ମେସିନ୍ କହିବ ମୃତ୍ୟୁର ଭବିଷ୍ୟବାଣୀ,ଗୁଗୁଲ୍ ଦେଉଛି ଟ୍ରେନିଙ୍ଗ୍ !

ରୋଗୀ କେତେଦିନ ବଞ୍ଚିବ ଏହି କଥା ଜଣାପଡିପାରିବ । ଆମେରିକୀ ଇଣ୍ଟରନେଟ ସର୍ଚ୍ଚ ଇଞ୍ଜନ ଗୁଗୁଲ ଏହା ଉପରେ କାମ କରୁଛି ।ଏକ ସ୍ବତନ୍ତ୍ର ଧରଣର ମେସିନକୁ ଏହା ପାଇଁ ଟ୍ରେନିଙ୍ଗ ଦିଆ ଯାଉଛି । ଟ୍ରେନିଙ୍ଗ ପରେ ମେସିନ ରୋଗୀର ମୃତ୍ୟୁର ଭବିଷ୍ୟବାଣୀ କରିବ । ସେହି ମେସିନ କହିବ ରୋଗୀ ପାଖରେ କେତେଦିନ ଆୟୁଷ ଅଛି । କଂପାନୀ ଏହି ପ୍ରକ୍ରିୟା ପାଇଁ ଏକ କିସମର ଏଲ୍ଗୋରିଦମ ପ୍ରସ୍ତୁତି କରିଛି । ଏହିଏଲ୍ଗୋରିଦମ ଜରିଆରେ ରୋଗୀ ଉପରେ ପରୀକ୍ଷା କରାଯିବ ,ଯେଉଁଥିରେ ରିଡିଙ୍ଗ କହିବ ରୋଗୀକୁ କେତେ ପ୍ରତିଶତ ମୃତ୍ୟୁର ରିସ୍କ ରହିଛି ।

ଗୁଗୁଲ କିଛିଦିନ ପୂର୍ବରୁ ଏକ ଗବେଷଣା କରିଥିଲା ଯେଉଁଥିରେ ସ୍ତନ କର୍କଟରେ ପୀଡିତ ଥିବା ଏକ ମହିଳାଙ୍କୁ ଖୋଜା ଯାଇଥିଲା । ଡାକ୍ତର ତାଙ୍କର ରେଡିଓଲୋଜି ସ୍କାନ କରିଥିଲେ । ରିପୋର୍ଟରୁ ଜଣାପଡିଲା ତାଙ୍କୁ ୯.୩ ପ୍ରତିଶତ ମୃତ୍ୟୁର ରିସ୍କ ଅଛି । ପରେ ନିଜର ଏଲ୍ଗୋରିଦମ ଟେକନିକ ଦ୍ବାରା ସେହି ରୋଗୀଙ୍କୁ ପରୀକ୍ଷା କରାଗଲା ।

google picପରୀକ୍ଷା ପ୍ରକ୍ରିୟା ଦ୍ବାରା ତାହାର ୧,୭୫,୬୩୯ ଡାଟା ପଏଣ୍ଟ ସାମନାକୁ ଆସିଥିଲା । ଜଣାପଡିଥିଲାକି ତାଙ୍କୁ ୧୯.୯ ପ୍ରତିଶତ ମୃତ୍ୟୁର ରିସ୍କ ଅଛି । ମହିଳାଙ୍କ ଉପରେ କରାଯାଇଥିବା ସେହି ପରୀକ୍ଷାର କିଛି ଦିନ ପରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ସେହି ମହିଳାଙ୍କୁ ନେଇ ଗୁଗୁଲ ଖବର ମଧ୍ୟ ପ୍ରକାଶିତ କରିଥିଲା । ରିପୋର୍ଟରେ ଏକ ଆର୍ଟିଫିସିଅଲ ଇଣ୍ଟେଲିଜେନ୍ସ ସଫ୍ଟଓୟାରର ଚର୍ଚ୍ଚା ମଧ୍ୟ କରାଯାଇଥିଲା । ଜଣାପଡିଥିଲା ଗୁଗୁଲ ସେହି ଟୁଲ ଜରିଆରେ ରୋଗୀର ମୃତ୍ୟୁର ଭବିଷ୍ୟବାଣୀ କରିପାରିବ । ଯେଉଁଥିରେ ଏହା ଜଣାପଡିବ ରୋଗୀ କେତେ ଦିନ ବଞ୍ଚିବ କିମ୍ବା ହସ୍ପିତାଳରେ ଭର୍ତ୍ତି କରିବାକୁ ପଡିବ କି ନାହିଁ ବା ତାର ସ୍ବାସ୍ଥ୍ୟ ଖରାପ ବେଳେ କେବେ ପୁର୍ନବାର ଭର୍ତ୍ତି କରିବାକୁ ପଡିବ । ମେଡିକାଲ ଏକ୍ସପର୍ଟ ମଧ୍ୟ ଗୁଗୁଲର ଏହି ପ୍ରୟୋଗକୁ ନେଇ ଚକିତ ହୋଇଯାଇଥିଲେ । ଜଣାଯାଉଛି ଯେ କିଛି ଦିନ ମଧ୍ୟରେ ଗୁଗୁଲ ଏହାକୁ ଛୋଟ ଛୋଟ କ୍ଲିନିକ ପାଖକୁ ପହଞ୍ଚାଇବ ।

ସ୍ଟେନଫୋର୍ଡ ବିଶ୍ବବିଦ୍ୟାଳୟର ଆସୋସିଏଟ ପ୍ରଫେସର ନିଗମ ଶାହ କହନ୍ତି ଯେ ଏହି ଏଲ୍ଗୋରିଦମ ଅନ୍ତର୍ଗତରୁ ରୋଗୀ ପାଖରେ ବାକି ସମୟ ଏବଂ ତାର ସ୍ବାସ୍ଥ୍ୟକୁ ନେଇ ଅନୁମାନ କରାଯାଇପାରିବ । ଏହାକୁ ଆହୁରି ଉନ୍ନତ୍ତ କରିବା ପାଇଁ କାମ କରାଯାଉଛି । କିଛି ଡାକ୍ତର ଟୀମ ବର୍ଷରୁ ଇଲେକ୍ଟ୍ରୋନିକ ସ୍ବାସ୍ଥ୍ୟ ରେକର୍ଡରେ କାମ କରୁଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.