ସକାଳୁ ଉଠି କରନ୍ତୁ ଏହି ୪ ଟି କାମ ,ମାଆ ଲକ୍ଷ୍ମୀ ସର୍ବଦା ରହିବେ ଘରେ

ଜ୍ୟୋତିଷ ଶାସ୍ତ୍ରରେ ସକାଳୁ ଉଠିବା ପରେ କେତେକ ନିୟମ କୁହାଯାଇଛି ଯାହାର ପାଳନ ଦ୍ୱାରା ସାରା ଦିନ ଆପଣଙ୍କ ଜୀବନରେ ସକରାତ୍ମକ ଶକ୍ତି ରହିଥାଏ । ଆସନ୍ତୁ ଜାଣିବା ଏମିତି କେଉଁ ୪ ଟି କାମ ଯାହାକୁ ପ୍ରତିଦିନ ଉଠିବା ପରେ କରିଲେ ଘରେ ମା ଲକ୍ଷ୍ମୀ ଙ୍କର ଆଶୀର୍ବାଦ ସଦା ରହିଥାଏ ।

ଆମ ଶାସ୍ତ୍ରରେ ସକାଳ ସମୟର ଏକ ବିଶେଷ ମହତ୍ୱ ରହିଛି । ତେଣୁ ସକାଳୁ ଶୀଘ୍ର ଉଠିବାକୁ ମଧ୍ୟ ବହୁତ ଜରୁରୀ ମାନାଯାଇଥାଏ । କିନ୍ତୁ କିଛି ଲୋକ ନିଜର ଅସ୍ତବ୍ୟସ୍ତ ଦିନଚର୍ଯ୍ୟା କାରଣରୁ ଏହାର ମହତ୍ୱକୁ ବୁଝି ପାରନ୍ତି ନାହିଁ ଏବଂ ଜୀବନରେ ନକରାତ୍ମକ ଶକ୍ତି ର ସଂଚାର ହୋଇଥାଏ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଯେଉଁ ବ୍ୟକ୍ତି ସକାଳୁ ବ୍ର।ହ୍ମ ମୁହୂର୍ତ୍ତରୁ ଉଠି ନିଜର ନିତ୍ୟ କର୍ମ ସାରି ଥାଏ ତାଙ୍କ ଜୀବନରେ ସର୍ବଦା ସକରାତ୍ମକ ଶକ୍ତି ରହିଥାଏ ଏବଂ ତାଙ୍କର କାର୍ଯ୍ୟ ସଫଳ ହେବାର ସମ୍ଭାବନା ବଢି ଯାଇଥାଏ ।

ତେଣୁ କିଛି ଏମିତି କାମ ଅଛି ଯାହା ପ୍ରତିଦିନ ସକାଳେ ଉଠିବା ପରେ କରିବା ଦ୍ୱାରା ଜୀବନର ଦୁର୍ଭାଗ୍ୟ ଠାରୁ ମୁକ୍ତି ମିଳିଥାଏ ଏବଂ ମା ଲକ୍ଷ୍ମୀଙ୍କର ଆଶୀର୍ବାଦ ସର୍ବଦା ରହିଥାଏ । ତାହେଲେ ଆସନ୍ତୁ ଜାଣିବା କେଉଁ କାମ କରିବା ଦ୍ୱାରା ମା ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି ।

ସକାଳୁ ଉଠି କରନ୍ତୁ ଏହି କାମ –

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ସକାଳୁ ଉଠିବାକ୍ଷଣି ସର୍ବ ପ୍ରଥମେ ନିଜ ହାତ ପାପୁଲି କୁ ଦର୍ଶନ କରିବା ଶୁଭ ହୋଇଥାଏ । କଥା ଅଛି ମନୁଷ୍ୟଙ୍କ ହାତରେ ମା ଲକ୍ଷ୍ମୀ ଙ୍କ ସହିତ ସରସ୍ୱତୀ ମା ଏବଂ ଭଗବାନ ବିଷ୍ଣୁ ମଧ୍ୟ ବାସ କରିଥାନ୍ତି । ଦୁଇ ପାପୁଲିକୁ ଦର୍ଶନ କରିବା ପରେ ତାହାକୁ ନିଜ ମୁହଁ ଉପରେ ଥରେ ବୁଲେଇ ଆଣିବେ । ଆମ ଶାସ୍ତ୍ରରେ କୁହାଯାଇଛି ଯେ ସକାଳୁ ଉଠି ବିଛଣାରୁ ତଳେ ପାଦ ରଖିବା ପୂର୍ବରୁ ଧରିତ୍ରୀଙ୍କୁ ନମସ୍କାର କରିବା ଉଚିତ କାରଣ ଏହି ଧରିତ୍ରୀ ମଧ୍ୟ ଆମର ମାଆ ଯିଏ ଆମର ଭାର ଉଠାଇଛନ୍ତି ।

ଜ୍ୟୋତିଷ ଅନୁସାରେ ସକାଳ ସ୍ନାନ ପରେ ସୂର୍ଯ୍ୟ ଦେବଙ୍କୁ ଜଳ ଅର୍ପଣ କରିବା ଦ୍ୱାରା ମଣିଷର ତେଜ ,ଆତ୍ମବିଶ୍ୱାସ ,ମାନସମ୍ମାନରେ ବୃଦ୍ଧି ହୋଇଥାଏ ଏବଂ ସୌଭାଗ୍ୟ ତଥା ସ୍ୱାସ୍ଥ୍ୟର ଆଶୀର୍ବାଦ ପ୍ରାପ୍ତ ହୋଇଥାଏ । ଏକ ତମ୍ବା ଢାଳରେ ଜଳ ଭରି ସେଥିରେ କୁଙ୍କୁମ ,ଅକ୍ଷତ ଏବଂ ଲାଲ ଫୁଲ ପକେଇ ସୂର୍ଯ୍ୟ ଦେବଙ୍କୁ ଜଳ ଅର୍ପଣ କରିବା ଶୁଭ ମାନାଯାଇଥାଏ ।
ପ୍ରତିଦିନ କନକଧାରା ଏବଂ ଲକ୍ଷ୍ମୀ ସ୍ତ୍ରୋତ ପାଠ କରିବା ଦ୍ୱାରା ମା ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି ଏବଂ ତାଙ୍କ କୃପାରୁ ଜୀବନରେ ସର୍ବଦା ଧନ -ଧାନ୍ୟ ,ବୈଭବ ସୁଖ ଲାଗି ରହିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.