ନଡିଆ ଗଛକୁ ନାଗଫାଶ କରି ଚଢିଲା ବିଶାଳକାୟ ସାପ, ଭିଡିଓ ଦେଖି ଶିହରି ଯିବ ଦେହ

ସୋସିଆଲ ମିଡିଆରେ ୟୁଜର୍ସ ବିଭିନ୍ନ ପ୍ରକାରର ଭୟଙ୍କର ଭିଡିଓ ନିଶ୍ଚିତ ଦେଖୁଥିବେ। ଯାହାକୁ ଦେଖି ଆଶ୍ଚର୍ଯ୍ୟ ହେବା ସହିତ ଡର ମଧ୍ୟ ଲାଗିଥାଏ। ଆଉ କେତେକ ସମୟରେ ଓ୍ଵାଇଲ୍ଡ ଲାଇଫ ସହିତ ଜଡିତ କିଛି ଭିଡିଓ ସୋସିଆଲ ମିଡିଆରେ ୟୁଜର୍ସଙ୍କ ହୋସ୍‌ ଉଡାଇଦେଇଥାଏ। ଏଥିରୁ ଏମିତି କିଛି ଭିଡିଓ ରହିଛି, ଯାହା ମଣିଷ ଅବସ୍ଥା ଖରାପ କରିଦିଏ।

ଆପଣ ସୋସିଆଲ ମିଡିଆରେ ଅନେକ ସାପ ଭିଡିଓ ନିଶ୍ଚିତ ଦେଖୁଥିବେ। ଆଉ ସାଧାରଣତଃ ସାପ ଦେଖି ସମସ୍ତଙ୍କୁ ଭୟ ଲାଗିଥାଏ। ସାପ ଯୋଗୁଁ ମଣିଷ ଭୟରେ ଥରିଥାଏ। ମଣିଷ ପ୍ରକୃତରେ ଜୀବନରେ କ’ଣ ସ୍ୱପ୍ନରେ ମଧ୍ୟ ସାପ ଦେଖିଲେ ଭୟ କରିଯାଏ। ଏବେ ସୋସିଆଲ ମିଡିଆରେ ବିଶାଳକାୟ ସାପର ଭିଡିଓ ଭାଇରଲ ହେବାରେ ଲାଗିଛି।

ଦେଖନ୍ତୁ ଭିଡିଓ :

ସାପ ନାଁ ଶୁଣିଲେ ଆମକୁ ଭୟ ଲାଗେ। ଆଉ ଏହାକୁ ଦେଖିଦେଲେ ଲୋକେ ଧାଇଁ ପଳାନ୍ତି।  ହେଲେ ଏହି ଭିଡିଓରେ ଏକ ବିଶାଳକାୟ ସାପ ନଡିଆ ଗଛରେ କିପରି ଚଢୁଛି ଆପଣ ଦେଖିପାରିବେ। ଏହି ବଡ ସାପଟି କେମିତି ଏତେ ସହଜରେ ଗଛରେ ଚଢୁଛି, ତାହା ଆପଣ ଅନୁମାନ କରିପାରୁଥିବେ। ମଣିଷ ଗଛରେ ଚଢିବା କେତେ କଷ୍ଟକର କିନ୍ତୁ ସାପ ଟି କିଭଳି ଗଛରେ ଅତି ସହଜରେ ଚଢିଯାଉଛି।

ସାପଟି ଗୋଲ ଗୋଲ କୁଣ୍ଡଳୀ ମାରି ଗଛରେ ଚଢୁଥିବା ଦେଖିବାକୁ ମିଳିଛି। ସାପଟି ନାଗଫାଶ କରି ନିଜ ଶରୀରକୁ ଗଛ ଉପରକୁ ଠେଲୁଛି। ଭିଡିଓକୁ ଦେଖି ଲୋକେ ଭୟ କରୁଛନ୍ତି। ଏହି ଭିଡିଓଟି ସନ୍ଦୀପକୁମାର ୯୬୮ ଇନଷ୍ଟା ଆକାଉଣ୍ଟରୁ ସେୟାର କରାଯାଇଛି।

ସୂଚନାଯୋଗ୍ୟ, ନିକଟରେ ଜଣେ ଯୁବତୀଙ୍କ କାନରେ ଏକ ସାପ ପସିଥିବାର ଭିଡିଓ ଭାଇରଲ ହୋଇଥିଲା। ଭିଡିଓରେ ଦେଖିବାକୁ ମିଳିଥିଲା, ଏକ ହଳଦିଆ ରଙ୍ଗର ସାପ ଯୁବତୀଙ୍କ କାନରେ ପଶିଯାଇଥିଲା। ଯୁବତୀ ଜଣକ ଯନ୍ତ୍ରଣାରେ ଛଟପଟ ହୋଇ ସାପଟିକୁ କାନରୁ କାଢିବା ପାଇଁ ଯୁବତୀ ଜଣକ ଡାକ୍ତର ପାଖକୁ ଯାଇଥିଲେ। ଡାକ୍ତର ଏହାକୁ କାଢିବାକୁ ଚେଷ୍ଟା କରୁଥିବା ସମୟରେ ସାପଟି କାନ ଭିତରେ ପଶି କଲବଲ ହେଉଛି। ଡାକ୍ତର ଏହାକୁ ସତର୍କତାର ସହିତ କାଢିବାକୁ ଚେଷ୍ଟା କରୁଥିଲେ। ସାପକୁ ଡାକ୍ତର ଫୋରସେପ ମାଧ୍ୟମରେ କାଢିବାକୁ ଚେଷ୍ଟା କରିଥିଲେ। କାନ ଭଳି ଛୋଟ ଜାଗାରେ ସାପ କେମିତି ପଶିଲା, ତାହା ଜାଣି ହେଉନାହିଁ। ତେବେ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି। ଏହି ଭିଡିଓକୁ ଫେସବୁକରେ ଚନ୍ଦନ ସିଂହ ନାମକ ଆକାଉଣ୍ଟରେ ସେୟାର ହୋଇଥିଲା ।

Also Read : ଯୁବତୀଙ୍କ କାନରେ ପଶିଗଲା ସାପ, ଦେଖନ୍ତୁ ଭିଡିଓ

Leave A Reply

Your email address will not be published.