ବିବାହ କରିବି ତ ଏହି ପୋଷ୍ଟ ପଢୁଥିବା ପୁଅକୁ ! ଜାଣଛନ୍ତି କି କିଏ ଏହି ଟ୍ୟାଗ୍ ଗର୍ଲ ?

ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଟ୍ୟାଗ୍ ସିଜନ୍ ଚାଲିଛି। ପ୍ରତିଟି ଲୋକ ନିଜ ସାଙ୍ଗସାଥିଙ୍କୁ ବିଭିନ୍ନ ପ୍ରକାରର ପୋଷ୍ଟରେ ଟ୍ୟାଗ୍ କରିଥାନ୍ତି। ଏହି ସବୁ ମଧ୍ୟରେ ଆପଣ ଦେଖିଥିବେ କିଛି ନିର୍ଦ୍ଦିଷ୍ଟ ମହିଳା କିମ୍ବା ପୁରୁଷଙ୍କୁ ନେଇ ବିଭିନ୍ନ ପ୍ରକାରର କଥା ଲେଖାଯାଇଥାଏ। ସେହି ବ୍ୟକ୍ତି ମାନଙ୍କର ଅନେକ ମଜାକ୍ ଉଠାଇଥିଲେ ମଧ୍ୟ କେହି ତାଙ୍କ ବିଷୟରେ ଜାଣିବାକୁ ଚେଷ୍ଟା କରନ୍ତି ନାହିଁ।

ସାଧାରଣତଃ ଆମେ ଆମ ସାଙ୍ଗ ସାଥିଙ୍କୁ ବାହା ହେବା ପାଇଁ ମଜା ମସ୍ତିରେ ଟ୍ଯାଗ୍ କରିଥାଉ ଏକ ପୋଷ୍ଟ ଯେଉଁଥିରେ ଏକ ମୋଟି ଏବଂ କାଳି ଝିଅର ଫଟୋ ରହିଥାଏ। ଆପଣ ଏ ମହିଳାଙ୍କ ଫଟୋ ବହୁତ ଥର ଦେଖିଥିବେ। ମନେ ପକାନ୍ତୁ ସୋସିଆଲ୍ ମିଡିଆରେ ଏହି ମହିଳାଙ୍କ ଫଟୋ ସହ ଏମିତି କିଛି ଲେଖା ଥିଲା ଯାହାକୁ କେହି ନା କେହି ତାଙ୍କୁ ମନେ ରଖିବାକୁ ବାଧ୍ୟ ହେବେ। ଯେଉଁଥିରେ ଜଣେ ମୋଟି ଓ କଳା ଝିଅର ଫଟୋ ରହିଥିଲା। ଆସନ୍ତୁ ଜାଣିବା ଏ ଝିଅଙ୍କର ପ୍ରକୃତ ଜୀବନର କାହାଣୀ ।

ମହିଳାଙ୍କର ପ୍ରକୃତ ନାଁ ଗାବ୍ରୀ ସେ ୧୯୮୩ ମସିହାରେ ଜନ୍ମ ଗ୍ରହଣ କରିଥିଲେ। ଏ ହେଉଛନ୍ତି ଜଣେ ଆମେରିକୀୟ ଅଭିନେତ୍ରୀ। ୨୦୦୯ ମସିହାରେ ’ପ୍ରେସିୟସ୍’ ଫିଲ୍ମ ଦ୍ବାରା ସେ ତାଙ୍କ କ୍ଯାରିୟର୍ ଆରମ୍ଭ କରିଥିଲେ। ଏହି ପ୍ରଥମ ଫିଲ୍ମରୁ ହିଁ  ସେ ବାଜି ମାରିଥିଲେ ଏବଂ  ଓସକାର ଆୱାର୍ଡରେ ବେଷ୍ଟ ରକ୍ କାଟାଗୋରି ପାଇଁ ନୋମିନେଟ୍ ହୋଇଥିଲେ। ଖାଲି ସେତିକି ନୁହଁ ପ୍ରେଷ୍ଟିଜିୟସ୍ ଗୋଲଡେନ୍ ଗ୍ଲୋବ୍ ଆୱାର୍ଡ ପାଇଁ ମଧ୍ୟ ନୋମିନେଟ୍ ହୋଇଥିଲେ। ସେ ଅନେକ ଗୁଡିଏ ଫିଲ୍ମ, ସିରିୟଲ୍, ନାଟକ ଏବଂ ଆମେରିକୀୟ ହରର୍ ଫିଲ୍ମରେ ଅଭିନୟ କରିସାରିଛନ୍ତି। ଗାବ୍ରୀଙ୍କ ପିତା ଆମେରିକାରେ ଟାକ୍ସି ଡ୍ରାଇଭର୍ ଥିଲେ। ମାତା ପିତାଙ୍କ ଦେହାନ୍ତ ପରେ ଗାବ୍ରୀ ତାଙ୍କ ସମ୍ପର୍କୀୟଙ୍କ ପାଖରେ ରହୁଛନ୍ତି । ନ୍ଯୁୟର୍କର ’ପ୍ରେଷ୍ଟିଜିୟସ୍ ମରକୀ’ କଲେଜରୁ ସେ ଗ୍ରାଜୁଏଟ ଲାଭ କରିଛନ୍ତି । ଅଭିନୟ ପୂର୍ବରୁ ସେ ଏକ ରେସ୍ତୋରାଂରେ କାମ କରୁଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.