ଚିଡ଼ିଆଖାନାରେ କୁମ୍ଭୀର ଚମଡ଼ାରେ ତିଆରି ହ୍ୟାଣ୍ଡ ବ୍ୟାଗ୍‌, ଭାଇରାଲ ହେଉଛି ଆଶ୍ଚର୍ଯ୍ୟ କରିଦେବା ଭଳି ଫଟୋ

ପ୍ରାଣୀ ଉଦ୍ୟାନରେ ରଖାଯାଇଛି କୁମ୍ଭୀର ଚମଡ଼ାରେ ତିଆରି ବ୍ୟାଗ୍‌। ଲଣ୍ଡନର ରିଜେଣ୍ଟ ପାର୍କ ସ୍ଥିତ ଚିଡ଼ିଆଘରେ ଉତ୍ତୋଳନ ହୋଇଥିବା କୁମ୍ଭୀର ଚମଡ଼ା ବ୍ୟାଗ୍‌ର ଫଟୋ ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ଏହି ଫଟୋ ଦେଖି ଲୋକମାନେ ଆଶ୍ଚର୍ଯ୍ୟ ହୋଇଛନ୍ତି। ଏୟାରପୋର୍ଟ ଚେକିଂ ବେଳେ ଉଦ୍ଧାର ହେଉଥିବା ଜୀବଜନ୍ତୁଙ୍କୁ ଏହି ଚିଡ଼ିଆଖାନାରେ ରଖାଯାଏ। ଏଠାରେ ଏବେ ୩୦୦୦ରୁ ଅଧିକ ଜୀବଜନ୍ତୁ ଅଛନ୍ତି।

ରିପୋର୍ଟ ମୁତାବକ, ୨୦୧୮ ମସିହାରେ ଲଣ୍ଡନର ଏକ ବିମାନ ବନ୍ଦରରେ ବ୍ରିଟେନ୍‌ ସୀମା ଅଧିକାରୀ ଏକ ବ୍ୟାଗ୍‌ ଜବତ କରିଥିଲେ। ଅବୈଧ ଜୀବର ବ୍ୟାପାର ଏବେ ସାରା ବିଶ୍ୱରେ ଏକ ଚିନ୍ତାର କାରଣ ପାଲଟିଛି। ଏହି କାରଣରୁ ଲୋକଙ୍କ ଧ୍ୟାନ ଆକର୍ଷଣ କରିବା ପାଇଁ ଅଧିକାରୀମାନେ କୁମ୍ଭୀର ଚମଡ଼ାରେ ତିଆରି ଏହି ବ୍ୟାଗ୍‌କୁ ଜବତ କରି ଚିଡ଼ିଆଘରକୁ ଦେଇ ଦେଇଥିଲେ। ଏବେ ସେହି ବ୍ୟାଗ୍‌ର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଲୋକମାନେ ଫଟୋ ସେୟାର କରି ବିଭିନ୍ନ କମେଣ୍ଟ କରୁଥିବା ଦେଖାଯାଇଛି।

ଦକ୍ଷିଣ ପୂର୍ବ ଏସିଆର କିଛି ଦେଶରେ କୁମ୍ଭୀରଙ୍କ ସଂଖ୍ୟା କ୍ରମଶଃ ଲୋପ ପାଇବାରେ ଲାଗିଛି। ଏଠାରେ ମଧ୍ୟମ ଆକାରରେ କୁମ୍ଭୀର ନଜର ଆସନ୍ତି। ଏହି କୁମ୍ଭୀରଙ୍କ ଶରୀର ଅଲିଭ୍‌ ଗ୍ରୀନ୍‌ ରଙ୍ଗର ହୋଇଥିବା ବେଳେ ଏମାନେ ମଧୁର ଜଳରେ ବାସ କରନ୍ତି। ଏହି କୁମ୍ଭୀର ପ୍ରଜାତିର ମାତ୍ର ୫୦୦-୧୦୦୦ କୁମ୍ଭୀର ହିଁ ଏବେ ବଞ୍ଚିଛନ୍ତି। ସେହି ବିଲୁପ୍ତ କୁମ୍ଭୀରର ଛାଲରେ ତିଆରି ଏହି ବ୍ୟାଗ୍‌ ଏବେ ଚର୍ଚ୍ଚାରେ ରହିଛି।

ଏହି ବ୍ୟାଗ୍‌ର ଫଟୋ ଭାଇରାଲ ହେବା ପରେ ବିଭିନ୍ନ ସଂଗଠନ ଏହାର ତଦନ୍ତ ପାଇଁ ଦାବି କରିଛନ୍ତି। ଏଭଳି ଅବୈଧ ପଶୁ ଶିକାର ରୋକିବାକୁ ସରକାର କଡ଼ା ଆଇନ୍‌ ଆଣିବାକୁ ଲୋକେ ଦାବି କରିଛନ୍ତି।

Also Read: ଲାଲସିଂହ ଚଡ୍ଡା ପରେ ଏବେ ଆଲିଆ ଭଟ୍ଟଙ୍କ ଫିଲ୍ମ ‘ଡାର୍ଲିଂସ୍‌’କୁ ବିରୋଧ, ପୁରୁଷ ନିର୍ଯାତନାକୁ ପ୍ରୋତ୍ସାହିତ କରୁଥିବା ଅଭିଯୋଗ

Leave A Reply

Your email address will not be published.