ଏକ ହଜାର ଟଙ୍କାରେ ଖାଇଲେ, କିନ୍ତୁ ୱେଟରଙ୍କୁ ଟିପ୍ସ ଦେଲେ ୨ଲକ୍ଷ ଟଙ୍କା!

କୁହନ୍ତି ଜଣେ ଭଲ କାମ କଲେ ପ୍ରତିବଦଳରେ ତାକୁ କିଛି ଭଲ ମିଳିଥାଏ, କିନ୍ତୁ ସବୁବେଳେ ଏହା ଘଟେ ନାହିଁ । ସମସ୍ତେ ରେଷ୍ଟୁରାଣ୍ଟ କିମ୍ବା ହୋଟେଲ ଯାଆନ୍ତି ଖାଇବା ପାଇଁ । ୱେଟରଙ୍କ ଭଲ ସର୍ଭିସ ପାଇଁ କିଛି ଟିପ୍ସ ମଧ୍ୟ ଦିଅନ୍ତି । କେହି କେହି ତ ଏତେ ବଡ଼ ରକମର ପଇସା ଦେଇ ଦିଅନ୍ତି ଯେ ୱେଟରଙ୍କ ଖୁସି କହିଲେ ନସରେ। ଅନଲାଇନରେ ଚାଲୁଥିବା ରେଷ୍ଟୁରାଣ୍ଟକୁ ଯାଇ ଲୋକମାନେ ବଡ଼ ବଡ଼ ରକମର ପଇସା ଦେଇ ୱେଟର କିମ୍ବା ଷ୍ଟାଫଙ୍କୁ ଖୁସି କରିଦିଅନ୍ତି । ଏମିତି ଏକ ଘଟଣା ଘଟିଛି ଯାହାକୁ ଶୁଣିଲେ ଆପଣଙ୍କ ମୁଣ୍ଡ ଘୁରେଇ ଦବ। ଜଣେ ବ୍ୟକ୍ତି ରେଷ୍ଟୁରାଣ୍ଟକୁ ଆସି ଏକ ହଜାର ଟଙ୍କାରେ ଖାଇ ୨ଲକ୍ଷ ଟଙ୍କା ଟିପ୍ସ ଆକାରରେ ଦେଇଛନ୍ତି ।

ଆମେରିକାର ପେସେଂଭେଲିଆର ଅର୍ଲଫ୍ରେଡ଼ କୋଫେ ନାମକ ଏକ ସ୍ଥାନରେ ଜଣେ ମହିଳା ୱେଟର କାମ କରନ୍ତି। ତାଙ୍କର ନାମ ମୋୖରିଆନା ଲୌବର୍ଟ । ତିନି ମାସ ତଳେ ଜଣେ ବ୍ୟକ୍ତି ରେଷ୍ଟୁରାଣ୍ଟକୁ ଆସିଲେ ଏବଂ ମାତ୍ର ହଜାରେ ଟଙ୍କାରେ ଖାଇ ୱେଟରଙ୍କୁ ୨ଲକ୍ଷ ଟଙ୍କା ଟିପ୍ସ ଦେଇଥିଲେ । ଏହାଦେଖି ମୋୖରିଆନା ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ସେହି ସମୟରେ ଏରିକ ସ୍ମିଥ କହିଥିଲେ “ଟିପ୍ସ ଫର ଜିସସ ମୁହିମ ” ନାମରେ ପ୍ରଭାବିତ ହୋଇଛନ୍ତି । ସେଥିପାଇଁ ଏହି ପରି କରିଛନ୍ତି ,କିନ୍ତୁ ମାତ୍ର ଦୁଇ ମାସ ପରେ ମୋୖରିଆନଙ୍କୁ ଏମିତି ଝଟକା ଲାଗିଥିଲା ଯାହାକୁ ସେ ବିଶ୍ୱାସ କରିପାରିଲେ ନାହିଁ ।

କିନ୍ତୁ ପୂର୍ବ ମାସରେ ଏରିକ ସ୍ମିଥ ରେଷ୍ଟୁରାଣ୍ଟକୁ ଗୋଟେ ଚିଠି ଲେଖିଥିଲେ । ଆଉ ତାଙ୍କର ପଇସା ଫେରେଇବା ପାଇଁ ଅନୁରୋଧ କରିଥିଲେ। ତାଙ୍କର କହିବା କଥା ବ୍ୟାଙ୍କର କ୍ରେଡିଟ କାର୍ଡର ଚାର୍ଜ ଆଉ ବ୍ୟାଙ୍କର କିଛି ନିୟମ ପାଇଁ ସେ ପଇସା ଫେରସ୍ତ ଚାହୁଁଛନ୍ତି । ସେ ରେଷ୍ଟୁରାଣ୍ଟର ଫେସବୁକରେ ଯୋଗାଯୋଗ କରି ମଧ୍ୟ ନିରାଶ ହେଲେ । ତାପରେ ରେଷ୍ଟୁରାଣ୍ଟ ତାଙ୍କ ସହିତ ଯୋଗାଯୋଗ ମଧ୍ୟ ବନ୍ଦ କରିଦେଲା। ଘଟଣାଟି କୋର୍ଟ କୁ ଚାଲିଗଲା । ରେଷ୍ଟୁରାଣ୍ଟର ମ୍ୟାନେଜର ଜେଫ୍ରି ଜେକବାସନ କହିଛନ୍ତି ଯେ ଏହି ଘଟଣା ଟି ତାଙ୍କୁ ବହୁତ ଦୁଃଖ ଦେଇଛି ,ଜଣେ କେହି ସାହାଯ୍ୟ କରିବା ପାଇଁ ହୁଏତ ଏହିଭଳି ଭଲ କାମ କରିଥିବ । କିନ୍ତୁ ତାଙ୍କର ଏଭଳି କରିବା ଦ୍ବାରା ଭରସା ଭାଙ୍ଗିଗଲା । ଘଟଣାଟି ଏବେ ମାଜିଷ୍ଟ୍ରେଟ କୋର୍ଟରେ ବିଚାରଧୀନ ଅଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.