ଦକ୍ଷିଣ ଦିଗରେ ରଖନ୍ତୁ ନାହିଁ ପିଇବା ପାଣି, ନଚେତ୍‌ ପିତୃଦୋଷରୁ ମିଳିବନି ମୁକ୍ତି

ଏବେ ପିତୃପକ୍ଷ ଚାଲିଛି। ଶାସ୍ତ୍ର ଅନୁଯାୟୀ, ଏହି ସମୟରେ ପିତୃ ପୁରୁଷଙ୍କ ଆତ୍ମା ପୃଥିବୀକୁ ଆସି ନିଜ ପରିବାର ପରିଜନଙ୍କ ସହ ରହିଥାନ୍ତି । ସେମାନଙ୍କ ଆତ୍ମାର ଶାନ୍ତି ସହ ସେମାନଙ୍କୁ ଖୁସି କରି ଆଶୀର୍ବାଦ ପାଇବା ପାଇଁ ସ୍ବତନ୍ତ୍ର ଭାବେ ସେମାନଙ୍କ ପାଇଁ ତର୍ପଣ ଆଦି କରାଯାଏ । ପୁରାଣରେ କୁହାଯାଇଛି, ପିତୃପକ୍ଷରେ ପିତୃ ପୁରୁଷମାନେ ବିଭିନ୍ନ ରୂପରେ ଆସି ଶ୍ରାଦ୍ଧ ଗ୍ରହଣ କରିଥାନ୍ତି । କୌଣସି ପଶୁ ରୂପରେ ମଧ୍ୟ ସେମାନେ ଆସିଥାନ୍ତି । ତେଣୁ ଘରକୁ ଆସୁଥିବା ଭିକାରୀ କିମ୍ବା କୌଣସି ପଶୁପକ୍ଷୀଙ୍କୁ ମଧ୍ୟ ଭୋଜନ ଦାନ କରିବା ଉଚିତ। ତେବେ ଆପଣ ଜାଣିଛନ୍ତି, ଏହି ସମୟରେ ଘରର ନିର୍ଦ୍ଦିଷ୍ଟ ଦିଗକୁ ଦୀପ ଜାଳିବା ଦ୍ବାରା ପିତୃଦୋଷରୁ ଶୀଘ୍ର ମୁକ୍ତି ମିଳିଥାଏ।

ବାସ୍ତୁ ଶାସ୍ତ୍ର ଅନୁଯାୟୀ, ଯଦି ଆପଣଙ୍କ ଘରେ ବାରମ୍ବାର ଦୁର୍ଘଟଣା ହେଉଛି ତେବେ ଏହାର କାରଣ ପିତୃଦୋଷ ହୋଇଥାଏ। ଏଥିରୁ ମୁକ୍ତି ପାଇବା ପାଇଁ ସବୁଠାରୁ ସରଳ ଉପାୟ ଅବଲମ୍ବନ କରନ୍ତୁ।

ଯେଉଁ ଘରେ ପିଇବା ପାଣି ପାତ୍ର ଦକ୍ଷିଣ ଦିଗକୁ ରହିଥିଲେ ତାଙ୍କ ଘରେ ଅଧିକ ପିତୃଦୋଷ ଦେଖାଯାଇଥାଏ। ଏଣୁ ଏଥିରୁ ନିବାରଣ ପାଇଁ ନିୟମିତ ରୁପରେ ଦକ୍ଷିଣ ଦିଗରେ ଘିଅ ଦୀପ ଲଗାନ୍ତୁ। ଏହା ଦ୍ବାରା ପିତୃପୁରୁଷଙ୍କ ଆଶୀବାଦ ମିଳିବା ସହ ପିତୃଦୋଷରୁ ମୁକ୍ତି ମିଳିଥାଏ। ତେବେ ସବୁବେଳେ ଉତ୍ତର-ପୂର୍ବରେ ଦୀପ ଜଳାଯାଇଥିବା ବେଳେ ପିତୃପକ୍ଷ ସମୟରେ ଦକ୍ଷିଣ ଦିଗରେ ଦୀପ ଲଗାଯାଇଥାଏ।

ଏଥିସହ ପିତୃଦୋଷରୁ ମୁକ୍ତି ପାଇବା ପାଇଁ ପିଇବା ପାଣି ପାତ୍ରକୁ ସବୁବେଳେ ଉତ୍ତର-ପୂର୍ବ ଦିଗରେ ରଖନ୍ତୁ। ଏହା ଦ୍ବାରା ଘରେ ସକାତ୍ମକ ପ୍ରଭାବ ପଡ଼ିବା ସହ ପିତୃଦୋଷରୁ ମୁକ୍ତି ମିଳିଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.