ଭାରତର ଅଭିଶପ୍ତ ସ୍ଥାନ, ଯେଉଁଠିକୁ ରାତିରେ ଗଲେ ମୃତ୍ଯୁ ନିଶ୍ଚିତ  

ଆପଣ ଯେତେ ସାହାସି ହୁଅନ୍ତୁ ନା କାହିଁକି ଭାରତରେ ଥିବା ଏହି ସ୍ଥାନକୁ ଯିବା ଆଗରୁ ହଜାରଥର ଚିନ୍ତା କରିବାକୁ ପଡ଼ିବ। ଏହି ସ୍ଥାନରେ ରାତିରେ ହୋଇଥାଏ କିଛି ଏପରି ଘଟଣା  ଯାହା ଏହାକୁ ରହସ୍ଯମୟ ଏବଂ ଖତରନାକ କରିଥାଏ।

ରାଜସ୍ଥାନର ବାରମେର୍ ଜିଲ୍ଲା ସ୍ଥିତ କିରାଡ଼ୁ ମନ୍ଦିରକୁ ଖଜୁରାହେ ବୋଲି ମଧ୍ୟ କୁହାଯାଇଥାଏ। ଏହି ମନ୍ଦିର ଅଭିଶପ୍ତ ଅଟେ। ଜଣେ ସାଧୁଙ୍କ କାରଣରୁ ଏଠାରେ ସନ୍ଧ୍ଯା ହେବା ପରେ କିଏ ରୁହନ୍ତି ନାହିଁ। ଏଠାରେ ରାତି ସମୟରେ ରହିଥିବା ବ୍ଯକ୍ତି ପଥର ହୋଇଯାଇଥାନ୍ତି।

Bhangarh-Fort

ଦାଜେଲିଂରେ ରହିଛି ହିଲଷ୍ଟେସନ କସିଂୟାଙ୍ଗ। ଏହି ମନ୍ଦିରରେ ନାମରେ କର୍ସ ଅର୍ଥାତ୍ ଅଭିଶାପ ରହିଥାଏ। ଏହି ସ୍ଥାନ ବିଷୟରେ କୁହାଯାଇଥାଏ କି ଏଠାରେ ଜଣେ ମୁଣ୍ଡ କଟା ବ୍ଯକ୍ତି ବୁଲିଥାଏ। ରାତି ସମୟରେ ଡ଼ାଓ ହିଲ ଜଙ୍ଗଲକୁ କିଏ ଯାଇନଥାନ୍ତି। ଏଠାକୁ ରାତିରେ ଯିବା ନିଜର ମରଣକୁ ନିମନ୍ତ୍ରଣ ଦେବା ସହ ସମାନ ହୋଇଥାଏ। ଏହାଛଡ଼ା ଏଠାକାର ଆଉ କିଛି ହିଲଷ୍ଟେସନକୁ ମଧ୍ୟ ହଣ୍ଟେଡ଼ କୁହାଯାଇଥାଏ। ଏଣୁ ଏଠାକୁ ଯିବା ସମୟରେ ଭୁଲରେ ମଧ୍ୟ କୌଣସି ଭୁଲ କରନ୍ତୁ ନାହିଁ।

ମହାରାଷ୍ଟ୍ରର ଲାତୁର ଜିଲ୍ଲାରେ ହାରାଙ୍ଗୁଲାଲ ଗାଁ ରହିଛି। କୁହାଯାଇଥାଏ ଏଠାରେ ୧୫ତମ ଶତାବ୍ଦୀରୁ ଡ଼ାହାଣୀ ଏବଂ ଗୁଣିଗୁରାଡ଼ିର ପରମ୍ପରା ଆରମ୍ଭ ହୋଇଥିଲା। ଆଜି ମଧ୍ୟ ଏଠାରେ ରାତି ସମୟରେ କିଛି କାମ କରିବାର ବାରଣ ରହିଛି। ଏଠାରେ କୌଣସି ବ୍ଯକ୍ତି ରାତି ସମୟରେ ଗଛର ଆଖପାଖରେ ନଜର ନଆସିବା ସହ ଗଛରେ କଣ୍ଟା ପିଟିବା ତଥା ପରିତ୍ସା କରିନଥାନ୍ତି। ଏହା ଦ୍ବାରା ଡ଼ାହାଣୀ ସେହି ବ୍ଯକ୍ତିଙ୍କର ଖରାପ ଅବସ୍ଥା କରିଥାଏ।

ghost

ରାଜସ୍ଥାନର ଆଲବର ଜିଲ୍ଲାସ୍ଥିତ ଭାନଗଡ଼ କିଲ୍ଲା। ଏହି କିଲ୍ଲାରେ କିଛି ଭୂତପ୍ରେତଙ୍କୁ ତାନ୍ତ୍ରିକ ବାନ୍ଧି ରଖିଥିବା କହିଥାନ୍ତି। ତେବେ ବର୍ତ୍ତମାନ ପର୍ଯ୍ଯନ୍ତ ଏହି କିଲ୍ଲା ଏକ ରହସ୍ଯ ଭାବେ ରହିଛି। କିନ୍ତୁ ସରକାରଙ୍କ ପୁରାତତ୍ବ ବିଭାଗ ଏହି କିଲ୍ଲରେ ରାତି ସମୟରେ ପ୍ରବେଶକୁ ବର୍ଜନ କରିଛନ୍ତି। ଏଠାକୁ ରାତି ସମୟରେ ଯିବା ଅର୍ଥାତ୍ ନିଜ ମରଣକୁ ନିମନ୍ତ୍ରଣ ଦେବା।

ଆସାମର ଜଟିଂଙ୍ଗା ବେଲୀ। ଏହି ସ୍ଥାନରେ ଥିବା ରହସ୍ଯ ବିଷୟରେ ଆଜି ପର୍ଯ୍ଯନ୍ତ କିଏ ଜାଣି ନାହାନ୍ତି। କିନ୍ତୁ ଏପରି କୁହାଯାଇଥାଏ କି, ଅନ୍ଧାର ରାସ୍ତାରେ ଏଠାକୁ ପକ୍ଷୀ ଆସି ଆତ୍ମହତ୍ଯା କରିଥାନ୍ତି। ଏଣୁ ଆପଣଙ୍କୁ ଏଠାରେ ସମସ୍ତ ସ୍ଥାନରେ ମରିଥିବା ପକ୍ଷୀ ଦେଖିବାକୁ ମିଳିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.