ମନକୁ ତାଜା ରଖିବା ପାଇଁ କମ୍ପାନୀ ମାଲିକ ଚିୟର୍ସ ଲିଡରମାନଙ୍କୁ ନିଯୁକ୍ତ କରିଛି।

କମ୍ପାନୀର କହିବା ହେଲା, ଚିୟର୍ସ ଲିଡରମାନେ କର୍ମଚାରୀମାନଙ୍କ ମାନସିକ ସ୍ୱାସ୍ଥ୍ୟକୁ ତାଜା ରଖିବେ, ଯଦ୍ଦ୍ଵାରା ସେମାନେ ଅଧିକରୁ ଅଧିକ ଆଉଟପୁଟ୍‌ ଦେଇପାରିବେ। ଏହି ଚିୟର୍ସ ଲିଡରମାନେ ଖାସ୍‌ କରି ପୁରୁଷ କର୍ମଚାରୀଙ୍କ ସହ ପିଙ୍ଗ୍‌ ପଙ୍ଗ୍‌ ଗେମ୍‌ ଖେଳିବେ ଏବଂ ବ୍ରେକ୍‌ଫାଷ୍ଟ ଦେବେ। ଚାଟିଙ୍ଗ୍‌ କରିବା ସହ ସେମାନଙ୍କୁ ଉତ୍ସାହିତ କରିବାରେ ମଧ୍ୟ ସାହାଯ୍ୟ କରିବେ।

office1

ଟେକ୍‌ କମ୍ପାନୀରେ ଚିୟର୍ସ ଲିଡର୍ସଙ୍କ ଉପସ୍ଥିତିର କେତେକ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ପ୍ରଥମେ ଚିୟର୍ସ ଲିଡରମାନେ ତାଙ୍କ କାମ ପାଇଁ ବରିଷ୍ଠ ଅଧିକାରୀମାନଙ୍କୁ ଟ୍ରେଣ୍ଡ କରିଥାଆନ୍ତି। ଏହାପରେ ପୁରୁଷ କର୍ମଚାରୀଙ୍କ ପାଖକୁ ଯାଇ ସେମାନଙ୍କ ସହ ମିଳାମିଶା କରନ୍ତି। ଏମାନେ ମନୋରଞ୍ଜନ ମଧ୍ୟ କରିଥାଆନ୍ତି।

ଏହାସହ ପଢ଼ନ୍ତୁ: ଦୁଇ ଦିନରେ ୨ ଥର ଦଂଶିଲା ବିଷଧର ସାପ, ମୃତ୍ୟୁକୁ ମାତ୍‌ ଦେଲେ ମହିଳା!

କମ୍ପାନୀର କହିବା ଅନୁଯାୟୀ, ଚିୟର୍ସ ଲିଡରମାନଙ୍କ ଯୋଗୁ କାମରେ ସକାରାତ୍ମକ ପରିଣାମ ଦେଖିବାକୁ ମିଳୁଛି। କିନ୍ତୁ ସୋସିଆଲ ମିଡିଆରେ କିଛି ଲୋକ ଏହାକୁ ନେଇ ଖୁବ୍‌ ସମାଲୋଚନା କରୁଛନ୍ତି। ତେବେ ଚିୟର୍ସ ଲିଡରମାନେ ଆସିବା ପରେ ପୁରୁଷ କର୍ମଚାରୀମାନଙ୍କର କାମ କରିବାର କ୍ଷମତା ବଢ଼ିଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.