“ମାଡ ଖାଇବୁନି ବୋଲି ଆମ୍ବ ଡାଳ ଭାଙ୍ଗିଦେଲୁ”, ନିଜ ପିଲାଦିନର ସ୍ମୃତିକୁ ଏମିତି କିଛି ତରିକାରେ ସେୟାର କଲେ IAS ଅଧିକାରୀ

ପ୍ରତ୍ୟକ ମଣିଷର ପିଲା ଦିନ ଖୁବ ସୁନ୍ଦର ସୁନ୍ଦର ସ୍ମୃତି ସବୁରେ ଭରା ହୋଇଥାଏ | କଥା କଥାରେ ଅନେକେ ଏବିଷୟରେ ପ୍ରକାଶ ବି କରିଦିଅନ୍ତି । ଏମିତି ହିଁ ଏକ ପିଲା ଦିନର ସ୍ମୃତିକୁ ତାଜା କରିଛନ୍ତି ରାଜସ୍ଥାନ କ୍ୟାଡର ଆଇଏଏସ ଅଧିକାରୀ ରାମ ପ୍ରକାଶ । ଟ୍ୱିଟରରେ ଯେବେ ରାମ ପ୍ରକାଶ ନିଜ ପିଲା ଦିନର ଏକ ସ୍ମୃତିକୁ ସେୟାର କରିଥିଲେ ଫଲୋଅର୍ଶଙ୍କ ନିକଟରୁ ଅଜବ ଅଜବ ରିଆକସନ ସବୁ ଆସିବାକୁ ଲାଗିଲା । କେହି ତାଙ୍କରି ସ୍ମୃତିରେ ନିଜ ପିଲା ଦିନକୁ ଜିଇଁଥିଲେ( ମାତ୍ର କିଛି ସମୟ ପାଇଁ) ତ କେହି କେହି ଇମୋସନାଲ ହୋଇଯାଇ ଥିଲେ । ଯେବେକି କିଛି କିଛି ୟୁଜର ତାଙ୍କର ଖୁବ ପ୍ରଶଂସା କରିବା ସହିତ ନିଜ କମେଣ୍ଟ ବକ୍ସରେ ଲେଖିଛନ୍ତିକି ଆପଣଙ୍କ ସଂଘର୍ଷ ଓ ସଫଳତାକୁ ଦେଖି ଭାରତୀୟ ସମ୍ବିଧାନ ଆପଣଙ୍କୁ ନେଇ ଗର୍ବ କରୁଛି ।

ନିଜ ଟ୍ୱିଟର ହ୍ୟାଣ୍ଡଲରେ ଆଇଏଏସ ରାମ ପ୍ରକାଶ ଲେଖିଛନ୍ତିକି ପିଲାଦିନେ ଗୋଟେ ଦିନ ଆମେ ପାଞ୍ଚ ଛ ଜଣ ପଲେ ଛେଳି ଚରାଉଥିଲୁ । ଆଉ ସେହି ସମୟରେ ଆମେ ପାଖରେ ଥିବା ଆମ୍ବ ଗଛ ଡାଳରେ ଦୋଳି ଖେଳୁଥିଲେ । ହଠାତ ଡାଳଟି ଭାଙ୍ଗି ଯାଇଥିଲା | ଅବଶ୍ୟ ସେ ସମୟରେ କାହାରିଙ୍କର ବି ଖଣ୍ଡିଆ ଖାବରା ହୋଇନଥିଲା । କିନ୍ତୁ ମାଡ ଖାଇବାରୁ ରକ୍ଷା ପାଇବା ପାଇଁ ଆମେ ସମସ୍ତେ ମିଶି ଡ଼ାଳ ଉଠାଇ ଆଣିଥିଲୁ । ଯାହାଦ୍ୱାରା ଜଣାନପଡିବନିକି ପ୍ରକୃତରେ ଡାଳ ଭାଙ୍ଗିଛିକି ନାହିଁ । ରାମ ପ୍ରକାଶ ଏହା ମଧ୍ୟ ଲେଖିଛନ୍ତିକି ଏହି କାହାଣୀ ତାଙ୍କ ଗାଁର ଯାହାକି ଉତ୍ତରପ୍ରଦେଶର ମିର୍ଜାପୁରର ଜମୁଆ ବଜାର ନିକଟରେ ଅବସ୍ଥିତ । ଆଉ ଏହା ପରେ ତାଙ୍କ ଫଲୋଅର୍ଶ ମାନଙ୍କ ରିଆକ୍ସନ ଆସିବାକୁ ଲାଗିଲା ।

କହିରଖିବା ଉଚିତ ହେବକି ରାମ ପ୍ରକାଶ ହେଉଛନ୍ତି ୨୦୧୮ ବ୍ୟାଚର ଜଣେ ଆଇଏଏସ ଅଧିକାରୀ । ବର୍ତ୍ତମାନ ସମୟରେ ରାଜସ୍ଥାନର ପାଲିଠାରେ ସିଇଓ ଜିଲ୍ଲା ପରିଷଦ ପଦରେ ନିୟୋଜିତ ଅଛନ୍ତି । ସେ ମିର୍ଜାପୁରର ମୂଳବାସିନ୍ଦା ହୋଇଥିବା ବେଳେ ତାଙ୍କ ପ୍ରାରମ୍ଭିକ ଶିକ୍ଷା ଶେଷ କରି ବାରଣାସୀର ରୋହନୀୟାର ଶ୍ରଦ୍ଧାନନ୍ଦ ସରସ୍ବତୀ ଇଣ୍ଟରମିଡିଏଟ କଲେଜରୁ ଆରମ୍ଭ ହୋଇଥିଲା | ଷଷ୍ଠ ପ୍ରୟାସରେ ସେ ଭାରତୀୟ ପ୍ରଶାସନିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ । ସେସମୟରେ ୧୬୮ ରାଙ୍କରେ ଥିଲେ ରାମ ପ୍ରକାଶ । ଏହା ପୂର୍ବରୁ ଝାଳବାରର ଭବାନୀ ମଣ୍ଡି ଓ ଅଜମେରର ବ୍ୟବର ଠାରେ ଏସଡ଼ିଏମ ପଦବୀରେ ବି ରହି ସାରିଛନ୍ତି । ସୋସିଆଲ ମିଡିଆରେ ଖୁବ ଆକ୍ଟିଭ ରହୁଥିବା ବେଳେ ଟ୍ୱିଟରରେ ତାଙ୍କର ପ୍ରାୟ ୬୫ ହଜାର ଫଲୋଅର୍ଶ ଅଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.