ମାତ୍ର ୧୨ ଟଙ୍କାରେ ଏହି ସହରରେ ମିଳୁଛି ଘର, ଜାଣନ୍ତୁ କେଉଁଠି

କ୍ରୋଏଶିୟାର ଉତ୍ତର ଅଞ୍ଚଳରେ ଥିବା ଏକ ସହର ଲେଗ୍ରାଡରେ ପ୍ରଶାସନ ନିକଟରେ ଏକ ଅଦ୍ଭୁତ ସମସ୍ୟା ସାମ୍ନାକୁ ଆସିଛି। ଟ୍ରାନ୍ସପୋର୍ଟ କନେକ୍ଟିଭିଟି କମ୍ ହେବା କାରଣରୁ ଲୋକମାନେ ନିଜ ଘର ଛାଡି ଚାଲିଯାଉଛନ୍ତି। ଲୋକମାନେ ଘରକୁ ମାତ୍ର ଏକ କୁନା ବା ଭାରତୀୟ ମୁଦ୍ରା ଅନୁସାରେ ମାତ୍ର ୧୨ ଟଙ୍କାରେ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି।

ରଏଟର୍ସରେ ପ୍ରକାଶ ପାଇଥିବା ଖବର ଅନୁସାରେ, ଲେଗ୍ରାଡ ସହରର କ୍ରୋଏଶିୟା ଦ୍ବୀତିୟ ଏଭଳି ସ୍ଥାନ ଥିଲା, ଯେଉଁଠି ଦେଶର ସବୁଠାରୁ ଅଧିକ ଜନସଂଖ୍ୟା ରହୁଥିଲା। କିନ୍ତୁ ପ୍ରାୟ ୧୦୦ ବର୍ଷ ପୂର୍ବେ ଆଷ୍ଟେ୍ରା ଓ ହଙ୍ଗେରିୟାନ ସାମ୍ରାଜ୍ୟ ଭାଙ୍ଗିବା ପରେ ସେଠାର ଜନସଂଖ୍ୟା ଲଗାତାର କମ୍ ହେବାରେ ଲାଗିଛି।

ଲେଗ୍ରାଡର ମେୟର ଇଭାନ୍ ସାବୋଲିକ୍ କହିଛନ୍ତି, ଯେବେଠାରୁ ଆମର ସହର ଏକ ସୀମାବର୍ତ୍ତୀ ସହର ପାଲଟିଛି ସେଠାର ଜନସଂଖ୍ୟା ଲଗାତାର କମ୍ ହୋଇଛି। ଲେଗ୍ରାଡ ସହରର ସୀମା ହଙ୍ଗେରୀକୁ ଲାଗିକି ରହିଛି। ଲେଗ୍ରାଡ ସହରରେ ଚିର ସବୁଜିମା ପର୍ଯ୍ୟାପ୍ତ ପରିମାଣରେ ରହିଛି। ସେଠାର ଚାରିଆଡେ ଜଙ୍ଗଲ ରହିଛି। ଏହି ସହରରେ ୨,୨୫୦ ଲୋକ ରୁହନ୍ତି।

୭୦ ବର୍ଷ ପୂର୍ବେ ଲେଗ୍ରାଡ ସହରରେ ଆଜିର ତୁଳନାରେ ଦୁଇଗୁଣା ଲୋକ ରହୁଥିଲେ। ନିକଟରେ ୧୯ଟି ଘର ଏକ ସାଙ୍ଗରେ ଖାଲି କରାଯାଇଥିଲା। ଏହାର ଦାମ୍ ଶୁଣି ଆଶ୍ଚର୍ଯ୍ୟ ହୋଇଯିବେ। ସେଠାରେ ଘରର ମୂଲ୍ୟ ମାତ୍ର ୧ କୁନା (୧୨ ଟଙ୍କା)। ଏଥିରେ ୧୭ଟି ଘର ଏପର୍ଯ୍ୟନ୍ତ ବିକ୍ରି ହୋଇସାରିଛି। ସେ କହିଛନ୍ତି, କିଛି ଘର ଭାଙ୍ଗିଯାଇଛି। ଯଦି କେହି ଘର କିଣିବାକୁ ଚାହାନ୍ତି ତେବେ ଘରର ମରାମତି କରିବା ପାଇଁ ମ୍ୟୁନିସିପାଲିଟି ତାଙ୍କର ସାହାଯ୍ୟ କରିବ। ଯଦି କେହି ରହିବାକୁ ଚାହାନ୍ତି ତେବେ ତାଙ୍କୁ ଅତି କମରେ ସେଠାରେ ୧୫ ବର୍ଷ ରହିବାର ଏଗ୍ରୀମେଣ୍ଟ କରିବାକୁ ପଡିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.