ଘରେ କେତେ ଟଙ୍କା ରଖିଲେ ଭିଜିଲାନ୍ସ ଧରିବନି ? କେତେ ରଖିପାରିବେ ଟଙ୍କା ଓ ସୁନା ?

ପଶ୍ଚିମବଙ୍ଗରେ ପୂର୍ବରୁ ରହିଆସିଥିବା ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କର ଅତି ନିକଟତର କୁହାଯାଉଥିବା ଅର୍ପିତା ମୁଖାର୍ଜୀଙ୍କ ଘରୁ ଏବେ ଏବେ ୫୦କୋଟିରୁ ଅଧିକ କ୍ୟାସ ଓ ୫କେଜି ପାଖାପାଖି ସୁନା ଜବତ ହୋଇଛି । ଯେଉଁଥିପାଇଁ ଏକ ବଡ ଘୋଟାଲା ସାମନାକୁ ଆସିଛି । ଆଉ ଏଭଳି ଘଟଣା ନୂଆ ନୁହେଁ । ପୂର୍ବରୁ ଏମିତି କେତେ ଘଟଣା ସାମନାକୁ ଆସିଛି । ସେ ଇନକମ ଟ୍ୟାକ୍ସ ହେଉ ଅବା ଇଡି । ଏଭଳି କେନ୍ଦ୍ରିୟ ଏଜେନ୍ସି ଛାପା ମାରିବା ଦ୍ୱାରା ଅନେକ କିଛି ଘଟଣା ସାମନାକୁ ଆସିଥାଏ । ମନେପକାଇଦେବୁ କି ପିୟୁଷ ଜୈନଙ୍କ ମାମଲା କଥା । ଯେତେବେଳେ କି ଏମିତି ଯାଞ୍ଜ ପରେ ସାମନାକୁ ଆସିଥିଲା ୨୩କିଲୋ ସୁନା ସହ ୧୯୬କୋଟିର ନଗଦ କ୍ୟାସ ।

ତେବେ ଆପଣ ଭାବୁଥିବେ କି ଏତେ ଟଙ୍କା କେମିତି ଲୁଚାଯାଉଛି ଏବଂ ଘରେ ଏମିତି କେତେ କ୍ୟାସ ରହିଲେ ଏଭଳି ସମସ୍ୟାର ସାମନା କରିବାକୁ ପଡିପାରେ । କ୍ୟାସ ଓ ଗୋଲ୍ଡର ଲିମିଟ କେତେ । ଯାହା ଫଳରେ ଯେଉଁ ଗାଇଡ ଲାଇନ ରହିଛି ତାର ଉଲଙ୍ଘନ ହେବ ନାହିଁ । ଏଭଳି ମାମଲାରେ କଣ ନିୟମ ରହିଛି ।

ଗୋଲ୍ଡ ରଖିବା ପାଇଁ ପୂର୍ବରୁ ଦେଶରେ ଏକ ଆଇନ ରହିଥିଲ । । ଯାହାର ନାଁ ଗୋଲ୍ଡ କଣ୍ଟ୍ରୋଲ ଆକ୍ଟ ୧୯୬୮ । କିନ୍ତୁ ଏହାର ଅସ୍ତିତ୍ୱ ଏବେ ନାହିଁ କହିଲେ ଚଳେ । ପୂର୍ବୁରୁ ଏହି ଆଇନ ଅନୁଯାୟୀ ନିଶ୍ଚିନ୍ତ ମାତ୍ରାରେ ସୁନା ରଖିବାର ପ୍ରାବଧାନ ରହିଥିଲା । କିନ୍ତୁ ଏହି ନିୟମକୁ ୧୯୯୦ରେ ଶେଷ କରିଦିଆଗଲା । ବର୍ତ୍ତମାନ ଘରମାନଙ୍କରେ ଗୋଲ୍ଡ ରଖିବାର କୌଣସି ଲିମିଟ ନାହିଁ କିନ୍ତୁ ଏହି ସୁନା ସଠିକ ବା ଏକ ନମ୍ବର ହେଉ ।

ଅର୍ଥାତ ଏହି ସୁନାର ଭ୍ୟାଲିଡ ସୋର୍ସ ଓ ଆପଣଙ୍କ ପାଖରେ ଏହାର ପ୍ରୁଫ ବା ପ୍ରମାଣ ଥିବା ଦରକାର କି ତାହା କେଉଁଠୁ ଆସିଛି । ନିଜର ଆୟ ସୋର୍ସ ନଜଣାଇ ଯଦି ସରକାରଙ୍କୁ ଆପଣ ଧୋକାରେ ରଖୁଛନ୍ତି, ଅବା ଲିମିଟ ବାହାରେ ସୁନା ଘରେ ରଖୁଛନ୍ତି ଯାହାର ପ୍ରମାଣ ତକ ଆପଣଙ୍କ ପାଖରେ ନାହିଁ । ତେବେ ସେହି ବ୍ୟକ୍ତିଙ୍କ ବିରୋଧରେ ଆଇନ ଅନୁସାରେ କାର୍ଯ୍ୟନୁଷ୍ଠାନ ହେବ । ବିନା ସୋର୍ସରେ ଆପଣ ଯଦି ସୁନା ରଖୁଛନ୍ତି ତେବେ ଗୋଟେ ଲିମିଟରେ ହିଁ ଆପଣ ଘରେ ସୁନା ରଖିପାରିବେ ।

ଜାଣିବା ବିନା ପ୍ରମାଣରେ ଗୋଲ୍ଡର ଲିମିଟ କଣ ।

ଭାରତରେ କୌଣସି ବିବାହିତା ମହିଳା ୫୦୦ଗ୍ରାମ ଅର୍ଥାତ ଅଧ କିଲୋ ଯାଏଁ ସୁନା ନିଜ ପାଖରେ ରଖିପାରିବେ । ଯଦି ମହିଳା ଅବିବାହିତ ତେବେ ତାଙ୍କ ପାଇଁ ଏହି ଲିମିଟ ଅଧା । ଅର୍ଥାତ ତାଙ୍କୁ ୨୫୦ଗ୍ରାମ ଯାଏଁ ସୁନା ରଖିବାର ଛୁଟ ମିଳିଛି । ବିବାହିତ ପୁରୁଷଙ୍କ ପାଇଁ ଗୋଲ୍ଡ ରଖିବାର ଲିମିଟ ୧୦୦ଗ୍ରାମ ଲିମିଟ ରଖାଯାଇଛି । ଯଦି ଏପରି ଭାବରେ ଆପଣ ନିଜ ସୀମାରେ ରହୁଛନ୍ତି ତେବେ ଇନକମ ପ୍ରୁଫ ଦେବାର ଆବଶ୍ୟକତା ପଡିବ ନାହିଁ ।

ଯଦି ଏହାଠାରୁ କେହି ଅଧିକ ରଖୁଛନ୍ତି ତେବେ ତାଙ୍କୁ ସମସ୍ତ ତଥ୍ୟ ସହ ପ୍ରମାଣ ଦେବାକୁ ପଡିବ । ବିନା ସୋର୍ସରେ ଲିମିଟରୁ ଅଧିକ ରଖିବା ଦ୍ୱାରା ଇନକମ ଟ୍ୟାକ୍ସ ଡିପାର୍ଟମେଣ୍ଟ ମାମଲା ରୁଜୁ କରିପାରେ ବା କାର୍ଯ୍ୟାନୁଷ୍ଠାନ ନେଇପାରେ । ଇନକମ ଟ୍ୟାକ୍ସ ଆକ୍ଟ ୧୯୬୧ର ସେକ୍ସନ ୧୩୨ ଅନୁସାରେ ଇନକମ ଟ୍ୟାକ୍ସ ଅଧିକାରୀଙ୍କୁ ଏହି ଅଧିକାର ଦିଆଯାଇଛି କି ସେମାନେ ଏପରି ସ୍ଥଳରେ ଛାନବିନ କରିପାରିବେ । ଉପହାରରେ ମିଳିଥିବା ୫୦ହଜାର ଟଙ୍କା ପର୍ଯ୍ୟନ୍ତ ଗୋଲ୍ଡ ଅବା ନିଜ ପ୍ରପଟି ଗୋଲ୍ଡ ଉପରେ ଏହି ନିୟମ ଲାଗୁ ହୁଏ ନାହିଁ । କିନ୍ତୁ ତାହା ବି ପ୍ରମାଣ ଦେବାକୁ ପଡିବ ।

ଅନ୍ୟପଟେ ଘରେ କ୍ୟାସ ରଖିବା ଉପରେ ବି କୌଣସି ପ୍ରତିବନ୍ଧକ ନାହିଁ କିନ୍ତୁ ଏହାର ସୋର୍ସ ଆପଣଙ୍କୁ କହିବାକୁ ହେବ କି ଆପଣ ଏହି ଅର୍ଥ କିପରି ଆଣିଲେ ବା ଆପଣଙ୍କ ରୋଜଗାର କେଉଁଠୁ । ନିଜ ରୋଜଗାର ଅନୁସାରେ ଆପଣଙ୍କୁ ନିୟମ ଅନୁସାରେ ଏହାର ଟ୍ୟାକ୍ସ ମଧ୍ୟ ଭରିବାକୁ ହେବ । ଯଦି ଆପଣ ନଭରୁଛନ୍ତି ତେବେ ବ୍ୟକ୍ତି ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ । ଏମିତିକି ଜରିମାନା ମଧ୍ୟ ଭରିବାକୁ ପଡିବ ।

ଏକ ଆର୍ଥିକ ବର୍ଷରେ ଆପଣ କ୍ୟାସରେ ୨୦ଲକ୍ଷ ଟଙ୍କାରୁ ଅଧିକ ଟ୍ରାଞ୍ଜାକ୍ସନ କରିପାରିବେ ନାହିଁ । ନଚେତ ଆପଣଙ୍କୁ ଜରିମାନା ଭରିବାକୁ ପଡିବ । ବର୍ଷକରେ ୨୦ଲକ୍ଷଟଙ୍କା ଜମା କରିବା ଉପରେ ପ୍ୟାନ ଓ ଆଧାର ନମ୍ବର ଦେବା ଜରୁରୀ ହୋଇଥାଏ । ଏମିତିରେ ଆପଣ ୨ଲକ୍ଷରୁ ଅଧିକ କ୍ୟାସରେ କିଣାବିକା କରିପାରିବେ ନାହିଁ । ବ୍ୟାଙ୍କରୁ ୨କୋଟି ଟଙ୍କାରୁ ଅଧିକ କ୍ୟାସ ବାହାରକରିବା ଉପରେ ଟିଡିଏସ ଲାଗୁଛି ।

Leave A Reply

Your email address will not be published.