ଏପରି ଏକ ରହସ୍ୟମୟ ସ୍ଥାନ ଯେଉଁଠାରେ ଜୀବିତ ଲୋକ ହୁଅନ୍ତି ଆତ୍ମାଙ୍କ ସହ କଥା …

ବର୍ତ୍ତମାନର ସମୟରେ ଯଦି ଆପଣଙ୍କୁ କିଏ ଆତ୍ମାଙ୍କ ସହ କଥା ହେବା ବିଷୟରେ କୁହେ ତେବେ ଆପଣ ନିହାତି ତା’ଉପରେ ବିଶ୍ବାସ କରିବେ ନାହିଁ। କାରଣ ବଢ଼ୁଥିବା ଅନ୍ଧବିଶ୍ବାସ ଫଳରେ ଲୋକ ସତକଥା ଉପରେ ମଧ୍ୟ ବିଶ୍ବାସ କରିବା ପାଇଁ ଶହେ ଥର ଭାବୁଛନ୍ତି। କିନ୍ତୁ ଆଜି ଆମେ ଏପରି ଏକ ସହର ବିଷୟରେ କହିବାକୁ ଯାଉଛୁ, ଯେଉଁଠାରେ ସମୁଦାୟ ଜନସଂଖ୍ୟାର ପ୍ରାୟ ଅଧା ଆତ୍ମାଙ୍କ ସହ କରିଥାନ୍ତି କଥାବାର୍ତ୍ତା। ଆସନ୍ତୁ ଜାଣିବା କେଉଁଠାରେ ଘଟିଥାଏ ଏହି ଅଦ୍ଭୁତ ଘଟଣା।

ghost

ଆମେରିକାର କାସାଡ଼ାଗା ଟାଉନ ଦୁନିଆରେ ଦେଖିବାକୁ ମିଳିଥିବା ବିଚିତ୍ର ସହର ମାନଙ୍କରେ ଏକ୍। ଏହି ସହରକୁ ସାଇକିକ୍ କ୍ୟାପିଟାଲ ନାମରେ ମଧ୍ୟ ଜଣାଯାଇଥାଏ। କୁହାଯାଇଥାଏ କି ଏଠାରେ ରହୁଥିବା ଲୋକ ଅଧିକାଂଶ ମନୋବିଜ୍ଞାନ ଏବଂ ସେମାନେ ମରିଯାଇଥିବା ଲୋକ ଅର୍ଥାତ୍ ଆତ୍ମାଙ୍କ ସହ ସଂପର୍କ କରିପାରନ୍ତି।

ଏହି ସହରକୁ ନ୍ୟୁୟର୍କର ଆଧ୍ୟାତ୍ମିକ ଗୁରୁ ଜର୍ଜ କାଲବୀ ୧୮୭୫ମସିହାରେ ସ୍ଥାପନ କରିଥିଲେ। ପ୍ରଥମେ ଏଠାରେ ଖୁବ କମ ଲୋକ ବାସ କରୁଥିଲେ, କିନ୍ତୁ ପରେ ଅନ୍ୟ ସହରରୁ ଲୋକ ଆସି ଏଠାରେ ଜନବସତି ସ୍ଥାପନ କଲେ।

ghost town

ଏବେ ମଧ୍ୟ ଏହି ସହରରେ ୧୦୦ରୁ ଉର୍ଦ୍ଦ ଆଧ୍ୟାତ୍ମିକ ଗୁରୁ ବାସ କରନ୍ତି। ଯେଉଁମାନେ ଆତ୍ମାଙ୍କ ସହ କଥା ହୋଇପାରନ୍ତି ବୋଲି ଯୁକ୍ତି ବାଢ଼ନ୍ତି। ତାଙ୍କ କହିବା ଅନୁଯାୟୀ, ସେମାନଙ୍କ ମଧ୍ୟରେ ଏପରି ଏକ ଶକ୍ତି ରହିଛି ଯାହା ମାଧ୍ୟମରେ ସେ ପରଲୋକରେ ଥିବା ଆତ୍ମଙ୍କ ସହ କଥାବାର୍ତ୍ତା ହୋଇପାରନ୍ତି।

ghost town 2

ପ୍ରତିବର୍ଷ ଏହି ସହରକୁ ହଜାର ହଜାର ଲୋକ ଦୁଷ୍ଟ ଆତ୍ମଙ୍କ କବଳରୁ ମୁକ୍ତି ପାଇବା ପାଇଁ ଆସିଥାନ୍ତି। ଏପରିକି ସହରର ଅର୍ଥବ୍ୟବସ୍ଥାର ଏହା ଏକ ପ୍ରମୁଖ ମାର୍ଗ ମଧ୍ୟ ଅଟେ। ସହରରେ ରହିଥିବା ଆଧ୍ୟାମିକ ଗୁରୁମାନେ ଟେରୋ କାର୍ଡ୍ସ ଏବଂ ହାତରେଖାକୁ ପଢ଼ିବା ସହ ଆତ୍ମାଙ୍କ ସହ କଥାବାର୍ତ୍ତା କରିପାରନ୍ତି ବୋଲି ମଧ୍ୟ ବିଶ୍ବାସ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.