କୁକୁର କାମୁଡିବାର ୧୦ ମିନିଟ ଭିତରେ କରନ୍ତୁ ଏହି କାମ, ନଚେତ ଜୀବନ ଉପରେ ଆସିପାରେ ବିପଦ

ପିଲାବେଳେ ପ୍ରାୟତଃ କୁକୁରର ଭୟ ଦେଖାଇ ଖୁଆଇଦିଏ ମାଆ। କହୁଥାଏ କୁକୁର କାମୁଡିଦେଲେ ପେଟରେ ୧୪ଟି ଇନଜେକସନ୍‌ ଲାଗିବ କୁହେ। ମୁନିଆ ଆଉ ବଡ ବଡ ଦାନ୍ତ ଥିବା କୁକୁରକୁ ଦେଖି ଡର ବି ଲାଗିଥାଏ। ତେବେ ୧୪ଟି ଇନଜେକସନ୍‌ ଲାଗିବ କି ନାହିଁ ତାହା ତ ଡାକ୍ତର କହିବେ। ଆଉ ଯଦି ଇନଜେକସନ୍‌ ଲାଗିବନାହିଁ। ଆମେ ଆଜି ଆପଣଙ୍କ ପାଇଁ ଆଣିଛୁ ଯଦି କୁକୁର କାହାକୁ କାମୁଡିଏଦିଏ। ତାହେଲେ ଆପତକାଳୀନ ପରିସ୍ଥିତିରେ ଆପଣଙ୍କୁ ପ୍ରଥମେ କଣ କରିବାକୁ ହେବ।

ଯଦି କାହାକୁ କୁକୁର କାମୁଡେ ତାହେଲେ ସର୍ବପ୍ର୍ରଥମେ ସେହି ଘାଆକୁ ସଫା ପାଣିରେ ସଫା କରନ୍ତୁ। ଏଥିସହିତ ଘା’ ହୋଇଥିବା ସ୍ଥାନରୁ ରକ୍ତ ବାହାରିବାକୁ ଦିଅନ୍ତୁନାହିଁ। ଏପରି ଯଦି ଆପଣ କରୁନାହାଁନ୍ତି ତାହେଲେଏଥିରେ କୁକୁରର ଦାନ୍ତ ବାଟ ଦେଇ ପଶିଥିବା ଭାଇରସ ଭିତରକୁ ବହୁତ ପରିମାଣରେ ପଶି ଯାଇଥାଏ, ତେଣୁ ଏଥିପ୍ରତି ସାବଧାନ ରୁହନ୍ତୁ।
ଏହାକୁ ଧୋଇବାବେଳେ ମାଇଲଡ ସୋପର ଉପଯୋଗ କରନ୍ତୁ।

ଅତିକମରେ ଦଶ ମିନିଟ ପର୍ଯ୍ୟନ୍ତ କାମୁଡିବଥିବା ସ୍ଥାନକୁ ଧୂଅନ୍ତୁ। ଏହାଦ୍ୱାରା ଭାଇରସକୁ ବ୍ୟାପିବାରେ ସହାୟକ ହେବ।

ଗୋଲ ମରୀଚର ବ୍ୟବହାର କରନ୍ତୁ

ଗୋଲମରୀଚ ଦ୍ୱାରା ବି କୁକୁର କାମୁଡାର ଚିକିତ୍ସା ହୋଇପାରିବ। ଏଥିପାଇଁ ୧୦ଟି ଗୋଲମରୀଚ ଦାନା ନେଇ ସେଥିରେ ୨ ଚାମଚ ଜିରା ମିଶାଇ ଭଲଭାବେ ପେଶି ଦିଅନ୍ତୁ। ଏହି ଗୁଣ୍ଡକୁ ଅଳ୍ପ ପାଣିରେ ମିଶାଇ କାମୁଡିଥିବା ସ୍ଥାନରେ ଲଗାଇଲେ ଆରାମ ମିଳିଥାଏ।

ମହୁର କରନ୍ତୁ ବ୍ୟବହାର

ବହୁତ କମ୍‌ ଲୋକଙ୍କୁ ଜଣାଥିବ ଯେ ମହୁରେ ଆଣ୍ଟିଇନଫେକସନ ଗୁଣ ରହିଥାଏ। ଏହା ଦ୍ୱାରା ସଂକ୍ରମଣକୁ ବ୍ୟାପିବା ଠାରୁ ରକ୍ଷା ପାଇହେବ। ଏହା ଆପଣଙ୍କୁ ଅନେକ ପ୍ରକାରର ଆଲର୍ଜିରୁ ମଧ୍ୟ ରକ୍ଷା କରିଥାଏ। କୁକୁର କାମୁଡିଲେ ଆପଣ ପିଆଜ ପେଷ୍ଟରେ ଅଳ୍ପ ମହୁ ମିଶାଇ ଏକ ପେଷ୍ଟ ବନାଇ ଦିଅନ୍ତୁ। ଏହାପରେ ସେହି ପେଷ୍ଟକୁ ଘାଆ ଉପରେ ଲଗାନ୍ତୁ। ଏମିତି କରିବା ଦ୍ୱାରା ପୀଡିତଙ୍କୁ ତୁରନ୍ତ ଆରାମ ମିଳିପାରିବ।

ଆଣ୍ଟିସେପଟିକ ଲଗାନ୍ତୁ

କାମୁଡିଥିବା ଜାଗାକୁ ଭଲଭାବେ ଧୋଇବାଳ ପରେ ସେହି ସ୍ଥାନକୁ କୌଣସି ଏକ କପଡା ସାହାଯ୍ୟରେ ଭଲଭାବେ ପୋଛି ଦିଅନ୍ତୁ।
ସୁଖିଗଲା ପରେ ସେହି ଯାଗାରେ ଆଣ୍ଟିସେପ୍ଟିକ କ୍ରୀମ ଲଗାଇ ଦିଅନ୍ତୁ।

ଯଦି ଆପଣଙ୍କ ପାଖରେ ଆଣ୍ଟିସେପଟିକ କ୍ରୀମ ନାହିଁ ତାହେଲେ ଆଲକୋହଲ କିମ୍ବା ଆୟୋଡିନ୍‌ ସଲ୍ୟୁସନ୍‌ ଦ୍ୱାରା ଆପଣ ସେହି ଜାଗାକୁ କ୍ଲିନ କରିପାରିବେ।

ଭ୍ୟାକସିନ୍‌ ଲଗାନ୍ତୁ

ଏତିକି ସବୁ ଘରୋଇ ଉପଚାର କରିବା ପରେ ଆପଣ ବିଲକୁଲ ବି ବିଳମ୍ବ କରନ୍ତୁନାହିଁ। ତୁରନ୍ତ ହିଁ ବ୍ୟକ୍ତିଙ୍କୁ ହସ୍ପିଟାଲ କିମ୍ବା କ୍ଲନିକ ନେଇଯାନ୍ତୁ, ଯେଉଁଠି ଡଗ୍‌ ବାଇଟର ଟୀକା ଦିଆଯାଉଥିବ।

ପୀଡିତଙ୍କୁ ତୁରନ୍ତ ହିଁ ଆଣ୍ଟି ରବୀଜ ଇନଜେକସନ ଲଗାନ୍ତୁ। ଏହାବ୍ୟତୀତ ଇଞ୍ଜେକସନ୍‌ ଲଗାଇବା ମଧ୍ୟ ଉଚିତ। ତଥାପି ଆପଣ ଡାକ୍ତରଙ୍କ ପରାମର୍ଶରେ ଇଞ୍ଜେକସନ୍‌ ନିଅନ୍ତୁ।

ଇଞ୍ଜେକସନ୍‌ ଲାଗିବା ପରେ ମଧ୍ୟ ଆପଣ ଚୁପ୍‌ ହୋଇ ବସିଯାଆନ୍ତୁନାହିଁ। ଆଗ ଦେଖନ୍ତୁ ଯେ କାମୁଡିଥିବା ସ୍ଥାନ ବଡ ଅଛି ନା ଛୋଟ। ଯଦି କାମୁଡା ଚିହ୍ନ ଛୋଟ ହୋଇଥିବ ତାହେଲେ ତାକୁ ଏପରି ଖୋଲା ହିଁ ଛାଡିିଦିଅନ୍ତୁ। ଯେମିତି ଘାଆ ଜଲଦି ସୁଖିଯିବ।

ଏଥିସହ ଘାଆ ହୋଇଥିବା ସ୍ଥାନକୁ ଲଗାତର ଭାବେ ଦେଖନ୍ତୁ। ଯେପରି କୌଣସି ପ୍ରକାର ଇନଫେକସନ୍‌, ରେଡନେସ, ଫୁଲିଯିବା, ଯନ୍ତ୍ରଣା ହେବା କିମ୍ବା ଜ୍ୱର ଆସିବା ଲକ୍ଷଣ ଦେଖାଯାଉ ନାହିଁ ତ। ଯଦି ଏପରି ହେଉଥାଏ ତାହେଲେ କାଳ ବିଳମ୍ବ ନକରି ଏହା ବିଷୟରେ ଡାକ୍ତର ଦେଖାନ୍ତୁ।

ଏହା କେବଳ ସାମାନ୍ୟ ସୂଚନା ଭିତ୍ତିକ ଉପରେ ଆଧାରିତ। ଏହା କୌଣସି ପ୍ରକାର ଚିକିତ୍ସାର ବିକଳ୍ପ ନ ହୋଇପାରେ, କିନ୍ତୁ ପ୍ରାଥମିକ ଚିକିତ୍ସା ପାଇଁ ତ ଜରୁରୀ ହୋଇପାରିବ। ଯାହାଦ୍ୱାରା ପୀଡିତ ସଠିକ ସମୟରେ ଚିକିତ୍ସା ପାଇପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.