ଏକାଦଶୀରେ ଚାଉଳ ଖାଇବାକୁ କାହିଁକି କରାଯାଇଛି ବାରଣ, ଜାଣନ୍ତୁ ଶାସ୍ତ୍ରୀୟ ମାନ୍ୟତା

ହିନ୍ଦୁ ଧର୍ମରେ ରହିଛି ସବୁଠୁ ନିଆରା ପରମ୍ପରା। ଏ ପରମ୍ପରା ହେଉଛି ଲୋକଙ୍କ ବିଶ୍ୱାସର, ଏ ପରମ୍ପରା ହେଉଛି ଲୋକଙ୍କ ଭକ୍ତିର.. ଯାହା ଅନ୍ୟ କୌଣସି ଘଟେ ନାହିଁ ତାହା ଏଇଠି ହିଁ ହୁଏ। ଭଗବାନଙ୍କୁ ଭକ୍ତି କରିବାର ଏଠି ଅନେକ ଉଦାହରଣ ଦେଖିବାକୁ ମିଳେ। ସେମିତିରେ ତ ଆମ ପରମ୍ପରାରେ ୧୨ ମାସରେ ରହିଛି ୧୩ ପର୍ବ। ସେସବୁ ମଧ୍ୟରୁ ପ୍ରତିମାସରେ ସଂକ୍ରାନ୍ତି, ଏକାଦଶୀ, ମାସାନ୍ତ କୁ ବି ଲୋକମାନେ ମାନିଥାନ୍ତି।

ବର୍ଷକୁ ୨୪ଟି ଏକାଦଶୀ। ଆଉ ଏହିଦିନକୁ ବିଶେଷ ଭାବେ ସ୍ୱାମୀ ସ୍ତ୍ରୀ ଦୁହେଁ ମିଶିକରି କରିଥାନ୍ତି। ଏମିିତିରେ ଦିନର ଗୁରୁତ୍ୱ ତ ଢ଼େର ରହିଛି। ତେବେ ବି ଏହାକୁ ପାଳନ କରିବା ପାଇଁ କିଛି ନୀତି ନିୟମ ରହିଛି। ଯାହାକୁ ମାନିବା ଦ୍ୱାରା ବିଶେଷ ଭାବେ ଭଗବାନ ସନ୍ତୁଷ୍ଟ ହୋଇଥାନ୍ତି ବୋଲି କୁହାଯାଏ।

କୁହାଯାଏ ଯେ ଏହିଦିନ ଚାଉଳ ଖାଇବା ମନା। ଏମିତି କରିବା ଦ୍ୱାରା ମଣିଷ । ସରୀସୃପ ଜୀବଙ୍କ ଯୋନିରେ ଜନ୍ମ ନେଇଥାଏ। କିନ୍ତୁ ଦ୍ୱାଦଶୀରେ ଚାଉଳ ଖାଇବା ଦ୍ୱାରା ଏହି ଯୋନିରୁ ମୁକ୍ତି ମଧ୍ୟ ମିିଳିଯାଏ। ଶାସ୍ତ୍ରରେ କୁହାଯାଇଛି ଯେ ଏକାଦଶୀ ହେଉଛି ସବୁଠୁ ବଡ଼ ବ୍ରତ।

ପାଞ୍ଚଟି ଜ୍ଞାନ ଇନ୍ଦ୍ରିୟ, ପାଞ୍ଚଟି କର୍ମ ଇନ୍ଦ୍ରିୟ ଓ ଗୋଟିଏ ମନ ଏହାକ ୁ ଯିଏ ବୁଝିଯିବ ସେହି ପ୍ରାଣୀ ଏକାଦଶୀ ସମାନ ପବିତ୍ର ଓ ଦିବ୍ୟ ହୋଇଯିବ। ଏକାଦଶୀ ଭଗବାନ ବିଷ୍ଣୁଙ୍କୁ ସମର୍ପିତ କରାଯାଇଛି। ଏଠାରେ ଚାଉଳର ସମ୍ବନ୍ଧ ଜଳ ସହ ରହିଛି ଓ ଜଳ ର ସମ୍ବନ୍ଧ ଚନ୍ଦ୍ରମା ସହିତ। ଆଉ ଆମ ସବୁ ଇନ୍ଦ୍ରିୟ ଉପରେ ମନ ର ହିଁ ଅଧିକାର ଅଛି। ଯଦି ମନକୁ ନିୟନ୍ତ୍ରଣ କରିପାରିବେ ତେବେ ଏସବୁ ମଧ୍ୟ ନିୟନ୍ତ୍ରଣ ରେ ରହିବ।

ଏକାଦଶୀରେ ଶରୀରରେ ଜଳ ର ମାତ୍ରା ଯେତେ କମ ରହିବ ବ୍ରତ କୁ ପୂର୍ଣ୍ଣ କରିବା ପାଇଁ ସେତିିକି ସାତ୍ତ୍ୱିକତା ମିଳିବ। ମହାଭାରତରେ ମଧ୍ୟ ବେଦକୁ ବିସ୍ତାର କରିଥିବା ବ୍ୟାସ ଦେବ ପାଣ୍ଡବ ପୁତ୍ର ଭୀମଙ୍କୁ ମଧ୍ୟ ଏହି ବ୍ରତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ପୂର୍ବରୁ ଦେବର୍ଷୀ ନାରଦ ମଧ୍ୟ ଗୋଟିଏ ହଜାର ବର୍ଷ ପର୍ଯ୍ୟନ୍ତ ଏକାଦଶୀ ର ନିର୍ଜଳ ବ୍ରତ କରି ଭଗବାନ ବିଷ୍ଣୁଙ୍କର ଭକ୍ତିକୁ ପ୍ରାପ୍ତ କରିଥିଲେ।

ଅନ୍ୟ ପକ୍ଷରେ ଶୁଣିବାକୁ ମିଳେ ଯେ ମାତା ଶକ୍ତି ଯେତେବେଳେ କ୍ରୋଧିତ ହୋଇ ମେଧା ଋଷିଙ୍କ ପାଖକୁ ଗଲେ ଋଷିବର ଭୟ ଭୀତ ହୋଇ ନିଜ ଶରୀର ଛାଡି ଦେଲେ। ତାଙ୍କ ଶରୀର ପୃଥିବୀ ରେ ସମାହିତ ହୋଇଗଲା।

ପରେ ସେ ଅରୁଆ ଚାଉଳ ରୂପେ ଉତ୍ପନ୍ନ ହେଲେ। ମାନ୍ୟତା ରହିଛି ଯେ ଏହି ଘଟଣା ଏକାଦଶୀରେ ଘଟିଥିଲା। ଏହି ଅରୁଆ ଚାଉଳ ମେଧା ଶକ୍ତି ରୂପେ ଜୀବିତ ଅଛନ୍ତି। ଏହିଦିନ ଅରୁଆ ଚାଉଳ ଖାଇବା ମାନେ ମହର୍ଷୀ ମେଧାଙ୍କ ଛୋଟ ଛୋଟ ମାଂସ ଖାଇବା ସହ ସମାନ ମନାଯାଏ। ତେଣୁ ଏହିଦିନ ଚାଉଲ ଖାଇବାକୁ ମନା କରାଯାଏ।

ଏମିିତିରେ ବି ଆଜି ମଧ୍ୟ ଚାଉଳ ଉତ୍ପନ୍ନ ପାଇଁ ମାଟିର ଆବଶ୍ୟକତା ପଡ଼ିନଥାଏ। କେବଳ ପାଣି ଛିଞ୍ଚି ମଧ୍ୟ ଏହାକୁ ଅଙ୍କୁରିତ କରାଯାଇଥାଏ। ତେଣୁ ଏହିସବୁ କାରଣରୁ ଏକାଦଶୀ ଦିନ ଭୋଜନରେ ଚାଉଲ ଖାଇବାକୁ ମନାକରାଯାଇଛି। ଯାହାଫଳରେ ସାତ୍ତ୍ୱିକ ରୂପରେ ବିଷ୍ଣୁ ଭଗବାନଙ୍କ ନିମିତ୍ତ ଏକାଦଶୀ ବ୍ରତକୁ ସମ୍ପୂର୍ଣ୍ଣ କରିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.