ଦୁନିଆର ଏପରି କିଛି ଭୟାନକ ସ୍ଥାନ, ଯାହାର କାହାଣୀ ଶୁଣି ଥରି ଉଠିବ ଆପଣଙ୍କ ଛାତି

କାନାଡାର ଦ ବାଂଫ୍ ସ୍ପ୍ରିଙ୍ଗ ହୋଟେଲରୁ ଆରମ୍ଭ କରି ରାଜସ୍ଥାନର ଭାନଗଡ଼ ପୋର୍ଟ ପର‌୍ୟ୍ୟନ୍ତ ଆଜି ଆମେ ଭୟନାକ ସ୍ଥାନ ମାନଙ୍କର ଏପରି ସୂଚୀ ଆପଣଙ୍କ ପାଇଁ ଆଣିଛୁ ଯେଉଁ ସ୍ଥାନକୁ ଆପଣ ନଚାହିଁ ମଧ୍ୟ ଥରେ ନିଶ୍ଚିତ ଯିବାକୁ ବାଧ୍ୟ ହେବେ। ଛୁଟି ସମୟରେ ସୁନ୍ଦର ସ୍ଥାନ ବୁଲି ଯିବା ଏକ ସାମାନ୍ୟ ପରମ୍ପରା । କିନ୍ତୁ ଯଦି ଆପଣଙ୍କୂ ରହସ୍ୟମୟ ସ୍ଥାନ ବୁଲିଯିବା ପସନ୍ଦ ତେବେ ଆଜି ଆମେ ଏନେଇ ଏକ ତାଲିକା ଆଣିଛୁ।

ଦୁନିଆରେ ଏପରି କିଛି ସ୍ଥାନ ରହିଛି ଯାହା ଅଦ୍ଭୁତ, ସୁନ୍ଦର ହେବା ସହ ଭୟାନକ ମଧ୍ୟ। ଯାହା ସୁନ୍ଦରତା ପଛରେ ରହିଥିବା ରହସ୍ୟ ବିଷୟରେ ଆଜି ଆମେ କହିବାକୁ ଯାଉଛୁ।

kanada hotel

ଦ ବାଂଫ୍ ସ୍ପ୍ରିଙ୍ଗ ହୋଟେଲ , କାନାଡା

କାନାଡାର ବାଂଫ୍ ସ୍ପ୍ରିଙ୍ଗ ହୋଟେଲକୁ ରହସ୍ୟମୟ ଘଟଣାର ଏକ ବଡ଼ ଘର କୁହାଯାଇଥାଏ। ସ୍ଥାନୀୟ ବାସିନ୍ଦାଙ୍କ କହିବାନୁଯାୟୀ, ହୋଟେଲର ୮୭୮ ରୁମରେ ପୁରା ପରିବାରର ହତ୍ୟା କରାଯାଇଥିଲା। ଏଣୁ ଏଠାରେ ତାଙ୍କ ଆତ୍ମ ବାସ କରିଥାଏ। କିଛି ଲୋକଙ୍କ ଅନୁଯାୟୀ, ସେଠାରେ ଗୋଟିଏ ଲୋକ ରାତିରେ ସମସ୍ତଙ୍କ ବେଲ୍ ବଜାଇ ଗାୟବ ହୋଇଯାଇଥାଏ। ତେବେ ଏହି ହେଟୋଲ ଦେଖିବାକୁ ଖୁବ ସୁନ୍ଦର ଅଟେ।

bhangarg

ଭାନଗଡ କିଲ୍ଲା , ଭାରତ

ରାଜସ୍ଥାନର ଆଲବର ଜିଲ୍ଲାସ୍ଥିତ ଭାନଗଡ଼ କିଲ୍ଲା। ଏହି କିଲ୍ଲାରେ କିଛି ଭୂତପ୍ରେତଙ୍କୁ ତାନ୍ତ୍ରିକ ବାନ୍ଧି ରଖିଥିବା କହିଥାନ୍ତି। ତେବେ ବର୍ତ୍ତମାନ ପର‌୍ୟ୍ୟନ୍ତ ଏହି କିଲ୍ଲା ଏକ ରହସ୍ୟ ଭାବେ ରହିଛି। କିନ୍ତୁ ସରକାରଙ୍କ ପୁରାତତ୍ବ ବିଭାଗ ଏହି କିଲ୍ଲରେ ରାତି ସମୟରେ ପ୍ରବେଶକୁ ବର୍ଜନ କରିଛନ୍ତି। ଏଠାକୁ ରାତି ସମୟରେ ଯିବା ଅର୍ଥାତ୍ ନିଜ ମରଣକୁ ନିମନ୍ତ୍ରଣ ଦେବା।

atlantic

ବରମୁଡା ଟ୍ରାଏଙ୍ଗଲ, ଆଣ୍ଟଲାଟିକ୍ ମହାସାଗର

ଆଣ୍ଟଲାଟିକ୍ ମହାସାଗରର ବରମୁଡା ଟ୍ରାଏଙ୍ଗଲରେ ହଜି ଯାଏ ବିମାନ ଓ ଜାହାଜ ? ହଠାତ୍ କୁଆଡ଼େ ଗାଏବ ହୋଇଯାଏ। ବର୍ଷ ବର୍ଷ ପରେ ବି ପତ୍ତା ମିଳେ ନାହିଁ। ୫ ହଜାର କିଲୋମିଟର ପର‌୍ୟ୍ୟନ୍ତ ବ୍ୟାପିଛି ବରମୁଡା ଟ୍ରାଏଙ୍ଗଲ୍। ଆମେରିକାର ଫ୍ଲୋରିଡା, ପୁଏର୍ଟୋ ରିକୋ ଓ ବରମୁଡ଼ା ପର‌୍ୟ୍ୟନ୍ତ ଏହା ଲମ୍ବିଛି । ବାରମ୍ବାର ବିମାନ ଓ ଜାହାଜ ନିଖୋଜ ହେବା ପରେ ଏହାକୁ କୁହାଯାଉଛି ଡେଭିଲ୍ ଟ୍ରାଏଙ୍ଗାଲ୍। ଗତ ଶହେ ବର୍ଷ ଭିତରେ ବରମୁଡ଼ା ଟ୍ରାଏଙ୍ଗଲର ନିଖୋଜ ହୋଇଯାଇଛି ପାଖାପାଖି ୭୫ଟି ବିମାନ ଓ ଶହେରୁ ଅଧିକ ଜାହାଜ। ହଜାରେରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି। ଶହେ ବର୍ଷ ହେଲାଣି ଏଭଳି ରହସ୍ୟ ଲାଗି ରହିଛି।

landon

ହାଇଗେଟ ସମେଟରୀ , ଇଂଲଣ୍ଡ

ଇଂଲଣ୍ଡର ରାଜଧାନୀ ଲଣ୍ଡନରେ ରହିଥିବା ହାଇଗେଟ ଶଶ୍ମାନ ଏବଂ ଏହାର ଆଖପାଖ ଅଞ୍ଚଳକୁ ଭୂତିଆ ଅଞ୍ଚଳ କୁହାଯାଇଥାଏ। ଏପରି କୁହାଯାଇଥାଏ କି ଏଠାରେ ଭ୍ୟାମ୍ପପେୟାର୍ସ ମାନେ ରହିଥାନ୍ତି। ଏଠାକାର ସ୍ଥାନୀୟ ବାସିନ୍ଦାଙ୍କ ଅନୁଯାୟୀ ଏଠାରେ ସେମାନେ ଭ୍ୟାମ୍ପପାୟର୍ସ ମାନଙ୍କୁ ବୁଲିବାର ମଧ୍ୟ ଅନେକଥର ଦେଖିଛନ୍ତି। କିନ୍ତୁ ଏହି ଶ୍ମଶାନଟି ଦେଖିବାକୁ ଐତିହାସକତାରେ ପୂର୍ଣ୍ଣ ଅଟେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.