ବିଚ୍‌ ରାସ୍ତାରେ ଦୁଇ ଗୋଷ୍ଠୀ ଭିତରେ ଜୋରଦାର୍‌ ମାରପିଟ୍ : ପଛରୁ ଧକ୍କା ଦେଲା କାର୍‌, ତଥାପି କମିଲାନି ଟଣାଘୋଷରା; ଭାଇରାଲ ହେଉଛି ଭିଡିଓ

ରାସ୍ତା ଉପରେ ଦୁଇ ଛାତ୍ର ଗୋଷ୍ଠୀ ମୁହାଁମୁହିଁ । ଯିଏ ଯାହାକୁ ଚାହିଁଲା ଛେଚି ଦେଇ ଗଲା। ଏଭଳି ଏକ ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଭିଡଓ ଭାଇରାଲ ହେବା ପରେ ପୋଲିସ ଘଟଣାର ସଜ୍ଞାନ ନେଇ ତଦନ୍ତ ଆରମ୍ଭ କରିଛି । ଗାଜିଆବାଦରେ ଦୁଇ ଛାତ୍ର ଗୋଷ୍ଠୀ ମଧ୍ୟରେ ଝଗଡ଼ାର ଏପରି ଭିଡିଓ ସାମ୍ନାକୁ ଆସିଛି । ଭିଡିଓରେ ଆଶ୍ଚର୍ଯ୍ୟଜନକ ଘଟଣା କଏଦ୍ ହୋଇଛି । ଏହି ଭିଡିଓରେ ଦେଖିବାକୁ ମିଳୁଛି ଯେ, କିଛି ଯୁବକ ଜଣେ ଆଉ ଜଣଙ୍କୁ ମାଡ଼ ମାରୁଛନ୍ତି । ଏହି ସମୟରେ ପଛପଟରୁ ଏକ କାର୍ ଆସି ଯୁବକମାନଙ୍କୁ ଧକ୍କା ମାରୁଛି । ତେବେ ଏହା ପରେ ମଧ୍ୟ ମାର୍‌ପିଟ୍ ଜାରି ରହୁଛି । ଭିଡିଓରେ ନଜର ଆସୁଥିବା ଛାତ୍ରମାନେ ଗୋଟିଏ କଲେଜର ଅଟନ୍ତି। କଲେଜ ବାହାରେ ଦୁଇ ଗୋଷ୍ଠି ମଧ୍ୟରେ ଏହି ଝଗଡା ଚାଲିଥିଲା।

ବୁଧବାର ଅପରାହ୍ନରେ ଗାଜିଆବାଦର ମସୁରୀ ଥାନା ଅଞ୍ଚଳରେ ଏହି ଘଟଣା ଘଟିଥିବା ଜଣାପଡ଼ିଛି । ସହରର ଏକ ଘରୋଇ କଲେଜର ବିବିଏ ଏବଂ ବିସିଏ ଛାତ୍ରଙ୍କ ଦୁଇ ଗୋଷ୍ଠୀ ମଧ୍ୟରେ ରାସ୍ତାରେ ମାର୍‌ପିଟ୍‌ ହେବାର ଭିଡିଓ ସୋସିଆଲ ମିଡିଆରେ ଅଧିକ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଏହା ସ୍ପଷ୍ଟ ଭାବେ ଦେଖାଯାଉଛି, କଲେଜ ଛାତ୍ରମାନେ ପରସ୍ପରକୁ ମାଡ ମାରିବା ସହ ଟଣାଘୋଷରା ହେଉଛନ୍ତି । ଆଉ କାର୍‌ଟି ଏତେ ଜୋରରେ ସେମାନଙ୍କୁ ଧକ୍କା ଦେଇଛି ଯେ ଦୁଇ ଜଣ ପବନକୁ ଉଠି ପୁଣି ତଳେ ପଡ଼ିଯାଆନ୍ତି । ତେବେ ଏହି ଘଟଣା ପରେ କାର୍ ଡ୍ରାଇଭର ଜଣକ ନରହି ଅନ୍ୟ ଛାତ୍ରମାନଙ୍କ ଉପରେ କାର୍ ମଡ଼ାଇବାକୁ ଚେଷ୍ଟା କରନ୍ତି । ଅନ୍ୟପଟେ ତଳେ ପଡ଼ିଥିବା ଛାତ୍ରଙ୍କୁ ରକ୍ଷା କରିବା ବଦଳରେ ମାଡ଼ ମାରନ୍ତି ବିରୋଧୀ ଗୋଷ୍ଠୀ ।

ଅନ୍ୟପଟେ ଗାଜିଆବାଦ ଏସପି ଗ୍ରାମୀଣ କହିଛନ୍ତି ଯେ ଗାଜିଆବାଦର ପୋଲିସ ଷ୍ଟେସନ ମୁସୁରି ଅଞ୍ଚଳରେ ଥିବା ଏକ କଲେଜ ବାହାରେ କିଛି ଯୁବକ ନିଜ ମଧ୍ୟରେ ଝଗଡା କରୁଥିବା ଭିଡିଓ ଭାଇରାଲ ହୋଇଛି। ଏହି ଭିଡିଓରେ ଏକ ଦ୍ରୁତ ଗତିରେ ଆସୁଥିବା କାର ମଧ୍ୟ ଦୁଇ ଯୁବକଙ୍କୁ ଧକ୍କା ଦେଇଛି। ସିନିୟର ଏବଂ ଜୁନିଅର ଛାତ୍ରମାନଙ୍କ ମଧ୍ୟରେ ଝଗଡା ହୋଇଥିବା ଜଣାପଡ଼ିଛି। ଭିଡିଓ ନଜରକୁ ଆସିବା ପରେ ଘଟଣାର ଅନୁସନ୍ଧାନ କରାଯାଉଛି। ଘଟଣାରେ ସମ୍ପୃକ୍ତ କିଛି ଯୁବକଙ୍କୁ ଗିରଫ କରାଯାଇଛି ଏବଂ ଗାଡି ଜବତ କରାଯାଇଛି। ଏସପି ଗ୍ରାମୀଣ କହିଛନ୍ତି ଯେ ବାଳକମାନଙ୍କୁ ପଚରାଉଚରା କରାଯାଉଛି ଏବଂ ଏହି ଘଟଣାର ପ୍ରକୃତ ଅପରାଧୀ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

Leave A Reply

Your email address will not be published.