ମହିଳାଙ୍କ ଅଶ୍ଳିଳ ଭିଡ଼ିଓ ଭାଇରାଲ ପରେ ଫସିଲେ IAS ଅଫିସର, ଜାଣନ୍ତୁ ପୁରା ଘଟଣା

ଉତ୍ତରପ୍ରଦେଶରେ ଏବେ ବଡ଼ ବଡ଼ ଅଫିସରଙ୍କ ଭିଡିଓ ଭାଇରାଲ ହେବା ଖବର ସାମ୍ନାକୁ ଆସୁଛି। ପ୍ରଥମେ ଆଇପିଏସଙ୍କ ଅଶ୍ଳିଳ ଭିଡ଼ିଓ ଭାଇରାଲ ହୋଇଥିଲା। ଏବେ ଆଇଏଏସ ଅଧିକାରୀଙ୍କ ଅଶ୍ଳିଳ ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗୁଛି। ଘଟଣାଟି ଶୁଣିକି ଆଶ୍ଚର୍ଯ୍ୟ ଲାଗୁଥିବ ନିଶ୍ଚୟ।

ଏହି ଭିଡ଼ିଓ ଶିକ୍ଷା ବିଭାଗରେ ଥିବା ଜଣେ ଆଇଏଏସ ଅଫିସରଙ୍କର । ତେବେ ଅଫିସର ଜଣେ ମହିଳାଙ୍କ ସହ ଚାଟିଂ କରୁଥିବା ସମୟରେ ତାଙ୍କର ଅଶ୍ଳିଳ ଭିଡିଓ ସାମ୍ନାକୁ ଆସିଥିଲା। ଏହାକୁ ନେଇ ଲକ୍ଷ୍ନୌର ସାଇବର ସେଲରେ ଯାଞ୍ଚ ଆରମ୍ଭ ହୋଇଛି।

ଭିଡ଼ିଓଟି ଚଳିତ ବର୍ଷ ମାର୍ଚ୍ଚ ମାସର କୁହାଯାଉଛି। ସୂଚନା ଅନୁଯାୟୀ, ଅଫିସରଙ୍କୂୁ ହନି ଟ୍ରାପରେ ଫସାଇ ଭିଡ଼ିଓଟି ପ୍ରସ୍ତୁତ କରାଯାଉଛି। ମହିଳା ଜଣକ ଏଭଳି ଭିଡ଼ିଓ ପ୍ରସ୍ତୁତ କରି ଅଫିସରଙ୍କୁ ବ୍ଲାକମେଲ କରୁଥିବାର ଜଣା ପଡିଛି।

ତେବେ ଏହି ଖବର ଭାଇରାଲ ହେବା ପରେ ଅଫିସର ଜଣକ ଥାନାରେ ମାମଲା ଦାୟର କରିଥିଲେ। ଆରୋପୀ ମହିଳାଙ୍କୁ ଧରିବା ପାଇଁ ପୋଲିସ ଯାଞ୍ଚ ଆରମ୍ଭ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.