ସ୍ୱପ୍ନରେ ନିଜକୁ ବାରମ୍ବାର ଉପରୁ ତଳକୁ ପଡୁଥିବାର ଦେଖନ୍ତି ତ, ଜାଣନ୍ତୁ କ’ଣ ଏହାର କାରଣ

ସ୍ୱପ୍ନ ବଡ଼ ବିଚିତ୍ର ହୋଇଥାଏ । ଏହା କାହାର ଅଧୀନରେ ନଥାଏ । ଏହା କେତେବେଳେ ଆସିବ କହି କରି ଆସିନଥାଏ । କିଛି ସ୍ୱପ୍ନ ନିଦରୁ ଉଠିବା ପରେ ମନେ ରହିଥାଏ ତ କିଛି ସ୍ୱପ୍ନ ଭୁଲି ହୋଇଯାଇଥାଏ । କେବେ କେବେ ଖରାପ ସ୍ୱପ୍ନ ବ୍ୟକ୍ତିକୁ ଡରାଇ ଦେଇଥାଏ । ଫଳରେ ବ୍ୟକ୍ତି ଶୋଇ ପାରିନଥାଏ । ଛୋଟ ପିଲାଙ୍କୁ ଯଦି ଖରାନ ସ୍ୱପ୍ନ ଆସେ ସେମାନେ ହଡବଡ ଭାବେ ନିଦରୁ ଉଠି ପଡ଼ିଥାନ୍ତି । କିଛି ଏମିତି ସ୍ୱପ୍ନ ଅଛି ଯାହାକୁ ଦେଖିଲେ ବହୁତ ଅଶୁଭ ହୋଇଥାଏ । ଆସନ୍ତୁ ଜାଣିବା କ’ଣ ସେହି ସ୍ୱପ୍ନ ।

ସ୍ୱପ୍ନରେ ନିଜକୁ ବାରମ୍ବାର ଉପରୁ ତଳକୁ ପଡୁଥିବାର ଦେଖନ୍ତି ତ-

ସ୍ୱପ୍ନ ଶାସ୍ତ୍ର ଅନୁଯାୟୀ ଯଦି ନିଜକୁ ବାର ବାର ଉଚ୍ଚ ସ୍ଥାନରୁ ପଡୁଥିବାର ଦେଖିବେ, ତେବେ ସ୍ୱପ୍ନ ଶାସ୍ତ୍ର ଅନୁଯାୟୀ ଏହା ଆମଦାନୀରେ କମ ଇଶାରା ଦେଇଥାଏ । ଯଦି ଏହା କୌଣସି ମହିଳା ଦେଖନ୍ତି,ତେବେ ଏହା ତାଙ୍କ ପତିଙ୍କ ଆମଦାନୀରେ କମ ଇଶାରା ଦେଇଥାଏ ।

ସ୍ୱପ୍ନ ଶାସ୍ତ୍ର ଅନୁଯାୟୀ ଯଦି କେହି ନିଜକୁ ଦ୍ରୁତ ଗତିରେ ଉପରୁ ତଳକୁ ଖସୁଥିବାର ଦେଖନ୍ତି, ତେବେ ଆପଣଙ୍କ ଜୀବନରେ ବଡ଼ ପରିବର୍ତ୍ତନ ଆସିପାରେ ।

ସ୍ୱପ୍ନ ଶାସ୍ତ୍ର ଅନୁଯାୟୀ ଯଦି ଆପଣ ଆକାଶରୁ ତଳକୁ ଖସୁଥିବାର ଦେଖିବେ,ଏହା ଆପଣଙ୍କ ନିଜ ଜୀବନରେ ବଡ଼ ପରିବର୍ତ୍ତନର ଇସାରା ଦେଇଥାଏ । ଏଥିସହିତ ଏହା କିଛି ଦୁର୍ଘଟଣାରେ ହାନୀ ହେବାର ସଂକେତ ଦେଇଥାଏ । ତେଣୁ ଆପଣ ସତର୍କ ହୋଇଯିବା ଦରକାର ।

ସ୍ୱପ୍ନ ଶାସ୍ତ୍ର ଅନୁଯାୟୀ ଯଦି କେହି ରୋଗୀ ବ୍ୟକ୍ତି ନିଜକୁ ସ୍ୱପ୍ନରେ ଉଚ୍ଚ ଯାଗାରୁ ତଳକୁ ପଡୁଥିବାର ଦେଖିବେ,ତେବେ ଏହାର ଅର୍ଥ ଯେ ଭବିଷ୍ୟତରେ ରୋଗୀର ସ୍ୱାସ୍ଥ୍ୟ ଠିକ ହେବାରେ ବିଳମ୍ବ ହୋଇପାରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.