କିଏ ନିଜ ଜୀବନ ଦେଇଥିଲେ ତ କିଏ ପ୍ରତିଟି ମୁହୂର୍ତ୍ତକୁ ଦେଶ ପାଇଁ ଉତ୍ସର୍ଗ କରିଥିଲେ….ଏ ହେଉଛନ୍ତି ସ୍ୱାଧୀନ ଭାରତର 6 ଜଣ ଧୂରିଣ ଯୁଦ୍ଧ ବୀର

ଦେଶ ସ୍ୱାଧୀନ ହେବାର ୭୫ ବର୍ଷ ପୂର୍ତ୍ତି ଅବସରରେ “ଆଜାଦୀ କା ଅମୃତ ମହୋତ୍ସବ” ପର୍ବ ପାଳନ ହେବାକୁ ଯାଉଛି । ୧୯୪୭ ଅଗଷ୍ଟ ୧୫ ତାରିଖରେ ବ୍ରିଟିଶ ଶାସନରୁ ମୁକ୍ତ ହେଲା ହିନ୍ଦୁସ୍ତାନ । ଦେଶ ସ୍ୱାଧୀନ କରିବାକୁ ଅନେକ ସ୍ୱତନ୍ତ୍ର ସେନାନୀଙ୍କୁ ନିଜ ଜୀବନ ହରାଇବା ସହିତ ଆହୁରି ଅନେକ କିଛି ବଳିଦାନ ଦେବାକୁ ପଡିଥିଲା । କିନ୍ତୁ ଦେଶ ସ୍ୱାଧୀନ ହେବା ପରେ ବି ଅନେକ ମଉକା ଏମିତି ବି ଆସିଛି ଯେବେ ଦେଶ ସୀମାରେ ଯବାନ ମାନେ ନିଜ ନିଜ ବଳିଦାନ ଦେଇଛନ୍ତି । ପ୍ରକୃତରେ ଦେଶ ସ୍ୱାଧୀନ ହେବା ପରେ ଦୁଇ ପଡୋଶୀ ଦେଶ ଯେମିତି ଆମ ପାଇଁ ବିପଦ ଭଳି ଉଭା ହୋଇଛନ୍ତି । ଯେବେ ବି ସେମାନେ ଆମ ଉପରକୁ ଆଖୀ ଉଠାଇ ଚାହିଁଛନ୍ତି ଆମ ବୀର ଯବାନ ମାନେ ସେମାନଙ୍କୁ ମୁହଁତୋଡ ଜବାବ ଦେଇଛନ୍ତି । ଭାରତ ସ୍ୱାଧୀନ ହେବା ପରେ ଏଯାବତ ଆମ ସେନା ୫ଟି ମୁଖ୍ୟ ଯୁଦ୍ଧ ଲଢ଼ିଛନ୍ତି । ପାକିସ୍ତାନ ସହିତ ୪ ଟି ଯୁଦ୍ଧ ଲଢ଼ିଥିବା ବେଳେ ଚୀନ ସହିତ ଗୋଟିଏ ଯୁଦ୍ଧ ଲଢ଼ିଛନ୍ତି ।

ଏହି ସମସ୍ତ ଯୁଦ୍ଧ ସମୟରେ ଭାରତର ଅନେକ ବୀର ଫୌଜୀ ନିଜ ଶୌର୍ଯ୍ୟ, ଅସୀମ ଧର୍ଯ୍ୟ ତଥା ପରାକାଷ୍ଠା ଦେଖାଇଛନ୍ତି । ଶତ୍ରୁ ମାନଙ୍କ ସହ ମୁକାବିଲା ସମୟରେ ଆମ ଦେଶର ସ୍ଥଳ ସେନା, ବାୟୁ ସେନା ଓ ନୌସେନାର ଅନେକ ଯବାନ ନିଜ ପ୍ରାଣବଳି ଦେଇଛନ୍ତି । ଏହି ଶହୀଦ ମାନଙ୍କ ବଳିଦାନକୁ ହୁଏତ ଆମ ଦେଶ କେବେ ବି ଭୁଲି ପାରିବ ନାହିଁ । ଆଜି ଆମେ ଏମିତି ୧୦
ଜଣ ବୀର ଯୋଦ୍ଧାଙ୍କ ବିଷୟରେ କହିବାକୁ ଚାହୁଁଛୁ ଯେଉଁମାନେ ନିଜ ଜୀବନକୁ ରାଷ୍ଟ୍ର ନାଁରେ କରିଦେଇଛନ୍ତି ।

veer jawans

image credit: Poems

ବୀର ଅବଦୁଲ ହମିଦ:

କମ୍ପାନୀ କ୍ୱାର୍ଟର ମାଷ୍ଟର ହବଲଦାର ଅବଦୁଲ ହମିଦ ଭାରତୀୟ ସେନାର ୪ ଗ୍ରେନେଡିୟରଙ୍କ ମଧ୍ୟରୁ ଜଣେ ସିପାହୀ ଥିଲେ । ଯିଏ ୧୯୬୫ ମସିହାର ଭାରତ- ପାକ ଯୁଦ୍ଧ ସମୟରେ ଖେମକରଣ ସେକ୍ଟରର ଆସଲ ଉତ୍ତାଡରେ ଅଦ୍ଭୁତ ବିରତା ପ୍ରଦର୍ଶନ ପୂର୍ବକ ଵୀରଗତି ପ୍ରାପ୍ତ ହୋଇଥିଲେ । ଯେଉଁଥିପାଇଁ ମୃତ୍ୟୁ ପରେ ତାଙ୍କୁ ଭାରତର ସର୍ବୋଚ୍ଚ ସେନା ପୁରସ୍କାର ପରମବୀର ଚକ୍ରରେ ସମ୍ମାନିତ କରାଯାଇଥିଲା । ଯେବେ ପାକିସ୍ତାନୀ ସେନା ଭାରତୀୟ ଗାଁ ଆସଲ ଉତ୍ତାଡ ଉପରେ ଆକ୍ରମଣ କରିଥିଲା ସେସମୟରେ ଭାରତୀୟ ସେନା ପାଖରେ ନା ଟ୍ୟାଙ୍କ ଥିଲା ନା କୌଣସି ବଡ଼ ଧରଣର ହାତ ହଥିୟାର ଥିଲା । ଏମିତିରେ ଶହୀଦ ହେବା ପୂର୍ବରୁ ପରମବୀର ଅବଦୁଲ ହମିଦ ନିଜ ବନ୍ଧୁକ ମାଉଣ୍ଟଡ଼ ଜିପ ସାହାଯ୍ୟରେ ପାକିସ୍ତାନର ପ୍ୟାଟେନ ଟ୍ୟାଙ୍କକୁ ନଷ୍ଟ କରିଦେଇଥିଲେ । କୁହାଯାଉଛିକି ସେ ଯୁଦ୍ଧ ସ୍ଥଳକୁ ପ୍ୟାଟନ ଟ୍ୟାଙ୍କ ଗୁଡିକର କବରସ୍ଥଳ କରିଦେଇଥିଲେ । ପାକିସ୍ତାନୀ ସେନା ଦୌଡ଼ି ପଳାଇବା ସମୟରେ ଅବଦୁଲ ତାଙ୍କ ପିଛା କରି ତାଙ୍କ ଜିପକୁ ଗୁଳି ଚାଳନା କରିଥିଲେ । ସେପ୍ଟେମ୍ବର ୯ ରୁ ୧୦ ତାରିଖ ଭିତରେ ତାଙ୍କ ସ୍ୱର୍ଗବାସ ହୋଇଥିଲା ।

abdul hamid
image credit: patrika

ମାର୍ଶଲ ଅଫ ଦ ଏୟାର ଫୋର୍ସ ଅର୍ଜନ ସିଂହ:

ଅର୍ଜନ ସିଂହଙ୍କ ପୁରା ନାଁ ଅର୍ଜନ ସିଂହ ଓଉଲଖ ଥିଲା । ସେ ଭାରତୀୟ ବାୟୁ ସେନାର ଏକମାତ୍ର ଅଧିକାରୀ ଥିଲେ ଯାହାଙ୍କୁ ମାର୍ଶଲ ଅଫ ଦ ଏୟାର ଫୋର୍ସକୁ ପଦୋନ୍ନତି ମିଳିଥିଲା । ୨୦୧୭
ମସିହା ସେପ୍ଟେମ୍ବର ୧୬ ତାରିଖ ଦିନ ୯୮ ବର୍ଷ ବୟସରେ ତାଙ୍କ ନିଧନ ହୋଇଥିଲା । ସେ ଭାରତୀୟ ବାୟୁସେନାର ପ୍ରମୁଖ ପଦ ପଦବୀ ମାନଙ୍କରେ ୧୯୬୪ ମସିହା ଠାରୁ ୧୯୬୯ ପର୍ଯ୍ୟନ୍ତ ଆସିନ ଥିଲେ । ୧୯୬୫ ରେ ଭାରତ- ପାକ ଯୁଦ୍ଧ ସମୟରେ ବାୟୁ ସେନାର ସଫଳତା ପୂର୍ବକ ଦାୟିତ୍ୱ ନେବା କାରଣରୁ ଭାରତ ସରକାର ତାଙ୍କୁ ପଦ୍ମ ବିଭୂଷଣ ସମାନରେ ସମ୍ମାନିତ କରିଥିଲେ । ଏହା ପରେ ୧୯୬୬ ରେ ତାଙ୍କୁ ଏୟାର ଚିଫ ମାର୍ଶାଲ ଭାବେ ଅବସ୍ଥାପିତ କରାଯାଇଥିଲା । ବାୟୁ ସେନାରୁ ଅବସର ନେବା ପରେ ତାଙ୍କୁ ଭାରତ ସରକାରଙ୍କ ରାଜନୈତିକ ପରାମର୍ଶଦାତା ଭାବେ ଦାୟିତ୍ୱ ଦିଆଯାଇଥିଲା । ୧୯୮୯ ରୁ ୧୯୯୦ ଯାଏଁ ସେ ଦିଲ୍ଲୀର ଉପରାଜ୍ୟପାଳ ବି ରହିଛନ୍ତି ।

arjan singh
image credit: The Indian Express

ଫିଲ୍ଡ ମାର୍ଶଲ ମାନେକ ଶା:

ତାଙ୍କ ପୁରା ନାଁ ସାମ ହୋମୁରସଜି ଫ୍ରେମଜି ଜାମସେଦଜି ମାନେକ ଶା ଥିଲା । ୧୯୬୯ରେ ତାଙ୍କୁ ସେନାଧକ୍ଷର ଦାୟିତ୍ୱ ମିଳିଥିଲା । ୧୯୭୧ ମସିହା ଭାରତ- ପାକ ଯୁଦ୍ଧ ସମୟରେ ତାଙ୍କରି ନେତୃତ୍ୱରେ ପାକିସ୍ତାନ ବିରୋଧରେ ଭାରତ ବିଜୟ ହାସଲ କରିଥିଲା । ଯାହା ପରେ ଏକ ନୂଆ ରାଷ୍ଟ୍ର ଭାବେ ଗଢ଼ିଉଠିଥିଲା ବାଙ୍ଗଲାଦେଶ । ୧୯୭୩ ରେ ତାଙ୍କୁ ଫିଲ୍ଡ ମାର୍ଶଲ ସମ୍ମାନ ମିଳିଥିଲା । ୧୯୭୩ ରେ ସେନା ମୁଖ୍ୟ ପଦରୁ ସେବାନିବୃତ ହେବା ପରେ ସେ ତାମିଲ ନାଡୁର ୱେଲିଂଟନ ଯାଇ ସେଠାରେ ବସତି ସ୍ଥାପନ କରିଥିଲେ । ବୃଦ୍ଧାବସ୍ଥା ସମୟରେ ଫୁସଫୁସ ଜନିତ ସଂକ୍ରମଣରେ ସଂକ୍ରମିତ ହେବା ପରେ ସେ କୋମାକୁ ଚାଲିଯାଇଥିଲେ । ପରେ ୨୦୦୮ ଜୁନ ୨୭ ତାରିଖରେ ତାଙ୍କ ମୃତ୍ୟୁ ହୋଇଥିଲା ।

sam manekshaw
image credit: Zee News

ବ୍ରିଗେଡିୟର ମହମ୍ମଦ ଉସାନ:

ବ୍ରିଗେଡିୟର ମହମ୍ମଦ ଉସାନ ଜାମ୍ମୁ କାଶ୍ମୀରରେ ପାକିସ୍ତାନୀ ସେନାଙ୍କ ସହ ଲଢ଼ୁଥିବା ସମୟରେ ୧୯୪୮ ମସିହା ଜୁଲାଇ ୩ ତାରିଖରେ ଶହୀଦ ହୋଇଯାଇଥିଲେ । ଶତ୍ରୁ ପକ୍ଷ ସହିତ ଅସାଧାରଣ ବାହାଦୁରି ସହ ଲଢ଼ିବା କାରଣରୁ ତାଙ୍କୁ ଭାରତର ଦ୍ଵିତୀୟ ସର୍ବୋଚ୍ଚ ସେନା ପଦକ ମହାବୀର ଚକ୍ରରେ ସମ୍ମାନିତ କରାଯାଇଥିଲା । ସେ ଭାରତୀୟ ସେନାର ବଳିଷ୍ଠ ଅଧିକାରୀ ଥିଲେ । ତାଙ୍କର ବିଶେଷତ୍ତ୍ୱ ହେଉଛିକି ସେ ଭାରତ- ପାକ ବିଭାଜନ ସମୟରେ ଅନ୍ୟ ମୁସଲମାନ ଅଧିକାରୀଙ୍କ ସହିତ ପାକିସ୍ତାନ ଯିବାକୁ ମନା କରିଦେଇଥିଲେ । ସେ ଜୀବନ ସାରା ଦେଶ ପାଇଁ ଲଢେଇ କରି କରି ସହିଦ ହୋଇଥିଲେ । କହିରଖିବା ଉଚିତ ହେବକି ଯଦି ସିଏ ଶୀଘ୍ର ସହିଦ ହୋଇନଥାନ୍ତେ ତେବେ ସେ ସ୍ୱାଧୀନ ଭାରତର ପ୍ରଥମ ମୁସଲିମ ସେନାଧକ୍ଷ ହୋଇଥାନ୍ତେ ।

mahammad usman
image credit: Defence XP

ବ୍ରିଗେଡ଼ିୟର କୁଲଦୀପ ସିଂହ ଚାନ୍ଦପୁରୀ:

କୁଲଦୀପ ସିଂହଙ୍କ ଜନ୍ମ ଅବିଭାଜିତ ଭାରତର ପଞ୍ଜାବ ପ୍ରଦେଶର ମାଂଟଗୋମେରୀରେ ୧୯୪୦ ମସିହା ନଭେମ୍ବର ୨୨ ତାରିଖରେ ହୋଇଥିଲା । ତାଙ୍କ ପୈତୃକ ଗାଁ ଚାନ୍ଦପୁର ରୁର୍କି ଥିଲା । ଏକ ସରକାରୀ କଲେଜରୁ ସ୍ନାତକ ଡିଗ୍ରୀ ହାସଲ କରିବା ସମୟରେ କୁଲଦୀପ ଏନସିସିର ସକ୍ରିୟ ସଦସ୍ୟ ଥିଲେ । ତାଙ୍କର ଦୁଇ ଜଣ କାକା ଭାରତୀୟ ସେନାରେ ଦାୟିତ୍ୱରେ ଥିବାବେଳେ ପରିବାରର ତୃତୀୟ ପିଢ଼ି ଭାବେ ସେ ସେନାରେ ଯୋଗ ଦେଇଥିଲେ । ୧୯୬୫ ମସିହା ଯୁଦ୍ଧରେ ତାଙ୍କୁ ପଶ୍ଚିମୀ ସେକ୍ଟରରେ ନିଯୁକ୍ତ ଦିଆଯାଇଥିଲା । ଯୁଦ୍ଧ ପରେ ସେ ସଂଯୁକ୍ତ ରାଷ୍ଟ୍ରକୁ ଜରୁରୀକାଳୀନ ସେବା ଯୋଗାଇବା ସହିତ ଗାଜାରେ କାର୍ଯ୍ୟରତ ଥିଲେ । ସେ ଲୋଙ୍ଗାବାଲାର ପ୍ରସିଦ୍ଧ ଯୁଦ୍ଧ ସମୟରେ ଭାରତୀୟ ସେନାର ବିରତାର ସହ ନେତୃତ୍ୱ ନେଇଥିଲେ । ଯେଉଁଥିପାଇଁ ତାଙ୍କୁ ମହାବୀର ଚକ୍ରରେ ସମ୍ମାନିତ କରାଯାଇଥିଲା | ଏହା ସହ ତାଙ୍କୁ ପରମବୀର ଚକ୍ର, ବିଶିଷ୍ଟ ସେବା ମେଡାଲ ରେ ସମ୍ମାନିତ କରାଯାଇଥିଲା । ବଲିଉଡର ପ୍ରସିଦ୍ଧ ଫିଲ୍ମ “ବର୍ଡ଼ର” ଲୋଙ୍ଗବାଲା ଯୁଦ୍ଧ ଉପରେ ଆଧାରିତ । ଯେଉଁଥିରେ ବ୍ରିଗେଡିୟର କୁଲଦୀପ ସିଂହଙ୍କ ଭୂମିକାରେ ଅଭିନେତା ସନ୍ନି ଦେଓଲ ନଜର ଆସିଥିଲେ ।

CHANDPURI
image credit: National Herald

 

ଲେଫନାଣ୍ଟ ମନୋଜ କୁମାର ପାଣ୍ଡେ:

କ୍ୟାପଟେନ ମନୋଜ କୁମାର ପାଣ୍ଡେଙ୍କ ଜନ୍ମ ୧୯୭୫ ମସିହା ଜୁନ ୨୫ ତାରିଖରେ ଉତ୍ତର ପ୍ରଦେଶର ସୀତାପୁରା ଜିଲ୍ଲାରେ ହୋଇଥିଲା । ଇଣ୍ଟରମିଡିଏଟ ପାଠ ପଢ଼ା ଶେଷ କରିବା ପରେ ପୁନେ ନିକଟସ୍ଥ ଖଡକବାସଲା ସ୍ଥିତ ରାଷ୍ଟ୍ରୀୟ ରକ୍ଷା ଏକାଡେମୀ କିମ୍ବା ଏନଡ଼ିଏରେ ସେ ଦାଖିଲ ହୋଇଥିଲେ । ପ୍ରଶିକ୍ଷଣ ଶେଷ କରିବା ପରେ ସେ ୧୧ ଗୋରଖା ରାଇଫଲ୍ସ ରେଜିମେଣ୍ଟର ପ୍ରଥମ ଅଧିକାରୀ ହୋଇଥିଲେ । ୧୯୯୯ ମସିହା ଜୁଲାଇ ୩ କାଶ୍ମୀରରେ ହୋଇଥିବା କାର୍ଗିଲ ଯୁଦ୍ଧ ସମୟରେ ସେ ଵୀରଗତି ପ୍ରାପ୍ତ ହୋଇଥିଲେ ।

manoj pandey
iamge credit: Bussiness world
Leave A Reply

Your email address will not be published.